ନୂଆଦିଲ୍ଲୀ: ଆତିଶୀ ମାର୍ଲେନା, ଯିଏକି କେବଳ ଆତିଶୀ ନାଁରେ ବେଶ ଜଣାଶୁଣା । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆତିଶୀଙ୍କ ନାଁ ସୁପାରିଶ କରିଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ଆତିଶୀ କିଏ ? ସେ କିପରି ହେଲେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ? କେତେ ସମ୍ପତ୍ତିର ଅଧିକାରୀ ଏହି ଆପ୍ ନେତ୍ରୀ ? ଆସନ୍ତୁ ନଜର ପକାଇବା ।
AAPର ଟାଣୁଆ ନେତ୍ରୀ:
ଆମ ଆଦମୀ ପାର୍ଟିର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ଆତିଶୀ । କୁହାଯାଏ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଦଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ସଂଗଠନ ମଜବୁତ ରଖିପାରିଥିଲେ ଆତିଶୀ ।
ଆତିଶୀଙ୍କ ସମ୍ପତ୍ତି କେତେ?
My Neta ୱେବସାଇଟରେ ପ୍ରକାଶିତ ତଥ୍ୟ ମୁତାବକ, ଆତିଶୀଙ୍କ ପାଖରେ ରହିଛି ମାତ୍ର ୫୦ ହଜାର ଟଙ୍କା କ୍ୟାସ । ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ରହିଛି ୧କୋଟି ୪୧ଲକ୍ଷ ଟଙ୍କା ।
अब @AtishiAAP जी आगे बढ़ाएंगी 'केजरीवाल की काम की राजनीति'💯
— AAP (@AamAadmiParty) September 17, 2024
🔷 आज इस्तीफा देकर जनता की अदालत में अग्नि परीक्षा देंगे @ArvindKejriwal जी, चुनाव जीतकर दोबारा बनेंगे CM
🔷 आतिशी जी ने कहा, आज बड़े दुःख का दिन, जनता के लोकप्रिय CM केजरीवाल जी दे रहे इस्तीफा इसलिए मुझे ना दे कोई… pic.twitter.com/GdL8AWC0N5
କ୍ୟାସ-୫୦ହଜାର ଟଙ୍କା (ନିଜର) ୧୫ହଜାର ଟଙ୍କା (ସ୍ବାମୀଙ୍କର)
- ବ୍ୟାଙ୍କ ଡିପୋଜିଟ୍- ୧ କୋଟି ୮୭ ହଜାର ୩୨୩ ଟଙ୍କା
- ପୋଷ୍ଟାଲରେ ସଞ୍ଚିତ ରାଶି-୧୮ଲକ୍ଷ ୬୦ ହଜାର ଟଙ୍କା
- LIC ଏବଂ ଅନ୍ୟାନ୍ୟ ଇନସୁରାନ୍ସ-୫ ଲକ୍ଷ ଟଙ୍କା
ଆତିଶୀଙ୍କ ରାଜନୈତିକ କ୍ୟାରିୟର:
ପୂର୍ବରୁ ଆତିଶୀ ଅନେକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ୨୦୧୫ରେ ମଧ୍ୟପ୍ରଦେଶ ଖଣ୍ଡାୱାରେ ଜଳ ସତ୍ୟାଗ୍ରହ (Water Satyagraha)ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୨୦୧୯ ଲୋକସଭା ନିର୍ବଚନରେ ପୂର୍ବ ଦିଲ୍ଲୀ ଆସନରୁ ଆପ୍ ପ୍ରାର୍ଥୀ ହୋଇଥିଲେ ଆତିଶୀ । ତେବେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଧାନସଭା ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ।
ଏହା ବି ପଢନ୍ତୁ...ବିଜେପିରେ ଯୋଗ ନଦେଲେ ED ବାନ୍ଧିବ: ଅତିଶୀ - Atishi Big Allegation On Bjp ଏହା ବି ପଢନ୍ତୁ...AAPର ନିର୍ବାଚନୀ ପ୍ରଚାର ଗୀତ ଉପରେ ECଙ୍କ ରୋକ, କଣ କହିଲେ ଆତିଶୀ - Atishi on ECI Notice |
ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରହିଛନ୍ତି ଆତିଶୀ :
दिल्ली के हक का पानी के लिए अनशन पर बैठीं जल मंत्री @AtishiAAP जी का कल रात Blood Sugar Level 36 पर जा पहुंचा, उन्हें ICU में भर्ती होना पड़ा❗
— Aam Aadmi Party- Uttar Pradesh (@AAPUttarPradesh) June 25, 2024
आज पूरा देश आतिशी जी के जल्द स्वस्थ होने की कामना कर रहा है 🇮🇳 pic.twitter.com/3oU62vH4cK
ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷାଗ୍ରହଣ କରିଥିବା ଆତିଶୀ ଜଣେ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ପରେ ସେ ଏକ NGOରେ ଯୋଗ ଦେଇଥିଲେ । ୨୦୧୩ରେ ସେ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ୪୩ ବର୍ଷିୟା ଆତିଶୀ ହେବେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ।