ETV Bharat / state

କଫ ସିରପ ମାଫିଆଙ୍କୁ ଗିରଫ ଦାବି, ଅବକାରୀ କାର୍ଯ୍ୟାଳୟ ଘେରାଉ - କଫ ସିରପ ମାଫିଆଙ୍କୁ ଗିରଫ ଦାବି

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏବେ କଫ ସିରପ ମାଫିଆଙ୍କ ହବ୍ ପାଲଟିଥିବା ବେଳେ ଏଠିକାର ଗ୍ରାମାଞ୍ଚରେ ବେଧଡକ ବେଆଇନ କଫ ସିରଫ କାରବାର ଚାଲିଛି । ତେବେ ଏହିଭଳି କଫ ସିରପ ମାଫିଆଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

one-arrested-on-charges-of-dealing-in-illegal-cough-syrup
କଫ ସିରପ ମାଫିଆଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ
author img

By

Published : Jan 6, 2021, 8:32 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏବେ କଫ ସିରପ ମାଫିଆଙ୍କ ହବ୍ ପାଲଟିଥିବା ବେଳେ ଏଠିକାର ଗ୍ରାମାଞ୍ଚରେ ବେଧଡକ ବେଆଇନ କଫ ସିରଫ କାରବାର ଚାଲିଛି । ତେବେ ଏହିଭଳି ଉଳବା ଗ୍ରାମର ଲୋକେ କଫ ସିରପ ମାଫିଆଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ।

କଫ ସିରପ ମାଫିଆଙ୍କୁ ଗିରଫ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ

ତେବେ ଏହିଭଳି ଉଳବା ଗ୍ରାମରେ ମଧ୍ୟ ଏହା ବେଧଡକ ଭାବରେ ଚାଲିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ଼ ଅବକାରୀ ବିଭାଗ ଏହି ଗ୍ରାମର ଦୂର୍ଯ୍ୟୋଧନ ପଟେଲଙ୍କ ଘରେ ଚଡାଉ କରି ବିପୁଳ ପରିମାଣରେ ବେଆଇନ କଫ ସିରପ ଜବତ କରିଥିଲା । ଏଥିସହିତ ଏଥିରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହାର ମୁଖ୍ୟ କିଙ୍ଗ ପିନରୀ ଫେରାର ହୋଇଯାଇଥିଲା ।

ତେବେ ତାକୁ ଶୀଘ୍ର ଗିରଫ ଦାବି ଓ ଗ୍ରାମରେ କଫ ସିରପ କାରବାର ବନ୍ଦ କରିବା ଦାବିରେ ଶତାଧିକ ଗ୍ରାମବାସୀ ଆଜି ପାଟଣାଗଡ଼ ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏବଂ ଦାବି ପୂରଣ ନା ହେଲେ ଏମାନେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.