ଅନୁଗୋଳ: ବିଧାୟକଙ୍କ ପ୍ରଶଂସନୀୟ କାର୍ଯ୍ୟ । କୋଭିଡ ହସ୍ପିଟାଲ ଯାଇ ରୋଗୀଙ୍କ କଥା ପଚାରି ବୁଝିଲେ ତାଲଚେର ବିଧାୟକ । ବଳରାମ ପ୍ରାସାଦ ନିକଟର ଥିବା ESI କୋଭିଡ ହସ୍ପିଟାଲ ଆଇସୋଲେନ ୱାର୍ଡରେ ପହଞ୍ଚି ରୋଗୀଙ୍କୁ ଭଲମନ୍ଦ ପରାରି ବୁଝିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ।
ଏଥିସହ ବର୍ତ୍ତମାନ ସମୟରେ ଚିକିତ୍ସା ଅପେକ୍ଷା ମନୋବଳ ସୁଦୃଢ ରଖିବାକୁ ପରାମର୍ଶ ଦେଇଛନ୍ତି । ସବୁ କଥା ଭୁଲି ମାନସିକ ଭାବେ ମଜବୁତ ରହିବାକୁ ରୋଗୀଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି । ଏହାସହ ରୋଗୀଙ୍କ ପାଖକୁ ଯାଇ ସେମାନଙ୍କ ଚିକିତ୍ସା କିଭଳି ଚାଲିଛି, ସେମାନଙ୍କୁ ଠିକ ଖାଦ୍ୟ ପେୟ ଦିଆଯାଉଛି କି ନାହିଁ, ତାର ତଦାରଖ କରିଛନ୍ତି ବିଧାୟକ । ସଚେତକ ଲୋକ ପ୍ରତିନିଧି ଭାବେ କୋଭିଡ ହସ୍ପିଟାଲ ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଧାୟକ ।
ତେବେ ବିଧାୟକଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ତାଳଚେର କୋଭିଡ ହସ୍ପିଟାଲରେରେ ପିପି କିଟ୍ ପିନ୍ଧି ଯାଇ ରୋଗୀଙ୍କ ଭଲ ମନ୍ଦ ବୁଝିଥିଲେ ବିଧାୟକ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ