ETV Bharat / state

ବଲାଙ୍ଗୀର ପୋଲିସକୁ ସଫଳତା, ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ - ବଲାଙ୍ଗୀର ପୋଲିସକୁ ସଫଳତା

ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ବଲାଙ୍ଗୀର ପୋଲିସର ସଫଳତା । ବଲାଙ୍ଗୀରର ଏକ ବଡ଼ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢ଼ନ୍ତୁ

robbery gang arrested by police in balangir
ବଲାଙ୍ଗୀର ପୋଲିସକୁ ସଫଳତା, ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ
author img

By

Published : Jan 30, 2022, 8:48 AM IST

ବଲାଙ୍ଗୀର: ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ବଲାଙ୍ଗୀର ପୋଲିସର ସଫଳତା । ବଲାଙ୍ଗୀରର ଏକ ବଡ଼ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଏହି ଗ୍ୟାଙ୍ଗ ଚାରୋଟି ଜିଲ୍ଲାରେ ସଶସ୍ତ୍ର ଡ଼କାୟତିରେ ସାମିଲ ଥିଲେ। ଗିରଫ ବେଳେ ଅନେକ ଲୁଟ ସାମଗ୍ରୀ, ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି।

ବଲାଙ୍ଗୀର ପୋଲିସକୁ ସଫଳତା, ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ

ବଲାଙ୍ଗୀର ଜିଲ୍ଲା ପୋଲିସ ଦ୍ବାରା ଆଠ କୁଖ୍ୟାତ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିର ଫ। ପୋଲିସର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ବଲାଙ୍ଗୀର ବେଲଗାଁ ହାଇ ସ୍କୁଲ ପଡ଼ିଆରେ ଆଠ ଜଣା ଯୁବକଙ୍କୁ ଧରା ପଡ଼ିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ଏକ ବଡ଼ ଡ଼କାୟତିର ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ସେହିପରି ଏମାନେ ଆନ୍ତଃ ଜିଲ୍ଲା ବିଭିନ୍ନ ଡ଼କାୟତି ମାମଲାରେ ସଂପୃକ୍ତ ଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା। ତେବେ ଏମାନେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ 10ରୁ ଅଧିକ ସଶସ୍ତ୍ର ଡ଼କାୟତିରେ ସାମିଲ ଥିବା ସୂଚନା ରହିଛି । ଏହି ଡକାୟତି ଗ୍ୟାଙ୍ଗ ପାଖରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଓ ଏକ ବନ୍ଧୁକ ଜବତ ହୋଇଛି ।

ସେହିପରି ଲୁଟ ହୋଇଥିବା ସୁନା ଗହଣା ଓ ମୋବାଇଲ ମଧ୍ୟ ପୋଲିସ ଜବତ କରିଛି । ତେବେ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅପରେସନରେ ଟିଟିଲାଗଡ଼ ଏସଡିପିଓଙ୍କ ସମେତ ଟିଟିଲାଗଡ ଥାନା ଅଧିକାରୀ, ଏଏସଆଇ ଓ ହାବିଲଦାର ପ୍ରମୁଖ ସାମିଲ ଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.