ଅନୁଗୋଳ: ଶାରଦୀୟ ପୂଜାର ଆଜି ସପ୍ତମ ଦିନ । କିନ୍ତୁ ଖାଁ ଖାଁ ସବୁ ପୂଜା ମଣ୍ଡପ । ଭକ୍ତଙ୍କ ବିନା ଚାଲିଛି ମଣ୍ଡପରେ ମା’ ଦୁର୍ଗାଙ୍କ ଆରାଧନା । କୋଭିଡ ନିୟମ ମାନି ପୂଜା କରୁଛନ୍ତି ଅନୁଗୋଳବାସୀ ।
![ଆଜି ମହାସପ୍ତମୀ , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ](https://etvbharatimages.akamaized.net/etvbharat/prod-images/od-ang-03-angul-durga-saptami-avb-7202779_23102020142007_2310f_1603443007_800.jpg)
ଦେବୀ ଦଶଭୂଜାଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମା’ଙ୍କର ସପ୍ତମୀ ପୂଜା । ବିଦ୍ଧିପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ଗୁରୁବାର ରାତ୍ରରେ ବିଲ୍ଵବରଣ କରାଯାଥିଲା । ମୃନ୍ମୟୀ ମୃତ୍ତିରେ ଚକ୍ଷୁଦାନ ପରେ ଆଜି ହେଉଛି ମହା ସପ୍ତମୀ ପୂଜା । ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନିତୀ ସମ୍ପର୍ଣ୍ଣ ହେଉଛି । ସବୁ ପୂଜା ମଣ୍ଡପରେ କୋଭିଡ କଟକଣାକୁ ମାନି ମା’ ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳି ନାହିଁ ।
ଅନୁଗୋଳ ସହରର ୧୦ ଟି ସ୍ଥାନରେ ଦେବୀ ଦୂର୍ଗା ଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆ କୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି । ସେହିପରି କୋଇଲା ନଗରୀ ତାଳଚେରର କୋଇଲା କ୍ଷେତ୍ରରେ ମଧ୍ୟ ମା’ଙ୍କୁ ଯଥା ରୀତି ପୂଜା କରାଯାଉଛି ।
ସବୁଠି ମାତ୍ର ଚାରି ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ 6 ରୁ 7 ଜଣକ ଉପସ୍ଥିତିରେ ପୂଜା କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ