ETV Bharat / state

Municipal Election: ଶାନ୍ତି ଶୃଙ୍ଖଳା ସହ ଅନୁଗୋଳରେ ସରିଲା ମତଦାନ - ଅନୁଗୋଳ ନିର୍ବାଚନୀ ଖବର

ଶୃଙ୍ଖଳିତ ସରିଲା ମତଦାନ । ଅନୁଗୋଳ ମ୍ୟୁନିସିପାଲିଟିରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଶତକଡା ୬୪.୩୨ ପ୍ରତିଶତ ମତଦାନ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Municipal Election: ଶାନ୍ତି ଶୃଙ୍ଖଳା ସହ ଅନୁଗୋଳରେ ସରିଲା ମତଦାନ

author img

By

Published : Mar 24, 2022, 9:16 PM IST

ଅନୁଗୋଳ: ଜିଲ୍ଲାରେ ଶୃଙ୍ଖଳିତ ଭାବେ ସରିଛି ପୌର ମତଦାନ । ଅନୁଗୋଳରେ ୨ ଟି ପୌର ପରିଷଦ ଓ ଗୋଟିଏ NAC ପାଇଁ ମତ ସାବ୍ୟସ୍ତ କରିଛନ୍ତି ମତଦାତା । ନିର୍ବାଚନ ପରେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ପହଞ୍ଚିଛି EVM ।

Municipal Election: ଶାନ୍ତି ଶୃଙ୍ଖଳା ସହ ଅନୁଗୋଳରେ ସରିଲା ମତଦାନ

ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ବୁଥରୁ ପୁଲିଂ ପାର୍ଟି ଫେରି ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚିଥିଲେ । ଅନୁଗୋଳ ମ୍ୟୁନିସପାଲଟିର ସରକାରୀ ମହାବିଦ୍ୟାଳୟରେ ଇଭିଏମ ରଖିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଥିବାରୁ ସେଠାକୁ ସବୁ ଇଭିଏମ ସୁରକ୍ଷିତ ଭାବେ ଅଣା ଯାଇଛି । ସେହିପରି ତାଳଚେର ମ୍ୟୁନିଷପାଲିଟିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭା ଘରେ ଇଭିଏମ ରଖାଯିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି ।

ସେଠାରେ ସମସ୍ତ ପୁଲିଂ ପାର୍ଟି ପହଞ୍ଚି ନିଜ ନିଜ ଦାୟିତ୍ୱରେ ଥିବା ଇଭିଏମଗୁଡିକୁ ରଖିଛନ୍ତି । ଆଠମଲ୍ଲିକରେ ମଧ୍ୟ କଲେଜରେ ଇଭିଏମ ରଖାଯିବା ଓ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଥିବାରୁ ସେଠାରେ ସବୁ ପୁଲିଂ ପାର୍ଟି ପହଞ୍ଚିଛନ୍ତି । କୌଣସି ସ୍ଥାନରେ ବିଶୃଙ୍ଖଳା ଘଟିନଥିବା ଜଣାପଡିଛି । ଅନୁଗୋଳ ମ୍ୟୁନିସିପାଲିଟିରେ ନିର୍ଦ୍ଧାରିତ ସମୟ ସୁଦ୍ଧା ଶତକଡା ୬୪.୩୨, ଅଠମଲ୍ଲିକରେ ଶତକଡା ୮୦.୫୫ ଏବଂ ତାଳଚେରରେ ଶତକଡା ୭୩.୬୮ ମତଦାନ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.