ETV Bharat / state

ଚିରସ୍ରୋତା ନାଳ ଉପରେ ନିର୍ମିତ ହେଲା ଲୁହା ସେତୁ, ଉପକୃତ ହେଲେ ବିଚ୍ଛିନ୍ନ ଲୋକେ - ଚିରସ୍ରୋତା ନାଳ ପାଲଟିଥିଲା ଦୁଃଖର କାରଣ

ବିଚ୍ଛିନ୍ନ ଲୋକଙ୍କ ପାଇଁ ସହାୟକ ହେଲା ଚିରସ୍ରୋତା ନାଳ ଉପରେ ନିର୍ମିତ ଲୁହା ସେତୁ । ବର୍ଷ ବର୍ଷ ଧରି ଲୋକେ ଭୋଗୁଥିଲେ ହୀନସ୍ଥା । ଅଧିକ ପଢନ୍ତୁ

bridge on Chirasrota
bridge on Chirasrota
author img

By

Published : Apr 1, 2023, 8:16 PM IST

ଚିରସ୍ରୋତା ନାଳ ଉପରେ ନିର୍ମିତ ହେଲା ଲୁହା ସେତୁ

ଅନୁଗୋଳ: ବର୍ଷବର୍ଷ ଧରି ଯାତାୟାତର ସୁବିଧା ନଥିଲା । ଚିରସ୍ରୋତା ନାଳ ଯୋଗୁଁ ବର୍ଷା ଦିନେ ଅଞ୍ଚଳଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡୁଥିଲା । ହେଲେ ସରକାରଙ୍କ ପକ୍ଷରୁ ଏବେ ପ୍ରାୟ ୧ବର୍ଷ ପୂର୍ବେ ସେହି ନାଳ ଉପରେ ଅଢେଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ଲୁହା ପୋଲ ନିର୍ମାଣ ହେବା ପରେ ଆଉ କୌଣସି ସମସ୍ୟା ନାହିଁ । ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଜେରେଙ୍ଗ ଦେହୁରୀ ସାହିରେ ନିର୍ମିତ ଏହି ପୋଲ ଲୋକଙ୍କର ଆର୍ଥିକ ଓ ସାମାଜିକ ବିକାଶରେ ବେଶ ସହାୟକ ହୋଇପାରିଛି ।

ପିଲାମାନେ ପାଠ ପଢିବା, ଗୁରୁତର ରୋଗୀକୁ ଡାକ୍ତରଖାନା ନେବା, ଗାଈଗୋରୁ ଚରାଇବାକୁ ଜଙ୍ଗଲକୁ ନେବା ଭଳି ବହୁ କାମ କରିପାରୁ ନଥିଲେ ଅଞ୍ଚଳବାସୀ । ଛେଣ୍ଡିପଦା ବ୍ଲକର ଜେରେଙ୍ଗ ଦେହୁରୀ ସାହି । ଗାଁଟି ୫୫ନମ୍ବର ଜାତୀୟ ରାଜପଥକୁ ଲାଗିଛି । ହେଲେ ଜେରେଙ୍ଗ ଦେହୁରୀ ସାହିର ଅପରପାର୍ଶ୍ବରେ ଥିବା ସୌରିଆ, ଭାଗିରଥୀପୁର, ଲକ୍ଷ୍ମୀଧରପୁର ଏବଂ ଜେରେଙ୍ଗ ଗାଁକୁ ଗମନାଗମନ ଅସୁବିଧା ରହିଥିଲା । ଗାଁ ଦେଇ ଯାଇଥିବା ବାଉରୀ ଚିରସ୍ରୋତା ନାଳ ଯାତାୟାତରେ ବାଧକ ସାଜୁଥିଲା ।

ଏହା ବି ପଢନ୍ତୁ-ଆନ୍ଧ୍ରକୁ କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର, 'ଗୋ-ବ୍ୟାକ୍ ଆନ୍ଧ୍ର' ନାରାରେ କମ୍ପିଲା କୋଟିଆ

ବର୍ଷା ଦିନେ ନାଳ ଆରପଟେ ଥିବା ଏହି ସବୁ ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ । ସେହି ଅଞ୍ଚଳର ଅଧିକାଂଶ ଲୋକ ଚାଷବାସ କରନ୍ତି । ତେଣୁ ରାସ୍ତା ନଥିବାରୁ ଲୋକେ ନିଜ କୃଷି ଉତ୍ପାଦିତ ଜିନିଷ ବିକ୍ରି କରି ପାରୁ ନଥିଲେ। କାରଣ କୌଣସି ଯାନ ବାହାନ ଯାତାୟାତ କରି ପାରୁନଥିଲା । ୪ଖଣ୍ଡ ଗାଁର ପ୍ରାୟ ୧୫୦୦ରୁ ଅଧିକ ପରିବାର କେବଳ ଯାତାୟାତ ପାଇଁ ଅଭିଶପ୍ତ ଭଳି ଜୀବନଯାପନ କରୁଥିଲେ । ନାଳ ଅପରପାର୍ଶ୍ବରେ ଅଞ୍ଚଳବାସୀଙ୍କ ଏକରଏକର ଜମି ପଡିଆ ପଡୁଥିଲା ।

ସବୁଦିନିଆ ରାସ୍ତାଟିଏ ପାଇଁ ଲୋକଙ୍କ ଦୁଃଖ ବଢି ବଢି ଯାଉଥିଲା । ନାଳ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଦାବି କରି ଆସୁଥିଲେ । ଶେଷରେ ବିଳମ୍ବରେ ହେଉ ପଛେ ସେଠାରେ ନିର୍ମାଣ ହେଲା ଏହି ଲୁହା ପୋଲ ଏବଂ ଦୂର ହେଲା ସେମାନଙ୍କ ଦୁର୍ଦ୍ଦଶା । ସେ ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୨୦୨୧ରେ ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠିରୁ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଲେ।

ସରକାରୀ ମଞ୍ଜୁରୀ ମିଳିବା ପରେ ସେହି ବର୍ଷ ମାର୍ଚ୍ଚ ୨୧ତାରିଖରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୨ଏପ୍ରିଲ ୨୬ ତାରିଖରେ ଏହାର ଶୁଭ ଉଦଘାଟନ କରାଯାଇଥିଲା । ଏହି ପୋଲ ନିର୍ମାଣ ପାଇଁ ୨କୋଟି ୬୭ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ପୋଲର ଲମ୍ବା ୪୦ମିଟର ଥିବା ବେଳେ ଓସାର ୫.୫ ମିଟର ରହିଛି । ଏଥିରେ ୮୨.୫ ମେଟ୍ରିକ ଟନ ଷ୍ଟିଲ ବ୍ୟବହାର କରାଯାଇଛି । ଏବେ ଆଉ ଲୋକଙ୍କର ଯାତାୟାତ ପାଇଁ କୌଣସି ଅସୁବିଧା ନାହିଁ । ତେବେ କିଛି ଲୋକଙ୍କ କହିବା କଥା ପୋଲ ହେଲା ବହୁତ ଉପକାର ପାଉଛୁ ।

କିନ୍ତୁ ପୋଲକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବର ରାସ୍ତା ବହୁତ ନିଚା ରହିଥିବାରୁ ଗାଡି ମୋଟର ଚଳାଚଳ ପାଇଁ ସାମାନ୍ୟ ଅସୁବିଧା ହେଉଛି । ଉଭୟ ପାର୍ଶ୍ଵରେ ଡ୍ରେନ ନଥିବାରୁ ଚାଷ ଜମିର ପାଣି ନିଷ୍କାସନ ହୋଇପାରୁ ନାହିଁ । ତେଣୁ ସରକାର ଏହାର ସମାଧାନ ପାଇଁ ପଦକ୍ଷେପ ନେଲେ ଆଉ ଟିକେ ଭଲ ହୁଅନ୍ତା । ପ୍ରାୟ ୧ବର୍ଷ ହେଲା ପୋଲ ନିର୍ମାଣ ଶେଷ ହୋଇଛି । ଏବେ ସେହି ପୋଲ ସବୁ ସମୟରେ ଚଳଚଞ୍ଚଳ । ସରକାରଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.