ETV Bharat / state

Panchayat Poll: ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ

author img

By

Published : Feb 16, 2022, 9:29 PM IST

ବଲାଙ୍ଗୀରର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲରେ ଭୋଟଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟ ଭୋଟ ଶାନ୍ତି ଶୃଙ୍ଖଳାରେ ସରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରଚାର ସରୁଛି । ଅଧିକ ପଢନ୍ତୁ

Panchayat Poll: ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ
Panchayat Poll: ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ

ବଲାଙ୍ଗୀର: ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ସରିଛି । ତେବେ ବଲାଙ୍ଗୀରର ମାଓ ଇଲାକାରେ ଆଜି(ବୁଧବାର) ଲୋକ ନିଜର ମତ ସାବ୍ୟସ୍ତ କରିଛନ୍ତି । ଯେଉଁଥିରେ ବଲାଙ୍ଗୀରର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲରେ ଭୋଟଗ୍ରହଣ ସରିଛି । ପ୍ରଥମ ପର୍ଯ୍ୟାୟ ଭୋଟ ଶାନ୍ତି ଶୃଙ୍ଖଳାରେ ସରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରଚାର ସରୁଛି ।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ପୁଇନ୍ତଲା ଓ ଆଗଲପୁର ବ୍ଲକରେ ନିର୍ବାଚନ ହେବ। ଯାହାପାଇଁ ଆଜି ପ୍ରଚାରର ଅନ୍ତିମ ଦିନ ଥିବା ବେଳେ ମନ୍ତ୍ରୀ ନେତା ସମସ୍ତେ ଗାଁ ଗାଁକୁ ଯାଇ ପ୍ରଚାର କରୁଛନ୍ତି । ସେଥିପାଇଁ ଆଜି ବିଜେଡି ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ଓ ଓଡ଼ିଶା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିଭିନ୍ନ ଅଞ୍ଚଳ ବୁଲି ମାରାଥନ ପ୍ରଚାର କରିଛନ୍ତି । ଏଥର ବିକାଶର ଚିତ୍ରରେ ଲୋକେ ପ୍ରଭାବିତ ହୋଇ ତାଙ୍କୁ ହିଁ ଭୋଟ ଦେବେ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.