ହାୱଡା-ମୁମ୍ବାଇ ଏକ୍ସପ୍ରେସ ଭୟାନକ ଦୁର୍ଘଟଣା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ, ଶୁଣିଲେ ଛାତି ଥରିଯିବ - Jharkhand Train Tragedy

By ETV Bharat Odisha Team

Published : Jul 30, 2024, 5:42 PM IST

thumbnail
Jharkhand Train Tragedy (ETV Bharat Odisha)

Jharkhand Train Tragedy:ରାଉରକେଲା: ହାୱଡା-ମୁମ୍ବାଇ ଏକ୍ସପ୍ରେସ ସହ ମାଲବାହୀ ଗାଡି ଦୁର୍ଘଟଣା ଘଟଣା ସମ୍ପୂର୍ଣ୍ଣ ଭାରତକୁ ଦୋହଲାଇ ଦେଇଛି । ରେଳ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ଏହାକୁ ବଖାଣିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଦୁର୍ଘଟଣାର ସେ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଏଥିରେ ରାଉରକେଲା ସହରର 2 ଜଣଙ୍କ ଜୀବନ ମଧ୍ୟ ଯାଇଛି । ଟ୍ରେନରେ ଥିବା ସମସ୍ତ ସୁରକ୍ଷିତ ବା ଆହତ ଯାତ୍ରୀଙ୍କୁ ଯାତ୍ର ଗନ୍ତବ୍ୟ ସ୍ଥଳୀକୁ ପଠାଇବା ଲାଗି ରେଳବାଇ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ରେଳବାଇ ଟ୍ରେନ ଯୋଗେ ସମସ୍ତ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ତେବେ ଟ୍ରେନରେ ଥିବା ଯାତ୍ରୀମାନେ ଦୁର୍ଘଟଣା କିଭଳି ଘଟିଥିଲା ଓ ଏହା କେତେ ଭୟଙ୍କର ଥିଲା ସେ କଥାକୁ ବଖାଣିଛନ୍ତି । ଏକ ପ୍ରକାର ମୃତ୍ୟୁମୁଖରୁ ବଞ୍ଚିଥିବା କହିଛନ୍ତି ଯାତ୍ରୀ । 
 

ଏହା ମଧ୍ୟ ପଢ଼ନ୍ତୁ...ଝାଡଖଣ୍ଡ ଟ୍ରେନ ଟ୍ରାଜେଡି: 2 ମୃତକ ରାଉରକେଲାର, କାନ୍ଦ ବୋବାଳିରେ ଫାଟିପଡୁଛି ଗାଁଦାଣ୍ଡ - Jharkhand Train Tragedy
ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.