ETV Bharat / state

ଗୁଣି ଗାରେଡି ସନ୍ଦେହରେ ଗାଁରେ ଉତ୍ତେଜନା, ଥାନାରେ ମାମଲା

author img

By

Published : Jul 3, 2021, 9:54 AM IST

ବଲାଙ୍ଗୀର ଜିଲ୍ଲାର ଏକ ଗାଁରେ 4 ଜଣ ଝିଅଙ୍କୁ ପ୍ରେତ ଲାଗିଥିବା ସନ୍ଦେହରେ ଚାଲିଛି ଝଡା ଫୁଙ୍କା । ଗାଁର ଏକ ପରିବାର ଗୁଣି କରିଥିବା ସନ୍ଦେହରେ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ଗୁଣି ଗାରେଡି ସନ୍ଦେହରେ ଗାଁରେ ଉତ୍ତେଜନା, ଥାନାରେ ମାମଲା
ଗୁଣି ଗାରେଡି ସନ୍ଦେହରେ ଗାଁରେ ଉତ୍ତେଜନା, ଥାନାରେ ମାମଲା

ବଲାଙ୍ଗୀର: ଜିଲ୍ଲା ସ୍ଥିତ ସିନ୍ଧେକେଲା ଥାନା ଅନ୍ତର୍ଗତ ନିର୍ମୂଲା ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । କେତେକ ଝିଅ ଭୂତ ଲାଗିବା ପରି ବ୍ୟବହାର କରୁଥିବାବେଳେ ସେମାନଙ୍କ ଦେହରେ କୌଣସି ବିଭୂତି ଲାଗିବା ପରେ ସେମାନେ ଅଚେତ୍ ହୋଇଯାଉଛନ୍ତି । ଶରୀରରେ କୌଣସି ରୋଗ ନଥିବା ଡାକ୍ତର କହୁଥିବାବେଳେ ଗ୍ରାମବାସୀ ଦେହରେ ଭୂତ ଲାଗିଥିବା ଅଭିଯୋଗ କରିଛନ୍ତି ।

ତେବେ ଏହାକୁ ନେଇ ଏକ ପରିବାର ଉପରେ ଲୋକ ଦୋଷ ଦେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଯାହାପରେ ଗାଁରେ ତୀବ୍ର ଉତ୍ତେଜନା ଲାଗିରହିଛି । ଏହି ଗାଁଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏଠି ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକେ ଗୁଣି ଗାରେଡ଼ି ଉପରେ ବିଶ୍ୱାସ କରିଥାନ୍ତି । ଅଭିଯୋଗ ଅନୁସାରେ ଏହି ଗାଁର 4 ଜଣ ଯୁବତୀଙ୍କୁ ଗୁଣି କରାଯାଇ ତାଙ୍କ ଦେହରେ ପ୍ରେତ ପ୍ରବେଶ କରାଯାଇଛି ଏବଂ ଏହା ସେହି ଗ୍ରାମର ଜଣେ ବ୍ୟକ୍ତି ଯୁବରାଜ ଭୋଇ କରିଛନ୍ତି ବୋଲି ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରାଯାଇଥିବା ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ସେପଟେ ପୀଡ଼ିତ ଚାରି ଜଣ ଯୁବତୀଙ୍କୁ କୌଣସି ରୋଗ ଥିବାର ସନ୍ଦେହ କରି ତାଙ୍କୁ ଡ଼ାକ୍ତରଖାନା ମଧ୍ୟ ଲୋକେ ନେଇଥିଲେ । ହେଲେ ଶରୀରରେ କୌଣସି ରୋଗ ନଥିବା କହିବା ପରେ ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ ଆହୁରି ଦୃଢୀଭୂତ ହୋଇଛି । ଏହାପରେ 4 ଜଣ ଯୁବତୀଙ୍କୁ ତାଙ୍କ ଇଷ୍ଟଦେବୀ ମଠାଖାଇ ଡଙ୍ଗର ଦେବୀ ପାଖରେ ନେଇ ଛାଡି ଦେଇଛନ୍ତି । ସେଠାରେ ତାଙ୍କର ଝଡା ଫୁଙ୍କା ଚାଲିଥିବା ଜଣାପଡିଛି ।

ସେପଟେ ସରପଞ୍ଚ ଲୋକଙ୍କ ମଧ୍ୟରେ ଥିବା ଏହି ଅନ୍ଧ ବିଶ୍ବାସକୁ ଦୂର କରିବା ପାଇଁ ସଚେତନ କରୁ ଥିବାବେଳେ ଗ୍ରାମବାସୀ ମଧ୍ୟ ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଆଧୁନିକ ଯୁଗରେ ଗୁଣି ଗାରେଡ଼ିକୁ ନେଇ ଏହି ଉତ୍ତେଜନା ଚିନ୍ତାର ବିଷୟ ପାଲଟି ଥିବାବେଳେ ପୋଲିସ ମଧ୍ୟ ଲୋକଙ୍କୁ ବୁଝାଇବାରେ ନାକେଦମ୍ ହୋଇପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.