ETV Bharat / state

ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଚମକିଲା ଅନୁଗୋଳ, ହାତେଇଲା ୬ଟି ସ୍ୱର୍ଣ୍ଣ ପଦକ - ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଓଡିଶାକୁ ସଫଳତା

ମଧ୍ୟପ୍ରଦେଶର ଦେବସ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ମୁଏଥାଇ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୪୮ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ କେବଳ ଅନୁଗୋଳ ଜିଲ୍ଲାରୁ ରହିଛନ୍ତି ଏବଂ ସେମାନଙ୍କୁ ମିଳିଛି ୧୨ଟି ପଦକ । ଅଧିକ ପଢନ୍ତୁ

ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଅନୁଗୋଳକୁ ୬ଟି ସ୍ୱର୍ଣ୍ଣ ପଦକ

author img

By

Published : Jun 23, 2022, 5:45 PM IST

ଅନୁଗୋଳ: ଜାତୀୟ ସ୍ତରୀୟ ମୁଏଥାଇ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଅନୁଗୋଳର କ୍ରୀଡ଼ାବିତ । ମଧ୍ୟପ୍ରଦେଶର ଦେବସ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୪୮ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଜଣ କେବଳ ଅନୁଗୋଳ ଜିଲ୍ଲାରୁ ରହିଛନ୍ତି ଏବଂ ସେମାନଙ୍କୁ ମିଳିଛି ୧୨ଟି ପଦକ ।

ଜାତୀୟ ମୁଏଥାଇ ପ୍ରତିଯୋଗିତାରେ ଅନୁଗୋଳକୁ ୬ଟି ସ୍ୱର୍ଣ୍ଣ ପଦକ

ଅନୁଗୋଳର ପ୍ରତିଯୋଗୀ ୬ଟି ସ୍ଵର୍ଣ୍ଣ ଏବଂ ୩ଟି ସିଲଭର ଓ ୩ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଯାହାକି ଓଡିଶାରୁ କେବଳ ଅନୁଗୋଳ ଜିଲ୍ଲା ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସଫଳତା ପାଇଛି । ସମସ୍ତ ପ୍ରତିଯୋଗୀ ଏବଂ ପ୍ରଶିକ୍ଷକ ଆଜି(ଗୁରୁବାର) ଟ୍ରେନ ଯୋଗେ ଆସି ଅନୁଗୋଳ ଷ୍ଟେସନରେ ପହଞ୍ଚି ଥିଲେ । ସେମାନେ ପହଞ୍ଚିବା ମାତ୍ରେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ନେତା ଅରୁନାଭ ସିଂହ ଓ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଏବଂ ଅନୁଷ୍ଠାନ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.