ETV Bharat / state

Anugul Mahotsav: ସଙ୍ଗୀତର ତାଳେ ତାଳେ ଝୁମିଲେ ଅନୁଗୋଳବାସୀ - ଅନୁଗୋଳ ମହୋତ୍ସବ

ଅନୁଗୋଳ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଙ୍ଗୀତରେ ଝୁମିଲେ ଦର୍ଶକ । ସଙ୍ଗୀତ ପରିବେଷଣ କଲେ ୟୁଟ୍ୟୁବର ସିଙ୍ଗରଙ୍କ ସହ ରାପର ଓ ବଲିଉଡ ସିଙ୍ଗର । ଅଧିକ ପଢନ୍ତୁ

third day of anugul mahotsav
ଅନୁଗୋଳ ମହୋତ୍ସବ
author img

By

Published : Jan 21, 2023, 2:32 PM IST

ଅନୁଗୋଳ ମହୋତ୍ସବ

ଅନୁଗୋଳ: ଜମୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଶାସନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଥିବା ବେଳେ ଶେଷ ହୋଇଛି ତୃତୀୟ ସନ୍ଧ୍ୟା । ଶୁକ୍ରବାର ସିଙ୍ଗରଙ୍କ ସଙ୍ଗୀତରେ ରଙ୍ଗୀନ ହୋଇଥିଲା ଶିତୁଆ ରାତି । ୟୁଟ୍ୟୁବର ସିଙ୍ଗରଙ୍କ ସହ ରାପର ଓ ବଲିଉଡ ସିଙ୍ଗର ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଗତ ବୁଧବାର ଠାରୁ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା ।

ଜିଲ୍ଲା ମହୋତ୍ସବ ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ଼ । ସନ୍ଧ୍ୟା ହେବା କ୍ଷଣି ଜମୁଛି ନୃତ୍ୟ ଆଉ ସଙ୍ଗୀତର ଆସର। ଯାହାର ମଜା ନେଇଛନ୍ତି ଜିଲ୍ଲାବାସୀ । ଶୁକ୍ରବାର ଉତ୍ସବର ତୃତୀୟ ସନ୍ଧ୍ୟା ବେଶ ମନ ମୁଗ୍ଧକର ଥିଲା । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସ୍ଥାନୀୟ କଳାକାରଙ୍କ ନୃତ୍ୟ ପରିବେଷଣରୁ । ଆଉ ତା ପରେ ବିଧିବଦ୍ଧ ଉତ୍ସବର ଆରମ୍ଭ ହୋଇଥିଲା । ଯାହାକୁ ଉଦଘାଟନ କରିଥିଲେ ରାଜ୍ୟ ଜଙ୍ଗଲ ପରିବେଶ ପଞ୍ଚାୟତ ରାଜ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଆମାତଙ୍କ ସହ ଜିଲ୍ଲାର ଦୁଇ ବିଧାୟକ ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ଅଧିକାରୀ ମାନେ ।

ସଭା କାର୍ଯ୍ୟ ପରେ ପରେ ଆରମ୍ଭ ହୋଇଥିଲା ସଙ୍ଗୀତର ମୂର୍ଚ୍ଛନା । ୟୁଟ୍ୟୁବର ସିଙ୍ଗର ଗୌତମ ଗିରିଙ୍କ ସହ ତାଙ୍କ ସହଯୋଗୀ କଣ୍ଠ ଶିଳ୍ପୀ ଭାଗ୍ୟଶ୍ରୀ ଓ ମନସ୍ୱନିଙ୍କ ସଙ୍ଗୀତରେରେ ଝୁମିଥିଲେ ଅନୁଗୋଳ ବାସୀ । ତାଙ୍କ ପଛକୁ ବଲିଉଡ ଗାୟକ ରାଜ ବର୍ମନ ଓ ରାପର ଆରସିଆରଙ୍କ ସଙ୍ଗୀତ ପରିବେଷଣରେ ପୁରା ମଞ୍ଚ କମ୍ପି ଉଠିଥିଲା । ରାତି ଯେତିକି ବଢୁଥାଏ ସଙ୍ଗୀତ ପରିବେଷଣର ଆସର ସେତିକି ଜମୁଥାଏ। ନିଜ ନିଜ ଆନ୍ଦାଜରେ ଏହି କଳାକାର ଦୁହେଁ ଗୋଟିଏ ପରେ ଗୋଟିଏ ହିଟ ଗୀତ ପରିବେଷଣ କରି ଅନୁଗୋଳ ବାସୀ ମନ ଜିଣିଥିଲେ। ବିଳମ୍ବିତ ରାତି ଯାଏ ଜମିଥିଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସଙ୍ଗୀତର ଆସର । ଯାହାର ଭରପୂର ମଜା ନେଇଥିଲେ ମୁକ୍ତାକାଶ ମଞ୍ଚ ନିକଟରେ ଉପସ୍ଥିତ ଦର୍ଶକ।

ଅନୁଗୋଳ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମଞ୍ଚରେ ସଙ୍ଗୀତ ପରିବେଶ କରିଥିଲେ ବଲିଉଡର ପ୍ଲେ ବ୍ୟାକ ସିଙ୍ଗର ବେନି ଦୟାଲ । ତାଙ୍କ ପପ ସଙ୍ଗୀତ ସମସ୍ତଙ୍କ ମନ ଛୁଇଁଥିଲା । ପପ ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ । ଏହା ସହ କମେଡିଆନ ବଣ୍ଟି ଓ ତାଙ୍କ ସହଯୋଗୀଙ୍କ କମେଡି ସମସ୍ତଙ୍କୁ ହସେଇ ହସେଇ ବେଦମ କରିଥିଲା । ଏହାପରେ ଦ୍ବିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକର କଳାକାରମାନେ ପାଲା, ଦଣ୍ଡ ସମେତ ଅନେକ ଲୋକକଳା ପରିବେଷଣ କରିଥିଲେ ।

ରିଆଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ପୱନଦୀପ ଓ ଅରୁଣିତା କାଞ୍ଜିଲାଲ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ମହୋତ୍ସବ ଆହୁରି ଦୁଇ ଦିନ ବାକି ଥିବା ବେଳେ ମଞ୍ଚରେ ଦେଖିବାକୁ ମିଳିବ ଅନେକ ନାମୀଦାମୀ କଳାକାରଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣ , ଯାହାକି ଲୋକଙ୍କ ମନୋରଞ୍ଜନ କରିବ ନିଶ୍ଚୟ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.