ETV Bharat / sports

ଚକ୍‌ ଦେ ଇଣ୍ଡିଆ ! ଆୟର୍ଲାଣ୍ଡକୁ ହରାଇ କ୍ବାର୍ଟର ଫାଇନାଲ୍‌ ଆଡ଼କୁ ଆଉ ପାଦେ ଆଗେଇଲା ଭାରତ - Paris Olympics 2024

author img

By ETV Bharat Sports Team

Published : Jul 30, 2024, 6:33 PM IST

Paris Olympics 2024 Hockey: ପ୍ୟାରିସରେ ଜାରି ରହିଛି ଭାରତୀୟ ହକି ଦଳର ଦବଦବା । ତୃତୀୟ ଗ୍ରୁପ ପର୍ଯ୍ୟାୟ (ପୁଲ୍‌ 'ବି') ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ 2-0 ଗୋଲରେ ମାତ ଦେଇ କ୍ବାର୍ଟର ଫାଇନାଲ୍‌ ଆଡ଼କୁ ଆଉ ପାଦେ ଆଗେଇଲେ ହରମନପ୍ରୀତ ସିଂହ ଆଣ୍ଡ କୋ । ଅଧିକ ପଢ଼ନ୍ତୁ

Paris Olympics 2024 Hockey
Paris Olympics 2024 Hockey (AP Photos)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ ଆଜି ପୁଣି ଚମକିଲା ଭାରତୀୟ ହକି ଦଳ । ଆୟର୍ଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଭାରତୀୟ ହକି ଦଳ ଏହାର ପୁଲ୍‌ 'ବି' ତୃତୀୟ ଗ୍ରୁପ ପର୍ଯ୍ୟାୟ ମ୍ଯାଚ୍‌ରେ ଆୟର୍ଲାଣ୍ଡକୁ 2-0 ଗୋଲରେ ମାତ ଦେଇଛି । ଏହା ସହିତ 3ଟି ମ୍ୟାଚ୍‌ରୁ ଦୁଇଟିରେ ବିଜୟ ଓ ଗୋଟିଏ ଡ୍ର' ସହିତ କ୍ବାର୍ଟର ଫାଇନାଲରେ ଏକପ୍ରକାର ସ୍ଥାନ ପକ୍କା କରିନେଇଛନ୍ତି ହରମନପ୍ରୀତ ସିଂହ ଆଣ୍ଡ କୋ । ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ କଡ଼ା ମୁକାବିଲା କରି 3-2ରେ ହରାଇଥିଲା ଭାରତ । ଏହାପରେ ଆର୍ଜେଣ୍ଟିନା ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ହେଭି ଫାଇଟ୍‌ ସତ୍ତ୍ବେ 1-1ରେ ବରାବର ରହିଥିଲା ମ୍ୟାଚ୍‌ । ଆଜି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ସ୍କୋର କରିଥିଲେ । କଡ଼ା ସଙ୍ଘର୍ଷ ସତ୍ତ୍ବେ ତୃତୀୟ ଓ ଚତୁର୍ଥ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା । ଫଳରେ 2-0 ଗୋଲରେ ଆୟର୍ଲାଣ୍ଡକୁ ମାତ ଦେଇଛି ଭାରତ ।

ଦୁଇଟି ଯାକ ଗୋଲ କଲେ ହରମନପ୍ରୀତ ସିଂହ:-

ଆଜିର ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ହିଁ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଥିଲା । ଭାରତ ପାଇଁ 11ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ ଦେଇ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ଅଧିନାୟକ ହରମନପ୍ରୀତ ସିଂହ । ଏହାପରେ ଭାରତୀୟ ଅଧିନାୟକ ପୁଣିଥରେ ଚମତ୍କାର ପ୍ରଦର୍ଶନ କରି 8 ମିନିଟ ପରେ, ଅର୍ଥାତ 19ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରେ ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର କରିଥିଲେ । ଭାରତୀୟ ହକି ଦଳ ଆଜି ମ୍ୟାଚ୍‌ରେ 9ଟି ପେନାଲ୍ଟି କର୍ଣ୍ଣର ପାଇଥିବା ବେଳେ କେବଳ ଗୋଟିଏକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ । ଅନ୍ୟପଟେ ଆୟର୍ଲାଣ୍ଡ କୌଣସି ପେନାଲ୍ଟି କର୍ଣ୍ଣରର ଲାଭ ଉଠାଇବାରେ ସଫଳ ହୋଇନଥିଲା । ଯଦିଓ ଅଧିକ ଗୋଲ ସ୍କୋର କରିବାରେ ଭାରତୀୟ ଦଳ ସେତେଟା ସଫଳ ହୋଇନଥିଲା, ହେଲେ ପୁଣିଥରେ ଟିମ୍‌ ଇଣ୍ଡିଆର ଦଳଗତ ପ୍ରଦର୍ଶନ ବେଶ ଭଲ ଏବଂ ପରିଷ୍କାର ଥିଲା ।

ଆଗାମୀ ମ୍ୟାଚ୍‌ରେ ହେବ ଟାଇଟ୍‌-ଫାଇଟ୍‌:-

ଭାରତର ଆଗାମୀ ମ୍ୟାଚ୍‌ ଅଗଷ୍ଟ 1 (ଗୁରୁବାର) ବେଲଜିୟମ ବିପକ୍ଷରେ ଖେଳିବ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଟିମ୍‌ ଇଣ୍ଡିଆ । ଏହାପରଦିନ, ଅର୍ଥାତ ଅଗଷ୍ଟ 2 (ଶୁକ୍ରବାର) ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଏହି ଦୁଇଟି ମ୍ୟାଚ୍‌ ଭାରତୀୟ ହକି ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଟୋକିଓରେ ସାଥ ଦେଇ ନଥିଲା ଭାଗ୍ୟ; ପ୍ୟାରିସ୍‌ରେ ଇତିହାସ ରଚିଲେ ମନୁ ଭାକର; କହିଲେ ସମସ୍ତଙ୍କ ଆଶୀର୍ବାଦ.. - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.