ETV Bharat / state

ପରିବାର ଶୂନ୍ୟ କଲା ଦଇବ, ସାହାରା ଅପେକ୍ଷାରେ ବେସାହାରା ଭାଇଭଉଣୀ - ଅସହାୟ ଅବସ୍ଥାରେ ବିତୁଛି ଜୀବନ

ଗରିବିର ପଶା ପାଳିରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ତିନି ଅନାଥ ଭାଇ ଭଉଣୀ । ଗୋଟିଏ ବର୍ଷରେ ମାଆ ବାପା ଓ ଆଈ ତାଙ୍କୁ ଛାଡି ଆରପାରିକୁ ଚାଲିଯିବା ପରେ ଅସହାୟ ଅବସ୍ଥାରେ ବିତୁଛି ଜୀବନ । ପ୍ରଶାସନକୁ ସାହ୍ଯ୍ୟ ପାଇଁ ଗୁହାରି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

waiting for government help
waiting for government help
author img

By

Published : May 10, 2023, 3:57 PM IST

ସାହାରା ଅପେକ୍ଷାରେ ବେସାହାରା ଭାଇଭଉଣୀ

ବଲାଙ୍ଗୀର: ଦଇବ ହେଲା ନିଷ୍ଠୁର। ଗୋଟିଏ ବର୍ଷରେ ତିନି ଭାଇଭଉଣୀ ମୁଣ୍ଡରୁ ଛଡାଇ ନେଲା ମାଆ ବାପାଙ୍କ ହାତ। ଏବେ ଅନାଥ ତିନି ଭାଇ ଭଉଣୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଗୋଟିଏ ଭଉଣୀ ମାନସିକ ଅକ୍ଷମ ଥିବା ବେଳେ ଆଉ ଜଣେ ଭଉଣୀ ଖେଳିବା ବୟସରେ ପେଟ ପଟଣା ପାଇଁ ଦାଦନ ଖଟିବାକୁ ଯାଇଛନ୍ତି । ଫଳରେ ପୋଲିସ ହେବାକୁ ସ୍ବପ୍ନ ଦେଖିଥିବା ଭାଇର ଆଶା ମଉଳିଗଲା ଭଳି ମନେ ହେଉଛି । ବଲାଙ୍ଗୀର ଜିଲ୍ଲାରେ ଏହି ତିନି ଭାଇ ଭଉଣୀଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼ ।

ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମର ଏହି କୋମଳମତି ତିନି ଭାଇ ଭଉଣୀ। ବଡ ଭଉଣୀ କ୍ଷୀରବତୀ ରଣା ବୟସ 20 ବର୍ଷ । ସେ ମାନସିକ ଅନଗ୍ରସର, ମଝିଆ ଭଉଣୀ ନିରବତୀ ରଣା ବୟସ ମାତ୍ର 16 ବର୍ଷ ଏବଂ 11 ବର୍ଷର ଭାଇ ହେମନ୍ତ ରଣା । ଗରିବ ହେଲେ ବି ହସ ଖୁସିରେ କଟୁଥିଲା ଏମାନଙ୍କ ସମୟ । ହେଲେ ଏମାନଙ୍କ ପାଇଁ ନିଷ୍ଠୁର ହେଲା ଦଇବ । ମାଆ ସଂଜୁକ୍ତା ରଣାଙ୍କ ଅକାଳ ବିୟୋଗ ହୋଇଗଲା । ମାଆଙ୍କୁ ହରାଇବା ଦୁଃଖ ନଭୁଲୁଣୁ ୬ମାସ ପରେ ବାପା ବି ଆରପାରିକୁ ଚାଲିଗଲେ । ଏହାପରେ ୩ ଭାଇଭଉଣୀଙ୍କ ସାହାରା ପାଲଟିଲେ ଆଇ । ହେଲେ 3 ପିଲାଙ୍କ ଶେଷ ସାହାରା ଆଈ ଭାନୁମତି ରଣାଙ୍କ ମଧ୍ୟ ଗତ 2 ମାସ ତଳେ ଦେହାନ୍ତ ହୋଇଛି । ଦେଖୁ ଦେଖୁ ଅନାଥ ହୋଇ ଗଲେ ତିନି ଭାଇ ଭଉଣୀ। ପଢିବା ଖେଳିବା ବୟସରେ ଏ ତିନି ଭାଇ ଭଉଣିଙ୍କ ଜୀବନ ଦୁଃଖର ପାହାଡ ତଳେ ଚାପି ହୋଇ ଯାଇଛନ୍ତି । ବର୍ତ୍ତମାନ ଘରର ବଡ ଝିଅ ମାନସିକ ଅନଗ୍ରସର ହୋଇ ବି ପଦାକୁ ଗୋଡ କାଢିଥିଲେ । ସେତିକିରେ ଚଳିଲାନି ପରିବାର । ମଝିଆ ଭଉଣୀ ବି ଦାଦନ ଖଟିବାକୁ ବାହାରକୁ ଚାଲିଗଲେ । ଏବେ ବହୁ କଷ୍ଟରେ ଚଳୁଛନ୍ତି 3 ଭାଇଉଭଣୀ ।

ଏନେଇ ଘରର ବଡ଼ ଝିଅ କ୍ଷୀରବତୀ କହିଛନ୍ତି, "ବର୍ଷେ ମଧ୍ୟରେ ମାଆ ବାପା ଓ ଆଈଙ୍କୁ ହରାଇ ଅନାଥ ହୋଇଯାଇଛୁ । ଆଗକୁ ବଞ୍ଚିବା ପାଇଁ ସଂଘର୍ଷ କରୁଛୁ । ଟଙ୍କା ଯୋଗାଡ଼ ହେଲେ ଚୁଲି ଜଳୁଛି ନହେଲେ ଏଠି ସେଠି ହାତ ପତାଇବାକୁ ପଡୁଛି । ତେଣୁ ଆମକୁ କିଛି ସହାୟତା ପ୍ରଦାନ କରାଯାଉ ।"

ବର୍ତ୍ତମାନ ଏହି ୩ ଅସହାୟ ଭାଇଭଉଣୀ 35 କେଜି ଚାଉଳ ପାଉଥିବା ବେଳେ ଆଗକୁ ତାଙ୍କୁ ଆବାସ ଯୋଜନାରେ ସାମିଲ କରିବା ସହ ଅନ୍ୟ ସରକାରୀ ସାହାଯ୍ୟ ଯୋଗାଇ ଦିଆ ଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଆମେ ଜିଲ୍ଲାପ୍ରାଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ । ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ନିଜେ ଏଥିରେ ପଦକ୍ଷେପ ନେବେ ଓ ପ୍ରଥମେ ଛୋଟ ବାଳକକୁ ଉଦ୍ଧାର କରି ଥଇଥାନ କରିବେ ବୋଲି କହିଛନ୍ତି ।

ତେବେ ଏହି ସୂଚନା ଆମଠୁ ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତ୍ୱରିତ ପଦକ୍ଷେପ ନେଇଛନ୍ତି । ନାବାଳକ ହେମନ୍ତ ରଣାଙ୍କୁ ଉଦ୍ଧାର କରି ବଲାଙ୍ଗୀର ପାର୍ବତୀ ଗିରି ବାଳ ନିକେତନରେ ଥଇଥାନ କରିଛନ୍ତି । ଆଗକୁ ଦୁଇ ଭଇଣୀଙ୍କୁ କଣ ସହାୟତା ମିଳିଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.