ବଲାଙ୍ଗୀର: ଜିଲ୍ଲାର ପାଟଣାଗଡ ବ୍ଲକର ଦେଉଲଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଶୋଭାବନ ବାରଲେଣ୍ଡିଆଙ୍କ ପରିବାର ରାତିରେ ଶୋଇଥିବା ବେଳେ କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଥିବା ଜଣାପଡିଛି ।
ଶନିବାରଠାରୁ ଲଗାତାର ବର୍ଷା କାରଣରୁ ଘର କାନ୍ଥ ଭାଙ୍ଗି ଯାଇଥିବା ଜଣାପଡିଛି । କାନ୍ଥ ତଳେ ଚାପି ହୋଇ ନାବାଳିକା ଦୀପାଙ୍କ ମୃତ୍ୟୁ ହୋଇଛି । ଏହାସହ ଶୋଭାବନ ଓ ତାଙ୍କ ସ୍ତ୍ରୀ ସତ୍ୟଭାମାଙ୍କ ସମେତ 2 ପୁଅ ଦୀପକ ଓ ଟିରୁଚି ଗୁରୁତର ଆହତ ହୋଇଛନ୍ତି । ତେବେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ