ETV Bharat / state

‘ୟସ’ ଆଗମନ ସହ ବାଲେଶ୍ଵରରେ ଜନ୍ମିଲେ ୧୬୫ ନବଜାତକ

author img

By

Published : May 27, 2021, 3:54 AM IST

ଗୋଟିଏ ପଟେ ବାତ୍ୟା ୟସ ତାର ତାଣ୍ଡବ ଲୀଳା ରଚୁଥିବା ବେଳେ ଅନ୍ୟପଟେ ଖେଳୁଥିଲା ଖୁସିର ଲହରୀ । ବାତ୍ୟା ୟସର ପ୍ରଳୟ ମଧ୍ୟରେ ବାଲେଶ୍ବର ଜିଲ୍ଲାରେ ଜନ୍ମ ହୋଇଛନ୍ତି 165 ନବଜାତ ଶିଶୁ । ଅଧିକ ପଢନ୍ତୁ...

‘ୟସ’ ଆଗମନ ସହ ବାଲେଶ୍ଵରରେ ଜନ୍ମିଲେ ୧୬୫ ନବଜାତକ
‘ୟସ’ ଆଗମନ ସହ ବାଲେଶ୍ଵରରେ ଜନ୍ମିଲେ ୧୬୫ ନବଜାତକ

ଭୁବନେଶ୍ବର :ଗୋଟେ ପଟେ ବାତ୍ୟା ୟାସ ଧ୍ବଂସର ତାଣ୍ଡବ ରଚୁଥିବା ବେଳେ ଅନ୍ୟପଟେ ଖେଳୁଥିଲା ଖୁସିର ଲହରୀ । ୟସ ର ପ୍ରଳୟ ମଧ୍ୟରେ କେବଳ ବାଲେଶ୍ବରରେ ଜନ୍ମ ହୋଇଛନ୍ତି ୧୬୫ ଜଣ ନବଜାତକ । ପରିବାର ମନରେ ୟାସ ଏକ ସକାରାତ୍ମକ ଭାବନା ଦେଇଯାଇଛି ।

ବାତ୍ୟା ୟସ୍ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ପ୍ରାୟ ୬ ଶହ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମୁଖ୍ୟ ଚିକିତ୍ସାଳୟରେ ୩୮୪ ଜଣ ଗର୍ଭବତୀ ମହିଳା ଥିଲେ । ସେମାନଙ୍କ ବାତ୍ୟା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଦିନରେ ବାଲେଶ୍ଵର ଜିଲ୍ଲାରେ ସମୁଦାୟ ୧୬୫ ଜଣ ନବଜାତ ଶିଶୁ ନିରାପଦ ଭାବେ ଜନ୍ମଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭୯ ପୁତ୍ର ଓ ୮୬ କନ୍ୟା ସନ୍ତାନ ରହିଛନ୍ତି । ଏ ନେଇ ବାଲେଶ୍ଵର ସିଡିଏମଓ ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି । ବାହାରେ ବାତ୍ୟାର କୋକୁଆ ଭୟ ସୃଷ୍ଟି କରିଥିବାବେଳେ ସ୍ବାସ୍ଥ୍ୟ କେନ୍ଦ୍ରର ଲେବର୍ ରୁମରୁ ଶୁଭୁଥିଲା କୁଆଁ କୁଆଁ ଶବ୍ଦ ସହ ଦେଖାଯାଇଥିଲା ନୂଆ ଆଶାର ସଞ୍ଚାର । କେତେ ଜଣ ଶିଶୁଙ୍କ ନାମ ୟସ୍ ରଖିବେ ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି ।

ଭୁବନେଶ୍ବରରୁ ଭବନା ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.