ETV Bharat / state

ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ - ବଲାଙ୍ଗୀରରେ ବେଆଇନ କଫ ସିରପ

ବଲାଙ୍ଗୀରରେ ବେଆଇନ କଫ ସିରପ କାରବାର କରୁଥିବା ଅଭିଯୋଗରେ ଜଣେ ଗିରଫ । ଅବକାରୀ ବିଭାଗ ଚଢାଉ ବେଳେ 4 ଶହ ବୋତଲ ଜବତ ହୋଇଛି । ଅଧିକ ପଢନ୍ତୁ...

ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ
ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ
author img

By

Published : Jan 1, 2021, 9:44 AM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ବେଆଇନ କଫ୍‌ ସିରଫ କାରବାର । ଖବର ପାଇ ଅବକାରୀ ବିଭାଗ ଚଢାଉ କରି ଧନୁର୍ଯ୍ୟ ପଟେଲକୁ ଗିରଫ କରିଛି । ଗିରଫ କରିବା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ପାଟଣାଗଡ ଅବକାରୀ ବିଭାଗ ପାଟଣାଗଡ ଉଲବା ଗାଁର ଧନୁର୍ଯ୍ୟ ପଟେଲଙ୍କ ଘରେ ଚଢାଉ କରିଥିଲା ।

ବେଆଇନ କଫ ସିରପ କାରବାର ଅଭିଯୋଗରେ ଜଣେ ଗିରଫ

ଚଢାଉ ବେଳେ ଧନୁର୍ଯ୍ୟର ଘରୁ ଚାରି ଶହ ବୋତଲ ଜବତ କରିଥିଲା ଅବକାରୀ ବିଭାଗ । ବେଆଇନ କଫ ସିରପ ଓଡିଶାରେ ନିଷିଦ୍ଧ ଥିବା ବେଳେ ଏତେ ମାତ୍ରାରେ ବେଆଇନ କଫ ସିରପ କେଉଁଠୁ ଆସିଲା ତାର ତଦନ୍ତ କରୁଛି ଅବକାରୀ ବିଭାଗ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.