ETV Bharat / state

କାହିଁକି ଆଗେଇ ପାରୁନି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ? RTI ତଥ୍ୟ କଲା ଖୁଲାସା - ବଲାଙ୍ଗୀର ରେଳ ପଥ

ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଆରଟିଆଇ ତଥ୍ୟ କଲା ଖୁଲାସା। ଅଧିକ ପଢନ୍ତୁ

Khurda Balangir Railway work
Khurda Balangir Railway work
author img

By

Published : Feb 10, 2023, 12:02 PM IST

Khurda Balangir Railway work

ବଲାଙ୍ଗୀର: ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଘୋଷଣା ହେଉଛି କୋଟି କୋଟି ଟଙ୍କା । ଚଳିତ ବଜେଟରେ କେନ୍ଦ୍ର ସରକାର 15 ଶହ 99 ହଜାର ଟଙ୍କା ଅନୁଦାନ ଦେଇଛନ୍ତି । ତେବେ ପ୍ରତି ବର୍ଷ ବଜେଟରେ ଟଙ୍କା ବ୍ୟୟ ବରାଦ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଗେଇ ପାରିନି ପ୍ରକଳ୍ପ କାମ । ଫଳରେ ଟଙ୍କା ଖର୍ଚ୍ଚ ହେବା ବଦଳରେ ଟଙ୍କା ଫେରିଯାଉଛି । ଯାହାର ଖୁଲାସା ହୋଇଛି ଆରଟିଆଇ ତଥ୍ୟରେ ।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ରେଳ ମନ୍ତ୍ରଣାଳୟକୁ ଏ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଯେଉଁଥିରେ ସବୁ ବର୍ଷ ବ୍ୟୟ ବରାଦ ହେଉଥିବା ଟଙ୍କାର ମାତ୍ର 30 ପ୍ରତିଶତ ଖର୍ଚ୍ଚ ହେଉଥିବା ବେଳେ ବାକି ଟଙ୍କା ଫେରି ଯାଉଥିବାର ଜଣାପଡ଼ିଛି । ତେବେ ମିଳିଥିବା ତଥ୍ୟ ଅନୁସାରେ 2016/ 17 ବର୍ଷ ରୁ ବ୍ୟୟ ବରାଦ ହେଉଥିବା ଟଙ୍କାରୁ ଆଜି ଯାଏଁ ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ନ ହୋଇ ଫେରି ଯାଇଥିବାର ଜଣାପଡିଛି । ଯେଉଁଥିରେ ଗତ 2016 /17 ବର୍ଷରେ କେନ୍ଦ୍ର 310 କୋଟି ଟଙ୍କା ଦେଇଥିଲେ। ହେଲେ ଖର୍ଚ୍ଚ ହୋଇଥିଲା ମାତ୍ର 273 କୋଟି ଟଙ୍କା ।

ସେହିପରି 2017/18 ବର୍ଷରେ 642 କୋଟି ଦିଆ ଯାଇଥିବା ବେଳେ ଖର୍ଚ୍ଚ ହୋଇଥିଲା 158 କୋଟି। 2018/19ରେ ମିଳିଥିଲା 625 କୋଟି ଏବଂ ଖର୍ଚ୍ଚ ହୋଇଥିଲା 154 କୋଟି । 2019/2020ରେ ମିଳିଥିଲା 350 କୋଟି ଦିଆଯାଇଥିବା ବେଳେ 153 କୋଟି ଖର୍ଚ୍ଚ ହୋଇଥିଲା । ସେହିପରି 2020/21 ରେ 519 କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା 170 କୋଟି, 2021/22 ସର୍ବାଧିକ 1000 କୋଟି ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଥିଲା ମାତ୍ର 371 କୋଟି । ତେବେ ଗତ ବର୍ଷ ମଧ୍ୟ ଏହିଭଳି 891 କୋଟି ଟଙ୍କା ମିଳିଥିବା ବେଳେ 287 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ତେବେ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥକୁ ଏଯାବତ ମୋଟ 4ହଜାର 692 କୋଟି ଟଙ୍କା ଦିଆ ଯାଇଥିଲା ହେଲେ ଏ ମଧ୍ୟରୁ ଖର୍ଚ୍ଚ ହୋଇଥିଲା ମାତ୍ର 2003କୋଟି ଟଙ୍କା । ତେବେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଚଳିତ ବଜେଟରେ କେନ୍ଦ୍ର ସର୍ବାଧିକ 1599 କୋଟି ଟଙ୍କା ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ପାଇଁ ଦେଇଛନ୍ତି ଏବଂ ଏହାକୁ ଗୁରୁତ୍ୱ ସହ କେନ୍ଦ୍ର ସରକାର ନେଇ ଥିବା ଜଣାଇଛି । ହେଲେ ତିନି ଦଶନ୍ଧି ଧରି ଏହିଭଳି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଖର୍ଚ୍ଚ ହେଉଛି ମାତ୍ର 30 ପ୍ରତିଶତ ବୋଲି କହିଛନ୍ତି ହେମନ୍ତ ପଣ୍ଡା । ସେହିପରି ଲୋଭନୀୟ ବଜେଟ କରି ଟଙ୍କା ଘୋଷଣା କରାଯାଉଛି । ହେଲେ ଖର୍ଚ୍ଚ ନହୋଇ ତାହା ଫେରି ଯାଉଛି । ତେବେ ରାଜନୀତିକ ଅଭିସନ୍ଧି ରଖାଯାଇ ଏଭଳି ବଜେଟ ପ୍ରସ୍ତୁତ କରାଯାଉଥିବାର ସେ ମତ ରଖିଛନ୍ତି ।

''ସମାନ ଭାବରେ ପ୍ରକଳ୍ପର ପ୍ରକୃତ ସ୍ଥିତି ଅନୁଧ୍ୟାନ ନ କରି ଟଙ୍କା ଦେବାର କୌଣସି ଅର୍ଥ ନାହିଁ । ସେହିପରି ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ଭବିଷ୍ୟତ କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ ପାଖରେ ରହିଛି । ଏଯାଏଁ ଏହି ବିଭାଗ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ଷ୍ଟେଜ ଓ ଆନ ମଞ୍ଜୁରୀ ଦେଇନାହିଁ । ଏହି ମଞ୍ଜୁରୀ ମିଳିଲେ କାମ ଆହୁରି 3 ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି । ଏହାଛଡା ଏହି ରେଳ ପଥ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ହୋଇ ନାହିଁ । ସମାନ ଭାବରେ ଏହି ରେଳ ପଥରେ ଶତାଧିକ ଟ୍ୟୁନେଲ ଓ ବ୍ରିଜ କାମ ଏଯାଏଁ ଆରମ୍ଭ ହୋଇ ନାହିଁ। ଏଭଳି ସ୍ଥଳେ 289 କିମି ଏହି ରେଳ ପଥ କାମ କେବେ ସରିବ ତାହା ଏବେ ବି ନିଶ୍ଚିତ ନାହିଁ ବୋଲି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି। ''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.