ETV Bharat / state

ପୋଖରୀ ହୁଡାରେ ଆଧାର କାର୍ଡ, ବଣ୍ଟା ନହୋଇ ପୋତା ଯାଇଥିଲା - pool hood

କିଏ ଆଧାର କାର୍ଡ ଖଣ୍ଡକ ପାଇଁ ଅନେକ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଏପଟେ ବାଲେଶ୍ବରରୁ ଆସିଛି ସଙ୍ଗୀନ ଘଟଣା । ସଠିକ ଲୋକଙ୍କୁ ଆଧାର କାର୍ଡ ବଣ୍ଟା ନଯାଇ ପୋଖରୀ ହୁଡ଼ାରେ ପୋତା ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

aadhaar-card-was-buried-in-the-pool-hood-without-distribution

author img

By

Published : Jun 6, 2020, 8:09 PM IST

ବାଲେଶ୍ବର: ବାଲିଆପାଳ ବ୍ଳକ ବଡାସ ପଞ୍ଚାୟତର ପୋଷ୍ଟ ଅଫିସ୍ ପିଅନଙ୍କ ଘର ପୋଖରୀ ହୁଡାରୁ ବାହାରିଲା ଶତାଧିକ ଆଧାର କାର୍ଡ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ପୋଖରୀ ହୁଡାରେ ଜେସିବି ମାଟି ଖୋଳୁଥିବା ବେଳେ ଆଧାରକାର୍ଡ ଗୁଡିକ ବାହାରିଥିବା ଦେଖିବାକୁ ମିଳିଛି।

ପୋଖରୀ ହୁଡାରେ ଆଧାର କାର୍ଡ, ବଣ୍ଟା ନହୋଇ ପୋତାଯାଇଥିଲା

ପୋଷ୍ଟ ଅଫିସ ମାଧ୍ୟମରେ ଲୋକଙ୍କ ପାଖକୁ ଆସିଥିବା ଜରୁରୀ କାଗଜପତ୍ର ଓ ଆଧାରକାର୍ଡ ବଣ୍ଟା ନହୋଇ ଏମିତି ପୋତାଯିବା ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଷ୍ଟ ପିଅନ ବାଞ୍ଛାନିଧି ପରିଡା ଲୋକଙ୍କୁ ନବାଣ୍ଟି ପୋତିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.