ETV Bharat / state

ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ - ନବମ ଶ୍ରେଣୀର ଛାତ୍ରୀ ପାୟଲ ନାଗ

ନବମ ଶ୍ରେଣୀର ଛାତ୍ରୀ ପାୟଲ ନାଗ । ଦିବ୍ୟାଙ୍ଗ ହେଲେ ବି ସେ ପ୍ରତିଭାବାନ । ତାର ପ୍ରତିଭା ପ୍ରମାଣିତ କରିଛି ସେ କାହାରିଠୁ ବି କମ ନୁହେଁ । ଆଖିରେ ଅସୁମାରୀ ସ୍ବପ୍ନ ଭରି ସେ ସାଙ୍ଗସାଥୀଙ୍କ ସହ ସ୍କୁଲ ଯାଉଛି, ନାଚୁଛି ଆଉ ଗାଉଛି ମଧ୍ୟ । ବିଦ୍ୟୁତ ଆଘାତରେ ହାତଗୋଡ଼ ସିନା ହରାଇଛି ହେଲେ ପାଟିରେ ଚିତ୍ର ଆଙ୍କି ସମସ୍ତଙ୍କୁ କରୁଛି ଅବାକ୍‌ । ଖୋଦ ମୁଖ୍ୟମନ୍ତ୍ରୀ ପାୟଲର ନିଆରା ପ୍ରତିଭାକୁ ପ୍ରଶଂସା କରିବା ସହ ତାର ଉଜ୍ଜ୍ବଳ ଭବିଷ୍ୟ କାମନା କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ

author img

By

Published : Nov 12, 2022, 9:08 PM IST

ବଲାଙ୍ଗୀର: ପରିବାର ଦାନ ଖଟୁ ଖଟୁ ଆଜି ଝିଅ ହୋଇଛି ଭିନ୍ନକ୍ଷମ । ମାତ୍ର ସମୟ ସହିତ ସେହି କୁନିଝିଅ ସଂଘର୍ଷ କରି ଆଜି ଜୀବନ ଜିଇଁବା ଶିଖିଯାଇଛି । ତାର ପ୍ରତିଭା ଆଜି କହୁଛି ସେ କାହାରିଠୁ ବି କମ ନୁହେଁ । ଆଖିରେ ଅସୁମାରୀ ସ୍ବପ୍ନ ଭରି ସେ ସାଙ୍ଗସାଥୀଙ୍କ ସହ ସ୍କୁଲ ଯାଉଛି, ନାଚୁଛି ଆଉ ଗାଉଛି ମଧ୍ୟ । ବିଦ୍ୟୁତ ଆଘାତରେ ହାତଗୋଡ଼ ସିନା ହରାଇଛି ହେଲେ ପାଟିରେ ଚିତ୍ର ଆଙ୍କି ସମସ୍ତଙ୍କୁ କରୁଛି ଅବାକ୍‌ । ଖୋଦ ମୁଖ୍ୟମନ୍ତ୍ରୀ ତାର ନିଆରା ପ୍ରତିଭାକୁ ପ୍ରଶଂସା କରିବା ସହ ଉଜ୍ଜ୍ବଳ ଭବିଷ୍ୟ କାମନା କରିଛନ୍ତି । ସେପଟେ ଭଲ ପାଠ ପଢି ଚାକିରୀ କରିବ ବୋଲି ମଧ୍ୟ କହିଛି କୁନି ଜୀବନ ଯୋଦ୍ଧା । ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡ ସାଇମରା ପଞ୍ଚାୟତ ଯମୁନାବାହାଲ ଗ୍ରାମର ବିଜୟ ନାଗ ଓ ଜନତା ନାଗଙ୍କ ଝିଅ ପାୟଲ ନାଗ ଆଜି ସମସ୍ତଙ୍କ ପାଇଁ ପାଲଟିଛି ଅନନ୍ୟ ଉଦାହରଣ ।

ଦିବ୍ୟାଙ୍ଗ ଛାତ୍ରୀ ପାୟଲଙ୍କ ସଫଳ କାହାଣୀ: ପାଟିରେ ଆଙ୍କୁଛନ୍ତି ଚିତ୍ର, ପ୍ରଶଂସାରେ ଶତମୁଖ ମୁଖ୍ୟମନ୍ତ୍ରୀ

ଜିଲ୍ଲାରେ ପେଟ ପାଟଣା ପାଇଁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯାଇ ଅକଥନୀୟ ନିର୍ଯାତନା ପାଇଥାନ୍ତି । ଅନେକ ସମୟରେ ପେଟପାଟଣା ପାଇଁ ଯାଇ ସେମାନେ ଜୀବନ ହରିଥାନ୍ତି କିମ୍ବା ସବୁ ଦିନ ପାଇଁ ପାଲଟି ଯାଇଥାନ୍ତି ଅକ୍ଷମ । ତେବେ ଏଭଳି ଏକ ଦୁର୍ଘଟଣାର ଅଜାଣତରେ ଶିକାର ହୋଇଥିଲା ବଲାଙ୍ଗୀର ଜଣେ ନିରୀହ ଶିଶୁ ଏବଂ ନିଜ ହାତ ଗୋଡ ହରାଇ ସବୁଦିନ ପାଇଁ ସେ ଭିନ୍ନକ୍ଷମ ପାଲଟି ଯାଇଥିଲା । ତେବେ ସେହି ଶିଶୁ କିନ୍ତୁ କଠୋର ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ଯାଇ ଏବେ ଜୀବନ ଜୀଇଁବାର ସଂଗ୍ରାମ ଜାରି ରଖିଛି । ତାର ଏହି ସାହସକୁ ସମସ୍ତେ ଏବେ ସଲାମ କରିଛନ୍ତି ।

ଜିଲ୍ଲାରେ ଦାଦନ ଯନ୍ତ୍ରଣା କଣ ଏଠିକାର ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଉଥିବା ଲୋକ ହିଁ ଜାଣନ୍ତି । ଦୁଇ ମୁଠା ଖାଇବା ପାଇଁ ସେମାନେ ଭିଟାମାଟି ଛାଡି ବାହାର ରାଜ୍ୟକୁ ଯାଇଥାନ୍ତି ଏବଂ ସାଙ୍ଗରେ ତାଙ୍କର ଶିଶୁ ମାନେ ମଧ୍ୟ ସେହି ବିଡମ୍ବନାର ଭାଗିଦାରୀ ହୋଇଥାନ୍ତି। ତେବେ ଅନେକ ସମୟରେ ଛାତି ଥରାଇଲା ଭଳି ଘଟଣା ଏହି ଗରିବ ଲୋକଙ୍କ ସହ ଘଟିଥାଏ । ଅନେକ ଏଥିରେ ଜୀବନ ହାରିଥିବା ବେଳେ ଅନେକ ସବୁ ଦିନ ପାଇଁ ଅକ୍ଷମ ହୋଇ ଅସହାୟ ଜୀବନ କାଟି ଥାଆନ୍ତି । ତେବେ ବିଗତ କିଛି ବର୍ଷ ତଳେ ଏହିଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଦାଦନ ଖଟି ଯାଇଥିବା ନିଜ ମା' ବାପାଙ୍କ ସହ ଯାଇଥିବା ଶିଶୁ ଏକ ଦୁର୍ଘଟଣାରେ ଚାରି ହାତ ଗୋଡ ହରାଇଥିଲେ। ସେହି ଶିଶୁ ପାୟଲ ନାଗ । ଏହି ଘଟଣାକୁ ଏବେ ୭ ବର୍ଷ ବିତି ସାରିଛି ଏବଂ ଏହାରି ମଧ୍ୟରେ ଭିନ୍ନକ୍ଷମ ପାଲଟିଥିବା ସେହି ଶିଶୁ ପାୟଲ ନାଗ ଏବେ ବଡ଼ ହୋଇଛି ।

ପାୟଲ ସହିତ ଘଟିଥିବା ଏହି ଦୁର୍ଘଟଣା ପରେ ସେ ସଂଘର୍ଷମୟ ତାର ଜୀବନକୁ ଜୀଇଁବାର ଚେଷ୍ଟା ଜାରି ରଖିଛି । ସେ ଏବେ ସ୍କୁଲ ଯାଉଛି ପାଠ ପଢୁଛି । ନିଜର ଅକ୍ଷମତାରେ ହାରି ନ ଯାଇ କିଛି କରି ଦେଖାଇବାର ପଣ କରିଛି । ହାତ ନ ଥିଲେ ମଧ୍ୟ ସେ ନିଜ ମୁହଁର ସାହାଯ୍ୟରେ ଲେଖାପଢ଼ା କାମ ସହ ଭଳିକି ଭଳି ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିଛି । ସେ ନିକଟରେ ସ୍କୁଲସ୍ତରୀୟ ସୁରଭି ଚିତ୍ରାଙ୍କନରେ ନିଜର କମାଲ ଦେଖାଇ କ୍ଲଷ୍ଟର ସ୍ତରରେ ପ୍ରଥମ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ଏନେଇ ପାୟଲ କହିଛନ୍ତି, "ମୋ ହାତଗୋଡ଼ ନଥିଲେ ବି ମୋତେ କୌଣସି ଦୁଃଖ ନାହିଁ । ମୁଁ ପାଟିରେ ସବୁକିଛି କରିପାରୁଛି । ପାର୍ବତୀଗିରି ବାଲନିକେତନରେ ମୁଁ ରହୁଛି । ଏଠାରେ ସମସ୍ତେ ମୋର ସାହାଯ୍ୟ କରନ୍ତି । ମୁଁ ପାଟିରେ ଚିତ୍ର ମଧ୍ୟ ଆଙ୍କି ପାରୁଛି । ଆଗକୁ ଜଣେ ଚିତ୍ରକାର ବନିବାକୁ ଚାହିଁଛି ।" ଏଭଳି କି ତାର ପ୍ରତିଭାକୁ ନିଜେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ କରି ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ- ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ଆଉ ଏକ ଷ୍ଟେସନକୁ ଗଡିଲା ଟ୍ରେନ

ତେବେ ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡ ସାଇମରା ପଞ୍ଚାୟତର ଯମୁନା ବାହାଲ ଗ୍ରାମର ବିଜୟ ନାଗ ଓ ଜନତା ନାଗଙ୍କ ଝିଅ ପାୟଲ ନାଗ । ପାୟଲକୁ ୮ ବର୍ଷ ହେଉଥିବା ବେଳେ ସେ ନିଜ ଭାଇ ଭଉଣୀ ଓ ବାପା ମା' ସହ ଛତିଶଗଡ଼ ରାୟପୁର ପେଟ ପାଟଣା ପାଇଁ ଯାଇଥିଲେ । ଗତ ଏପ୍ରିଲ ୬ ତାରିଖରେ ୨୦୧୫ରେ ପାୟଲର ମା' ବାପା ଏକ ଘର ନିର୍ମାଣ କାମରେ ଲାଗିଥିବା ବେଳେ ପାୟଲ ନିଜ ଭାଇ ସହ ଖେଳୁଥିଲା । ଠିକ ଏହି ସମୟରେ ଭାଇର ଏକ କପଡା ବିଦ୍ୟୁତ ତାରରେ ଲାଖି ଯାଇଥିବା ବେଳେ ପାୟଲ ତାକୁ କାଢ଼ିବାକୁ ଯାଇ ବିଦ୍ୟୁତ ଆଘାତ ପାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇ ରାୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା । ସେପଟେ ଛତିଶଗଡ଼ ସରକାରଙ୍କ ସହାୟତାରେ ତାର ଚିକିତ୍ସା ହୋଇଥିବା ବେଳେ ତାର ଚାରି ହାତ ଗୋଡ଼ କଟି ଯାଇଥିଲା ।

ପରେ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ବଲାଙ୍ଗୀର ନିଜ ଘରକୁ ବାପା ମା' ସହ ଫେରି ଆସିଥିଲା । ସେପଟେ ଏଠି କିଛି ଦିନ ତା ବାପା ମା' ରହିବା ପରେ ତାକୁ ଘରେ ଛାଡ଼ି ସେମାନେ ପୁଣି ଦାଦନ ଖଟିବାକୁ ପଳାଇଥିଲେ । ସେପଟେ ପାୟଲ ନାଗ ନିଜ ସମ୍ପର୍କୀୟ ସହ ରହି ଅସହାୟ ହୋଇ ପଡିଥିବା ବେଳେ ବଲାଙ୍ଗୀର ପ୍ରଶାସନ ତାଙ୍କୁ ସେଠୁ ଉଦ୍ଧାର କରି ବଲାଙ୍ଗୀର ବାଳନିକେତନରେ ରଖିଥିଲା । ତେବେ ଏହିଠୁ ହିଁ ପାୟଲ ନାଗ ନିଜେ ସଂଘର୍ଷ କରିବା ଆରମ୍ଭ କରିଥିଲା । ପ୍ରଶାସନର ସହାୟତାରେ ସେ ବଲାଙ୍ଗୀର ସଦାଇପାଲି ପଲ୍ଲିଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢିବା ଆରମ୍ଭ କରିଥିଲା । ଏବେ ତାକୁ ୧୩ ବର୍ଷ ବୟସ ହେଉଥିବା ବେଳେ ସେ ନବମରେ ପାଠ ପଢୁଛି ।

ନିଜ ମୁହଁ ସାହାଯ୍ୟରେ ଲେଖା କାମ କରୁଥିବା ବେଳେ ତୁଳୀରେ ସୁନ୍ଦର ଚିତ୍ର ମଧ୍ୟ ଆଙ୍କୁଛି । ଯାହାକୁ ନେଇ ତାର ସହପାଠୀ ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ତାକୁ ପ୍ରଶଂସା କରୁଛନ୍ତି । ସେହିପରି ପାୟଲର ଆଖିରେ ଏବେ ଅନେକ ଅସୁମାରୀ ସ୍ୱପ୍ନ ଅଛି ଏବଂ ତାକୁ ପୂରଣ କରିବା ପାଇଁ ସେ ଜାରି ରଖିଛି ସଂଗ୍ରାମ । ତେବେ ଆଗକୁ ସେ ଭଲ ପାଠ ପଢି ଚାକିରୀ କରିବ ବୋଲି କହିଛି ସେ । ସେପଟେ ତାର ଶିକ୍ଷକ ମାନେ ମଧ୍ୟ ତାକୁ ଯଥାସମ୍ଭବ ସାହାଯ୍ୟ କରିଛନ୍ତି । ତାର ଉତ୍ସାହ ସଂଗ୍ରାମରେ ସହାୟକ ହୋଇ ତାର ଭବିଷ୍ୟତ ଗଢିବାରେ ସାହାଯ୍ୟ କରୁଛନ୍ତି । ତାର ଏହି ଦୃଢ଼ ଇଚ୍ଛା ଶକ୍ତି ପାଇଁ ସେ ନିଶ୍ଚୟ ସଫଳ ହେବ ବୋଲି ଆଶାବାଦୀ ରହିଛି । ପରିବାର ସହ ପେଟ ପାଇଁ ଖଟିବାକୁ ଯାଇ ଏବେ ସେ ଭିନ୍ନକ୍ଷମ ହୋଇଛି ସତ କିନ୍ତୁ ସେ ଏଥିରେ ହାରି ନାହିଁ ଏବଂ ଜଣେ ସକ୍ଷମ ମଣିଷ ଭଳି ପରିଚୟ ତିଆରି ପାଇଁ ସେ ଲାଗି ପଡିଛି । ଯାହା ଅନ୍ୟ ମାନଙ୍କ ପାଇଁ ଏବେ ଅନନ୍ୟ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.