ETV Bharat / state

ମମିତା ମର୍ଡର ମିଷ୍ଟ୍ରି, ଦୋଷ ସ୍ବୀକାର କଲା ଗୋବିନ୍ଦ

author img

By

Published : Oct 20, 2021, 9:59 AM IST

Updated : Oct 20, 2021, 1:56 PM IST

ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ବୀକାର କରିଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସହ ତା'ର ତିନି ସହଯୋଗୀଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କଲା ଗୋବନ୍ଦ !

ବଲାଙ୍ଗୀର: ମମିତା ମେହେର ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ଅପରାଧ ସ୍ବୀକାର କରିଥିବା ସୂଚନା । ମମିତାଙ୍କୁ ହତ୍ୟା କରିଥିବା ନେଇ ଜେରା ବେଳେ ଗୋବିନ୍ଦ ସାହୁ ପୋଲିସ ଆଗରେ ଏହି କଥା ମାନିଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସୂଚନା ଦେଇନାହାଁନ୍ତି ପୋଲିସ ।

ମମିତା ମିଷ୍ଟ୍ରି, ଦୋଷ ସ୍ବୀକାର କଲା ଗୋବିନ୍ଦ

ଶିକ୍ଷୟfତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଗତକାଲି ପୋଲିସ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ତଥା ସ୍କୁଲ ପରିଚାଳକ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲା । ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ତାକୁ ଅଟକ ରଖି ରାତି ତମାମ୍ ଜେରା କରିଛି ପୋଲିସ । ନିଜେ ବଲାଙ୍ଗୀର ଏସପି ଓ ଉତ୍ତରାଞ୍ଚଳ ଡିଆଇଜି ଜେରାରେ ସାମିଲ ଅଛନ୍ତି । ସେହିପରି ଗୋବିନ୍ଦ ସାହୁ ସମେତ ତା'ର ଅନ୍ୟ ତିନି ଜଣ ସହଯୋଗୀଙ୍କୁ ପୋଲିସ ଆଣି ଅଟକ ରଖିଛି । ଏମାନେ ହେଲେ ଜେସିବି ଅପରେଟର, ମହାଲିଙ୍ଗ ସନସାଇନ୍ସ ପବ୍ଲିକ ସ୍କୁଲର ପ୍ରିନ୍ସିପାଳ ରଞ୍ଜିତ ସାହୁ ଓ ମହାଳିଙ୍ଗ ଷ୍ଟାଡିୟମର ମୁନ୍ସୀ । ପୋଲିସ ସମସ୍ତଙ୍କୁ ଅଟକ ରଖି ଘନ ଘନ ଜେରା କରୁଛି । ତେବେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ପୋଲିସ ଖିଅ ଖୋଜୁଛି ।

ତେବେ ଯାହା ସୂଚନା ମିଳିଛି, ଗତ ୭ ତାରିଖରେ ମମିତା ମେହେରଙ୍କୁ ଗୋବିନ୍ଦ କାର୍ ଯୋଗେ ନେଉଥିବା ବେଳେ କଳାହାଣ୍ଡି ଓ ବଲାଙ୍ଗୀର ସୀମାରେ କାର ମଧ୍ୟରେ ହିଁ ହତ୍ୟା କରିଥିଲା । ପୂର୍ବ ଯୋଜନା ମୁତାବକ ଷ୍ଟାଡିୟମ ମଧ୍ୟରେ ଯାଇ ତାକୁ ପୋଡି ହତ୍ୟା କରିଥିବାର ପ୍ରାଥମିକ ସୂଚନା ମିଳିଛି ।

ଆଜି ଗୋବିନ୍ଦ ସାହୁ ସମେତ ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ଆଗକୁ ଆଉ କ'ଣ ସବୁ ଖୁଲାସା ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 20, 2021, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.