ETV Bharat / state

ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର - new born baby

ଅନୁଗୋଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି । ପିଲାଟି କାହାର ତାହା ଜଣାପଡିନାହିଁ । ଅଧିକ ପଢନ୍ତୁ...

ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର
ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର
author img

By

Published : Jan 21, 2021, 12:59 PM IST

ଅନୁଗୋଳ: ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର। ଅନୁଗୋଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ପିଲାଟି କାହାର ତାହା ଜଣାପଡିନାହିଁ ।

ଜଙ୍ଗଲରୁ ନବଜାତ ଶିଶୁ ଉଦ୍ଧାର

ସୂଚନାନୁସାରେ,ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ । ହଠାତ୍ ଗୋଟିଏ ପିଲା କାନ୍ଦୁଥିବାର ଶୁଣିବାକୁ ପାଇଲେ । ମହିଳାମାନେ ଖୋଜାଖୋଜି କରିବା ପରେ ଏକ ବୁଦା ମୂଳରୁ ନବଜାତ ଶିଶିପୁତ୍ରଟି କାନ୍ଦୁଥିବାର ଦେଖିବାକୁ ପାଇଲେ । ଶିଶୁଟିକୁ ଉଦ୍ଧାର କରି ମହିଳାମାନେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି ।

ତେବେ କିଏ ଓ କାହିଁକି ଏଭଳି ଶିଶୁପୁତ୍ରକୁ ଫୋପାଡିଛି ତାହା ଜଣାପଡିନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଖମାର ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.