ETV Bharat / state

ଅନୁଗୋଳରେ ବଢୁଛି କନ୍ଦମୂଳ ଚାଷ; ମିଳୁନି ବଜାର ସୁବିଧା

author img

By

Published : Nov 6, 2021, 7:48 AM IST

ଅନୁଗୋଳରେ ଏବେ କନ୍ଦମୂଳ ଚାଷର ଚାହିଦା ବଢୁଛି । ହେଲେ ସେହି ଅନୁସାରେ ବଜାର ସୁବିଧା ନଥିବା ଅଭିଯୋଗ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଅନୁଗୋଳରେ ବଢୁଛି କନ୍ଦମୂଳ ଚାଷ ; ମିଳୁନି ବଜାର ସୁବିଧା

ଅନୁଗୋଳ: ଜିଲ୍ଲାରେ ଏବେ କନ୍ଦମୂଳ ଚାଷର ଚାହିଦା ବଢୁଛି । ପ୍ରାୟ ୪ ରୁ ୫ବର୍ଷ ହେଲା ଅନୁଗୋଳ, ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ପ୍ରାୟ ୩ହଜାର ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରାଯାଉଛି । ବିଶେଷ କରି ଅଣ ଜଳ ସେଚିତ ଏବଂ ଜଙ୍ଗଲ ଜନ୍ତୁ ପ୍ରଭାବିତ ଅଞ୍ଚଳ ଗୁଡିକରେ ବହୁ ସଂଖ୍ୟାରେ ଚାଷୀ କନ୍ଦମୂଳ ଚାଷକୁ ଆଦରି ନେଇଛନ୍ତି । କାରଣ ଏହି ଚାଷକୁ ହାତୀ ହୁଅନ୍ତୁ ବା ହରିଣ କିମ୍ବା ଅନ୍ୟାନ୍ୟ ବଣ୍ୟଜନ୍ତୁ ନଷ୍ଟ କରି ପାରନ୍ତି ନାହିଁ ।

ଏହା ବ୍ୟତିତ କନ୍ଦମୂଳ ଚାରା ଥରେ ରୋପଣ କଲେ ଜଳ ସେଚନର ବିଶେଷ ଆବଶ୍ୟକ ପଡେ ନାହିଁ । ଏହା ୩ମାସ ପରେ ଅମଳ ହୁଏ । ତେଣୁ ଚାଷୀ ଲାଭବାନ ହେଉଥିବାରୁ ପ୍ରତି ବର୍ଷ ଜିଲ୍ଲାରେ କନ୍ଦମୂଳ ଚାଷ ବଢୁଛି । ଏହି ଫସଲରେ ସାର ଓ ଔଷଧ ପାଇଁ ମଧ୍ୟ ବିଶେଷ କିଛି ଖର୍ଚ୍ଚ କରିବାକୁ ପଡେ ନାହିଁ । ତେଣୁ ଚାଷୀଙ୍କର ଲାଭ ହୁଏ । ତେବେ ଅମଳ ବଢିଲେ ବିକ୍ରି ପାଇଁ ସେଭଳି କିଛି ସୁବିଧା ନଥିବାରୁ ଅନେକ ସମୟରେ ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାର ୩ଟି ବ୍ଲକରେ ଚଳିତ ବର୍ଷ ପ୍ରାୟ ୩ହଜାର ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରାଯାଇଛି । ପୂର୍ବରୁ କେଜି ପ୍ରତି ମାତ୍ର ୫ରୁ ୬ଟଙ୍କା ଦରରେ ବିକ୍ରି ହେଉଥିଲା । ଏବେ କେଜି ପ୍ରତି ୧୫ରୁ ୨୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଜିଲ୍ଲାରେ ମୁଖ୍ୟତ ତିନୋଟି ପ୍ରଜାତି ଯଥା କାଞ୍ଚାନଗଡ଼, ଭୁକ୍ରିଷ୍ଣା ଓ କିଶାନ କନ୍ଦମୂଳ ଚାଷ କରା ଯାଉଛି । ଜିଲ୍ଲାରୁ ଉତ୍ପାଦିତ ହେଉଥିବା କନ୍ଦମୂଳ ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟକୁ ଯାଇଥାଏ । କିଛି ବର୍ଷ ହେଲା ଜିଲ୍ଲାରେ କନ୍ଦମୂଳ ଚାଷ ଯେଉଁ ହାରରେ ବୃଦ୍ଧି ପାଉଛି ଆଗକୁ ଆହୁରି ଅଧିକ ହୋଇ ପାରିବ।

କିନ୍ତୁ ଉଦ୍ୟାନ ବିଭାଗ ଚାଷୀ ମାନଙ୍କୁ ସେଭଳି ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଯୋଗାଇ ଦେବା ଆବଶ୍ୟକ। ଚାଷୀ ମାନେ ସେଭଳି କିଛି ସରକାରୀ ସହାୟତା ପାଉ ନଥିବା ଅଭିଯୋଗ କରିଥିବା ବେଳେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କହିଛନ୍ତି ସରକାରଙ୍କ ବିଭିନ୍ନ ଯୋଜନାରେ କନ୍ଦମୂଳ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ଷାରେ ଅନିୟମିତତା ଫଳରେ ଧାନ ଭଳି ଫସଲ ଆଉ ହୋଇ ପାରୁ ନାହିଁ। ତେଣୁ ଏଭଳି ସ୍ଥିତିରେ କମ ପାଣିରେ ହୋଇ ପାରୁଥିବା ଫସଲ କରିବାକୁ ଅନେକ ଚାଷୀ ଅଣ୍ଟା ଭିଡ଼ିଲେଣି। ସରକାରୀ ପ୍ରୋତ୍ସାହନ ମିଳିଲେ କନ୍ଦମୂଳ ପରି ଲାଭଦାୟକ ଫସଲ ଆହୁରି ଅଧିକ ହୋଇ ପାରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.