ଅନୁଗୋଳ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଜନସାଧାରଣଙ୍କ ଠାରୁ ନେଇ ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ କବଳିତ ହେଉଛନ୍ତି । ଅନେକ ବିଧାୟକ ଓ ମନ୍ତ୍ରୀ ମହାମାରୀରେ ସଂକ୍ରମିତ ହୋଇସାରିଥିବା ବେଳେ ରବିବାର ଅନୁଗୋଳ ଜିଲ୍ଲାରେ ପ୍ରଥମ କରି ଜଣେ ବିଧାୟକ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିଧାନୟ ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା । ତେବେ ତାଙ୍କ ସହ ମିଶିଥିବା ଲୋକଙ୍କୁ କୋରନା ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଛନ୍ତି ବିଧାୟକ ।
ସୂଚନା ଅନୁଯାୟୀ ବିଧାୟକଙ୍କ ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ସେ ଭୁବନେଶ୍ବରରେ କୋଭିଡ ପରୀକ୍ଷା କରିଥିଲେ । ତାଙ୍କର କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଧାୟକଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ବ୍ରଜ କିଶୋର ପ୍ରଧାନ ଜଣେ ଲୋକପ୍ରିୟ ବିଧାୟକ । ଏନେଇ ସମସ୍ତେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।