ETV Bharat / state

ମା'ଙ୍କୁ ଅଶ୍ରୁଳ ନୟନରେ ମେଲାଣି: ସିନ୍ଦୂର ଲଗାଇ ବଙ୍ଗୀୟ ମହିଳାଙ୍କ ବନ୍ଦାପନା - ଅନୁଗୋଳ ଦଶହରା

ଅନୁଗୋଳରେ ମା'ଙ୍କୁ ଅନ୍ତିମ ବିଦାୟ । ସିନ୍ଦୂର ଖେଳ ସହ ମା'ଙ୍କୁ ଦିଆଯାଉଛି ମେଲାଣି । ସହରର ସମସ୍ତ ମଣ୍ଡପରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ମହିଳାଙ୍କ ସିନ୍ଦୂର ଖେଳ। ଅଧିକ ପଢନ୍ତୁ...

sindur khela on maa durga idol immersion programme in anugul
ମା ଙ୍କ ମେଲାଣି ପୂର୍ବରୁ ସିନ୍ଦୁର ଲଗାଇ ବନ୍ଦାପନା କଲେ ମହିଳା
author img

By

Published : Oct 16, 2021, 5:20 PM IST

ଅନୁଗୋଳ: ମେଲାଣି ନେଉଛନ୍ତି ମା' । ଯେମିତି ଝିଅକୁ ବିଦାବେଳେ ସମସ୍ତେ ବନ୍ଦାପନା କରନ୍ତି ଠିକ ସେମିତି ଦୁର୍ଗା ମା'ଙ୍କୁ ବିଦାୟ ଦେବା ପୂର୍ବରୁ ସିନ୍ଦୂର ବୋଳିବା ସହ ମେଲାଣି ଦେଇଛନ୍ତି ମହିଳାମାନେ ।

ମା ଙ୍କ ମେଲାଣି ପୂର୍ବରୁ ସିନ୍ଦୁର ଲଗାଇ ବନ୍ଦାପନା କଲେ ମହିଳା

ମଣ୍ଡପରେ ମା' ଦୁର୍ଗାଙ୍କୁ ଚାରିଦିନ ପୂଜା କରିବା ପରେ ଆଜି ମେଲାଣି ଦେଉଛନ୍ତି ସମସ୍ତେ । ଅନୁଗୋଳ ସହରର ସମସ୍ତ ପୂଜା ମଣ୍ଡପରେ ମେଲାଣି ପୂର୍ବରୁ ବଙ୍ଗୀୟ ମହିଳାମାନେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ଠିକ ଯେଭଳି ଝିଅଟିଏ ବିବାହ ପରେ ବାପ ଘରୁ ବିଦାୟ ନେବା ବେଳେ ତାକୁ ବନ୍ଦାପନା କରାଯାଏ ଠିକ ସେଭଳି ମା' ଦୁର୍ଗାଙ୍କୁ ବନ୍ଦାପନା କରିଥିଲେ ମହିଳାମାନେ । ମା'ଙ୍କ ନିକଟରେ ସିନ୍ଦୂର ପୂଜା କରିବା ପରେ ପରସ୍ପରକୁ ସିନ୍ଦୂର ଲଗାଇଥିଲେ । ନିଜ ପରିବାରର ଶୁଭ ମନାସି ସଧବାମାନେ ଖେଳିଥିଲେ ସିନ୍ଦୂରର ଖେଳ । ଅନୁଗୋଳ ସହରର ସମସ୍ତ ମଣ୍ଡପରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ମହିଳାଙ୍କ ସିନ୍ଦୂର ଖେଳ।

କୋଭିଡ କଟକଣା ପାଇଁ ଏଥର କମ ସଂଖ୍ୟକ ମହିଳା ମା'ଙ୍କୁ ବନ୍ଦାପନା ପାଇଁ ଆସିଥିଲେ । ମନରେ କୋହଭରି ମା'ଙ୍କୁ ମେଲାଣି ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.