ETV Bharat / entertainment

କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ, ମହିଳା ସହକର୍ମୀ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ - Choreographer Jani Master Arrest

author img

By ETV Bharat Entertainment Team

Published : 10 hours ago

Choreographer Jani Master Arrested: ବନ୍ଧା ହେଲେ ଜଣାଶୁଣା କୋରିଓଗ୍ରାଫର ଜାନି ମାଷ୍ଟର । ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ,

choreographer jani master arrest
କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ (ETV Bharat Odisha)

ହାଇଦ୍ରାବାଦ: କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ସହକର୍ମୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଆଜି (ସେପ୍ଟେମ୍ୱର 19)ରେ ପୋଲିସ ଜାନି ମାଷ୍ଟରଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ ଜାନି ମାଷ୍ଟରଙ୍କ ପ୍ରକୃତ ନାମ ହେଉଛି ଶେଖ ଜାନି । ତାଙ୍କୁ ଗୋଆର ସାଇବରବାଦ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ । କୋର୍ଟରୁ ଟ୍ରାଞ୍ଜିଟ୍ ୱାରେଣ୍ଟ ପାଇବା ପରେ ତାଙ୍କୁ ହାଇଦ୍ରାବାଦ ଅଣାଯିବ ।

କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ

ବୁଧବାର ବିଳମ୍ବିତ ରାତିରେ ସେ ତାଙ୍କ ଘରୁ ନିଖୋଜ ଥିବା ଏବଂ ତାଙ୍କ ଫୋନ୍ ମିଳିନଥିବା ସୂଚନା ପାଇବା ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । କୋରିଓଗ୍ରାଫର ଆନ୍ଧ୍ରପ୍ରଦେଶର ନେଲୋର କିମ୍ବା ଲଦାଖରେ ଥାଇପାରନ୍ତି ବୋଲି ପୋଲିସ ସୂଚନା ପାଇଥିଲା କାରଣ ଏହି ଦୁଇଟି ସ୍ଥାନରେ ତାଙ୍କ ଫିଲ୍ମର ସୁଟିଂ ଚାଲିଥିଲା । ଏହି ସୂଚନା ପାଇବା ପରେ ଉଭୟ ସ୍ଥାନକୁ ପୋଲିସ ଟିମ୍ ପଠାଯାଇଥିଲା । ଏହା ପରେ ଗୋଆରୁ ଧରାପଡିଲେ କୋରିଓଗ୍ରାଫର ।

ମହିଳା ସହକର୍ମୀ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ

ସେପ୍ଟେମ୍ୱର 15ରେ ହାଇଦ୍ରାବାଦର ରାଇଦୁର୍ଗମ ପୋଲିସ ଷ୍ଟେସନରେ ଜାନି ମାଷ୍ଟରଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଥିଲା । 21 ବର୍ଷ ବୟସ୍କା ମହିଳା କୋରିଓଗ୍ରାଫରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଜଣକ ଅଭିଯୋଗ କରି କହିଥିଲେ ଯେ ସେ ଗତ କିଛି ମାସ ହେବ ଜାନି ମାଷ୍ଟରଙ୍କ ସହ କାର୍ଯ୍ୟ କରି ଆସୁଥିଲେ । ଏହି ସମୟରେ ସେ ତାଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ଜାନି ନିକଟରେ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ ୨'ରେ କୋରିଓଗ୍ରାଫିଂ 'ଆଏ ନାହି... ' ଗୀତ ପାଇଁ ଚର୍ଚ୍ଚାରେ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ

ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ନାବାଳିକା ଥିଲେ ସେବେଠାରୁ ତାଙ୍କୁ ଜାନି ମାଷ୍ଟର ଯୌନ ଶୋଷଣ କରିବା ଆରମ୍ଭ କରିଥିଲେ । ତେଣୁ ପୋଲିସ ଯୌନ ଅପରାଧ ସଂରକ୍ଷଣ (POCSO) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରିଛନ୍ତି । ଜାନିଙ୍କ ବିରୋଧରେ ଆଇପିସି 376 (2), 506 ଏବଂ 323 ଧାରା ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା । ଏଭଳି ପରିସ୍ଥିତିରେ ଏବେ ତାଙ୍କ ବିରୋଧରେ POCSO ମଧ୍ୟ ଦାଖଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.