ETV Bharat / state

4 ଲକ୍ଷରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, 2 ଗିରଫ - court

ବଲାଙ୍ଗୀର ପାଟଣାଗଡ ଧୁମାଭଟା ଗ୍ରାମ ରାସ୍ତାର ଏକ ମାରୁତି ଗାଡିରୁ 90 କେଜି ଗଞ୍ଜେଇ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ମାମଲାରେ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Mar 30, 2019, 7:22 PM IST

ବଲାଙ୍ଗୀର: ନିର୍ବାଚନ ପୂର୍ବରୁ ସାରା ଦେଶକୁ ଅପରାଧ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଶନିବାର ସକାଳେ ବଲାଙ୍ଗୀର ପାଟଣାଗଡ ଧୁମାଭଟା ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଚଢାଉବେଳେ ଏକ ମାରୁତି ଗାଡିରୁ ୯୦କେଜି ଗଞ୍ଜେଇ ଜବତ କରିଛି ବିଭାଗ । ଏଥିସହ ମାମଲାରେ ସମ୍ପୃକ୍ତ ଥିବା ଗାଡିର ହେଲପର ଓ ଡ୍ରାଇଭରକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନାମୁତାବକ, ଏକ ମାରୁତି ଗାଡି ଗଞ୍ଜେଇ ବୋଝେଇ କରି ଧୁମାଭଟା ଗ୍ରାମ ଦେଇ ଯିବା ସମୟରେଅବକାରୀ ବିଭାଗକୁ ଖବର ବିଶ୍ବସ୍ତ ସୂତ୍ରରୁ ମିଳିଥିଲା । ଫଳରେବିଭାଗ ପକ୍ଷରୁ ସେହି ରାସ୍ତାରେ ପାଟ୍ରୋଲିଂ କରାଯାଇଥିଲା । ଗାଡିଟି ଧୂମାଭଟା ଦେଇ ଯିବା ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡିରୁ 1 କିଲୋଗ୍ରାମର 90ଟି ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ତେବେ ଜବତ ଗଞ୍ଜେଇର ମୂଲ୍ୟ ହାରାହାରି 4.5 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଗଞ୍ଜେଇ ବୋଝେଇ ଗାଡିଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିଏସ ଅନ୍ତର୍ଗତ ଖୁଣ୍ଟିଗୁରାରୁ ବରଗଡର ନରସିଂହନାଥକୁ ଆସୁଥିଲା । ମାମଲାରେ ଗିରଫ ପିଙ୍କୁ ମେଣ୍ଡଲି ଓ ତ୍ରିନାଥ ସାହୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

SLUG-ACCIDENT
AVO-MRUTYUNJAY SENAPATI,MAYURBHANJ
DATE-02.03.2019
ANCHOR-ମୟୁରଭଞ୍ଜ ଜିଲ୍ଲା ଅଠର ନମ୍ବର ଜାତୀୟ ରାଜପଥର ବେତନଟୀ ବଙ୍ଗଳାଛକ ନିକଟରେ ଦୃଘଟଣା । ଦୁର୍ଘଟଣା ରେ ଜଣେ ମୃତ ଜଣେ ଆହତ। ଓ ଡି.୦୪ଏଲ.୫୦୮୮ ନମ୍ବର ବିଶିଷ୍ଟ ଏକ ବାର ଚକିଆ ଟ୍ରକ ଓଡି.୧୧.୨୯୧୮ ନମ୍ବର ହିରୋହଣ୍ତା ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଟ୍ରକ ଚକତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲା। ଅନ୍ୟଜଣେ ଆହତ ହୋଇଅଛି । ଘଟଣା ସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ସମସ୍ତଙ୍କୁ ବେତନଟୀ ଡାକ୍ତର ଖାନାକୁ ସ୍ଥାନାନ୍ତର  କରିଛି । ତେବେ ବାଇକ ରେ ଥିବା ଯୁବକ ମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳି ନ ଥିବା ବେଳେ ବେତନଟି ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାକବୋନ କମ୍ପାନୀ ଦ୍ବାରା 18 ନମ୍ବର ଜାତୀୟ ରାଜପଥ ନିର୍ମାଣ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.