ETV Bharat / entertainment

୩୫ ବର୍ଷରେ ବାବୁସାନ; ପ୍ରଥମ ଫିଲ୍ମ ଆଣିଦେଲା ସଫଳତା, ରୋମିଓରୁ ସାଜିଗଲେ ଚକୋଲେଟ ବୟ - Babushaan Mohanty Birthday

author img

By ETV Bharat Odisha Team

Published : Jul 30, 2024, 4:23 PM IST

Babushaan Mohanty Birthday: ଆଜି ଅର୍ଥାତ୍ ଜୁଲାଇ ୩୦ ରେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ନିଜ ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏନେଇ ସବୁଆଡୁ ଅଭିନେତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଚାର ସୁଅ । ଏହି ଅବସରରେ ଚାଲନ୍ତୁ ଜାଣିବା, ବାବୁସାନଙ୍କ ବିଷୟରେ କିଛି ରୋଚକ କଥା,

୩୫ ବର୍ଷରେ ବାବୁସାନ; ପ୍ରଥମ ଫିଲ୍ମ ଆଣିଦେଲା ସଫଳତା, ରୋମିଓରୁ ସାଜିଗଲେ ଚକୋଲେଟ ବୟ
୩୫ ବର୍ଷରେ ବାବୁସାନ; ପ୍ରଥମ ଫିଲ୍ମ ଆଣିଦେଲା ସଫଳତା, ରୋମିଓରୁ ସାଜିଗଲେ ଚକୋଲେଟ ବୟ (Babushaan Mohanty, Instagram)

ହାଇଦ୍ରାବାଦ: ଓଡ଼ିଆ ଲୋକପ୍ରିୟ ତାରକା ବାବୁସାନ ମହାନ୍ତି କେବଳ ନିଜ ଅଭିନୟରେ ନୁହଁ ବରଂ ନିଜ ଷ୍ଟାଇଲିସ ଲୁକ ଏବଂ ଗୀତରେ ଲୋକଙ୍କୁ ଦିୱାନା କରିଛନ୍ତି । ବାବୁସାନ ଜଣେ ଅଭିନେତା ସହ ଜଣେ ଗାୟକ ମଧ୍ୟ । ଅଭିନୟ ପରି ଗୀତରେ ମଧ୍ୟ ଦର୍ଶକଙ୍କ ମନ ଜିତିଛନ୍ତି ବାବୁସାନ । ତେବେ ଆଜି ଅର୍ଥାତ୍ ଜୁଲାଇ ୩୦ରେ ୩୫ବର୍ଷରେ ପଦାର୍ପଣ କରିଛନ୍ତି ବାବୁସାନ ମହାନ୍ତି । ବର୍ତ୍ତମାନ ତାଙ୍କ ପାଇଁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଜନ୍ମଦିନର ଖାସ୍ ଅବସରରେ ବାବୁସାନଙ୍କ ବିଷୟରେ କିଛି ରୋଚକ କଥା,

ତନ୍ମୟ ମହାନ୍ତି ନାଁରେ ଜଣାଶୁଣା ବାବୁସାନ

ବାବୁସାନ ମହାନ୍ତି ଜୁଲାଇ ୩୦, ୧୯୮୯ରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ସେ ଓଲିଉଡର ଲୋକପ୍ରିୟ ଷ୍ଟାର ଯୋଡି ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ପୁଅ ଅଟନ୍ତି । ପୂର୍ବରୁ ବାବୁସାନଙ୍କ ନାଁ ଥିଲା ତନ୍ମୟ ମହାନ୍ତି । ସେ ପରବର୍ତ୍ତୀ ସମୟରେ ବାବୁସାନ ଭାବେ ଘରେ ପରିଚିତ ହୋଇଥିଲେ । ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତି ପ୍ରାୟ ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସେହିପରି ବାବାସାନ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି ।

ବାବୁସାନ ମହାନ୍ତିଙ୍କ ଫିଲ୍ମି କ୍ୟାରିଅର:-

୨୦ ବର୍ଷରେ ଅଭିନୟ ସହ ଗାୟକ ଭାବେ ଓଲିଉଡରେ ଡେବ୍ୟୁ

ବାବୁସାନ ମହାନ୍ତି ଓଡ଼ିଆ ଫିଲ୍ମ 'ରୋମିଓ- ଦ ଲଭ ବୟ' ଫିଲ୍ମ ସହ ୨୦ ବର୍ଷ ବୟସରେ ଓଲିଉଡରେ ପାଦ ଦେଇଥିଲେ । ଏହି ଫିଲ୍ମରେ ସେ ନିଜ ବାପାମାଆ ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ସହ ନଜର ଆସିଥିଲେ । ଯାହା ୨୦୦୯ରେ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମକୁ ସ୍ୱର୍ଗତ ନିର୍ଦ୍ଦେଶକ ହର ପଟ୍ଟନାୟକ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅଭିନେତ୍ରୀ ଲଭଲି ରହିଥିବା ବେଳେ ଏହି ଫିଲ୍ମ ତାଙ୍କୁ ଅପାର ସଫଳତା ଦେଇଥିଲା । ଏହି ଫିଲ୍ମରେ ସେ ଗାୟକ ଭାବେ ମଧ୍ୟ ଡେବ୍ୟୁ କରିଥିଲେ । ସେ ଫିଲ୍ମର ଟାଇଟଲ ଗୀତ 'ରୋମିଓ- ଦ ଲଭ ବୟ' ମଧ୍ୟରେ ନିଜ କଣ୍ଠର ଯାଦୁ ଦେଖାଇଥିଲେ । ତେବେ ଏହି ମଲ୍ଟି ଟ୍ୟାଲେଣ୍ଟ ଥିବା ତାରକାଙ୍କୁ ଦର୍ଶକ ବେଶ ପସନ୍ଦ କରିବା ସହ ଫ୍ୟାନ୍ ହୋଇଥିଲେ ।

ରୋମିଓରୁ ଚକୋଲେଟ୍ ବୟ

ଏହା ପରେ ୨୦୧୦ ମସିହାରେ ବାବୁସାନଙ୍କ ଅଭିନୀତ 'ପ୍ରେମ ଅଢେଇ ଅକ୍ଷର', 'ଲଫର' ରିଲିଜ ହୋଇଥିଲା । ୨୦୧୧ରେ '143 ଆଇ ଲଭ ୟୁ', 'ଚକୋଲେଟ', ଭଳି ଫିଲ୍ମରେ ଅଭିନୟ କରିଥିଲେ । 'ଚକୋଲେଟ' ଫିଲ୍ମରେ ବାବୁସାନ କଣ୍ଠଦାନ କରିଥିବା ଇମୋସନାଲ ଗୀତ 'ତୁ ଧୀରେ ଧୀରେ ଚାଲରେ ସମୟ' ଆଜି ବି ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇଛି । ଏହାପରେ ସେ ଆଉ ପଛକୁ ଚାହିଁନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହା ପରେ ସେ ଓଲିଉଡ ତାରକା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତି ଭଳି ତାରକାଙ୍କୁ ମଧ୍ୟ ପଛରେ ପକାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ବାବସାନ ରୋମିଓରୁ ସାଜିଗଲେ ଚକୋଲେଟ୍ ବୟ ।

ଏହି ସମସ୍ତ ଫିଲ୍ମ ମଧ୍ୟ ରହିଥିଲା ହିଟ୍

୨୦୧୨ରେ ଲଭ ମାଷ୍ଟର, ଇଡିଅଡ, ଲୁଚକାଳି, ୨୦୫ରେ ରିଲିଜ କରିଥିବା ସୁପର ମିଛୁଆ, ଭଲପାଏ ତୋତେ ୧୦୦ରୁ ୧୦୦, ୨୦୧୬ରେ ରିଲିଜ କରିଥିବା ଲଭ ଷ୍ଟେସନ, ଜବରଦସ୍ତ ପ୍ରେମିକ, ୨୦୧୭ରେ ରିଲିଜ କରିଥିବା ସିଷ୍ଟର ଶ୍ରୀଦେବୀ ଏବଂ ୨୦୧୯ରେ ରିଲିଜ କରିଥିବା ଫିଲ୍ମ ଅଜବ ସଞ୍ଜୁର ଗଜବ ଲଭ୍ ଭଳି ଅନେକ ଫିଲ୍ମ ଜରିଆରେ ଦର୍ଶକଙ୍କୁ ମତୁଆଲା କରିଥିଲେ ।

୨୦୨୨ରେ ରିଲିଜ ଫିଲ୍ମ 'ଦମନ' ରହିଥିଲା ଚର୍ଚ୍ଚାରେ

୨୦୨୨ ମସିହାରେ ରିଲିଜ ହୋଇଥିଲା ବାବୁସାନ ମହାନ୍ତିଙ୍କ ଫିଲ୍ମ 'ଦମନ' । ଏହି ଫିଲ୍ମ ଓଡ଼ିଶାର ମୌଳିକ କାହାଣୀ ଉପରେ ଆଧାରିତ ଥିଲା । ମାଲକାନଗିରି ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆରମ୍ଭ ହୋଇଥିବା ଅଭିଯାନ ସମ୍ପର୍କରେ ଫିଲ୍ମରେ ଦର୍ଶାଯାଇଛି । ଏହି ଅଞ୍ଚଳବାସୀ ମ୍ୟାଲେରିଆ ସମ୍ପର୍କରେ ସଚେତନ କରାଇ ମ୍ୟାଲେରିଆର ଦମନ ହୋଇଥିଲା । ସେ 'ଦମନ' ଚଳଚ୍ଚିତ୍ରରେ ଡାକ୍ତରଙ୍କ ଭୂମିକା ଗ୍ରହଣ କରିଥିଲେ, ଯାହା ହିଟ୍‌ ହେବା ସହ ଲୋକପ୍ରିୟତା ହାସଲ କରିଥିଲା । କେବଳ ଏତିକି ନୁହେଁ ଏହି ଫିଲ୍ମ ସାରା ଦେଶରେ ରିଲିଜ ହୋଇ ପ୍ରଶଂସା ସାଉଁଟିପାରି ରେକର୍ଡ ସୃଷ୍ଟି କରିଥିଲା । ଓଡ଼ିଆ ପରେ ଏହା ହିନ୍ଦୀରେ ମଧ୍ୟ ରିଲିଜ ହୋଇଥିଲା ।

ଆଜି ଫ୍ୟାନ୍ସଙ୍କୁ ଦେଇପାରନ୍ତି ନୂଆ ଫିଲ୍ମ ଭେଟି

ଶେଷଥର ବାବୁସାନଙ୍କୁ 'ମାଲ୍ୟଗିରି ଏବଂ ପାବାର' ଭଳି ଓଡ଼ିଶାର କାହାଣୀ ନେଇ ନିର୍ମିତ ଫିଲ୍ମରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଆଜି ତାଙ୍କ ଜନ୍ମଦିନରେ ନୂଆ ଫିଲ୍ମ ଘୋଷଣା କରି ଦେଇପାରନ୍ତି ଉପହାର । ବାବୁସାନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଆଜି ତାଙ୍କ ନୂଆ ଫିଲ୍ମ ନେଇ ସୂଚନା ଦେବେ ବୋଲି କହିଛନ୍ତି । ସେୟାର ହୋଇଥିବା ବେଳେ କେହି ଜଣେ ରକ୍ତରେ ଭିଜିଥିବା ଏକ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ତେବେ କଣ ରହିଛି ସରପ୍ରାଇଜ ତାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାର ସୁପରଷ୍ଟାର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ: ବାବୁସାନ

ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ, ବାବୁସାନ ମହାନ୍ତି ୨୦୧୪ରେ ତୃପ୍ତୀ ଶତପଥୀଙ୍କୁ ବିବାହ କରିଛନ୍ତି । ୨୦୨୨ରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖାଦେଇଥିଲା । ବିବାହ ପରେ ବାବୁସାନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଡେଟ୍ କରୁଥିବା ଅଭିଯୋଗ କରିଥିଲେ ତୃପ୍ତୀ । କେବଳ ଏତିକି ନୁହେଁ ପତ୍ନୀ ତୃପ୍ତୀ ବାବୁସାନ ଏବଂ ପ୍ରକୃତିଙ୍କୁ ରାଜରାସ୍ତାରେ ଏକାଠି ମଧ୍ୟ ଧରିଥିଲେ । ଯାହା ପରେ ରାସ୍ତା ମଝିରେ ହାଇଡ୍ରାମା ହୋଇଥିଲା । ସେ ସମୟରେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପରେ ଆପୋଷ ବୁଝାମଣା ପରେ ବାବୁସାନ ତୃପ୍ତୀଙ୍କ ପାଖକୁ ଫେରିଥିଲେ ଏବଂ ବର୍ତ୍ତମାନ ତାଙ୍କର ଏକ ପୁଅଙ୍କ ସେ ଖୁସିରେ ଜୀବନ ବିତାଉଛନ୍ତି ।

ଏହା ବି ପଢନ୍ତୁ- ରାସ୍ତା ଉପରେ ଷ୍ଟାର କଳି ଘଟଣା: ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.