ETV Bharat / state

ହାଣ୍ଡିଶାଳ ଉପରେ ଲକଡାଉନ ପ୍ରଭାବ - ଖାଉଟି ସାମଗ୍ରୀ ଦୋକାନରେ ଭିଡ

ବଲାଙ୍ଗୀର ଜିଲ୍ଲାରେ ସକାଳୁ 3 ଘଣ୍ଟା ଓ ସନ୍ଧ୍ୟାରେ 3 ଘଣ୍ଟା ନିର୍ଦ୍ଧାରିତ ସମୟରେ ଖାଉଟିମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହୁଛି।

balangir
ଲକଡାଉନ ସିଧାସଳଖ ପ୍ରଭାବ
author img

By

Published : Mar 26, 2020, 11:17 PM IST

ବଲାଙ୍ଗୀର: ସାରା ଭାରତରେ 21 ଦିନ ପାଇଁ ଲକଡାଉନ ଜାରି ହୋଇଛି । ଗୁରୁବାର ଦ୍ଵିତୀୟ ଦିନ ଲକଡାଉନ ବଲାଙ୍ଗୀରରେ ସଫଳ ହୋଇଥିବା ବେଳେ ଏବେଠୁଁ ଏଠାରେ ଖାଉଟିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବଲାଙ୍ଗୀର ଜିଲ୍ଲାରେ ସକାଳୁ 3 ଘଣ୍ଟା ଓ ସନ୍ଧ୍ୟାରେ 3 ଘଣ୍ଟା ନିର୍ଦ୍ଧାରିତ ସମୟରେ ଖାଉଟିମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହୁଛି। ତେବେ ପ୍ରତିଦିନ ଏଠାରେ ସବୁ କିରଣା ବା ଖାଉଟି ସାମଗ୍ରୀ ଦୋକାନରେ ଲୋକଙ୍କ ଲମ୍ବା ଭିଡ ଦେଖିବାକୁ ମିଳୁଛି ।

ହାଣ୍ଡିଶାଳ ଉପରେ ଲକଡାଉନ ପ୍ରଭାବ

ସେହିପରି କିଛି ଖାଉଟି ଅପେକ୍ଷା ପରେ ମଧ୍ୟ ଖାଉଟି ସାମଗ୍ରୀ ପାଉ ନଥିବା ବେଳେ ସମାନ ଭାବରେ କିଛି ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ହୋଇଥିବା ଅଭିଯୋଗ ହୋଇଛି। ତେବେ ଲକଡାଉନ ସିଧାସଳଖ ଲୋକଙ୍କ ହାଣ୍ଡିଶାଳକୁ ମଧ୍ୟ ପ୍ରଭାବିତ କରିଛି ।

ଲକଡାଉନର ମାତ୍ର ଦ୍ଵିତୀୟ ଦିନରେ ଖାଉଟିଙ୍କ ସମସ୍ୟା ସମ୍ନାକୁ ଆସିଲାଣି। ତେବେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟତଃ କଲିକତା ଓ ରାୟପୁରରୁ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଆସିଥାଏ। ମାତ୍ର ଲକଡାଉନ ଯୋଗୁଁ ଏହି ସାମଗ୍ରୀ ଏବେ ବଲାଙ୍ଗୀର ଆସି ପାରୁନାହିଁ ।

ଯାହା ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି। ସେହିପରି ଏଠିକାର ଖାଉଟି ସାମଗ୍ରୀ ବିକ୍ରି କରୁଥିବା ଦୋକାନ ମାଲିକ ମାନେ କହିବା ଅନୁସାରେ, ମାତ୍ର ଆଉ ତିନି ଚାରି ଦିନର ସାମଗ୍ରୀ ମହଜୁଦ ଅଛି। ଏବଂ ସରକାର ସାମଗ୍ରୀ ଆସିବାରେ ସହାୟକ ନହେଲେ ଖାଉଟିଙ୍କୁ ସାମଗ୍ରୀ ଯୋଗାଇବା ଅସମ୍ଭବ ହୋଇ ପଡିବ। ତେବେ ବର୍ତ୍ତମାନ ପରିସ୍ଥିତିରେ ସରକାର ଏଦିଗ ପ୍ରତି ବିଶେଷ ଧ୍ୟାନ ନଦେଲେ ଖାଉଟିଙ୍କ ସମସ୍ୟା ବଢିବ ନିଶ୍ଚୟ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.