ETV Bharat / state

ବଲାଙ୍ଗୀରରେ ସଟଡାଉନ କଡାକଡି ପାଳନ - ବଲାଙ୍ଗୀର

ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ବଲାଙ୍ଗୀରରେ 4 ଦିନିଆ ସଟଡାଉନ ଘୋଷଣା କରାଯାଇଛି ।

shutdown
ବଲାଙ୍ଗୀରରେ ସଟଡାଉନ କଡାକଡି ପାଳନ
author img

By

Published : Jul 31, 2020, 5:30 PM IST

ବଲାଙ୍ଗୀର: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ବଲାଙ୍ଗୀରରେ 4 ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଲୋକ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

ଶୁକ୍ରବାର ଠାରୁ ଜିଲ୍ଲାରେ ଏହି ସଟଡାଉନ ଲାଗୁ କରାଯାଇଛି । ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡି ଜିଲ୍ଲାର ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ଆଦିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି ।

ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ବଲାଙ୍ଗୀରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ବିନା କାରଣରେ ଲୋକଙ୍କୁ ଯିବା ଆସିବା ପାଇଁ ବାରଣ କରାଯାଉଛି।

ବଲାଙ୍ଗୀରରେ ସଟଡାଉନ କଡାକଡି ପାଳନ

ସେହିପରି ଅମାନିଆଙ୍କୁ ପୋଲିସ ଧରି ଫାଇନ କାଟିବା ସହ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି। ତେବେ ଶୁକ୍ରବାର ପ୍ରଥମ ଦିନରେ ଏହି ସଟଡାଉନ ସଫଳ ହୋଇଥିବା ବେଳେ ଲୋକ ମଧ୍ୟ ଏହାକୁ ସ୍ୱତଃ ପ୍ରବୃତ୍ତ ଭାବରେ ସମର୍ଥନ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.