ETV Bharat / state

Adani Row: ଦେଶର ସମ୍ପତ୍ତି ସୁରକ୍ଷା ଦାବିରେ କଂଗ୍ରେସର ଆନ୍ଦୋଳନ

author img

By

Published : Feb 6, 2023, 5:27 PM IST

ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଷ୍ଟକ ବଜାର ମୂଲ୍ୟରେ ଜାଲିଆତି କରିବା ନେଇ ହିଣ୍ଡନବର୍ଗ ରିପୋର୍ଟରେ ପ୍ରକାଶ ପାଇଛି । ଲୋକେ ଷ୍ଟକ ବଜାରରେ ନିଜ ଝାଳବୁହା ଧନ ଲଗାଇଥିବା ବେଳେ ଏହା ଏବେ ବୁଡିବାକୁ ବସିଛି ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଅଧିକ ପଢନ୍ତୁ

Adani Row
Adani Row

ଦେଶର ସମ୍ପତ୍ତି ସୁରକ୍ଷା ଦାବିରେ କଂଗ୍ରେସର ଆନ୍ଦୋଳନ

ଅନୁଗୋଳ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାଧୀନ କମ୍ପାନୀଗୁଡ଼ିକ ଷ୍ଟକ ବଜାର ମୂଲ୍ୟ ଜାଲିଆତି କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ଆମେରିକୀୟ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ରିପୋର୍ଟରେ ପ୍ରକାଶ ପାଇବା ପରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦେଶର ସମ୍ପତ୍ତିର ସୁରକ୍ଷା ଦାବିରେ କଂଗ୍ରେସର ଆନ୍ଦୋଳନ ଜୋର ଧରିଛି । କମ୍ପାନୀର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ଦଳ ଦାବି କରିଛି । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଆଜି ଶତାଧିକ କଂଗ୍ରେସ କର୍ମୀ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ହିଣ୍ଡନବର୍ଗ ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ସମ୍ପର୍କରେ ସେୟାର ମୂଲ୍ୟ ହେରଫେର କରାଯାଇଥିବା ଅଭିଯୋଗ ହୋଇଛଇ । ଲଗାତାର ଭାବରେ ଆଦାନୀ ଗ୍ରୁପ କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି । ତେବେ ଲୋକେ ନିଜର ଝାଳବୁହା ଧନକୁ ସେୟାର ବଜାରରେ ଆଦାନୀ ଗ୍ରୁପରେ ଲଗାଇଥିଲେ । ଯେଉଁଥିରେ ସେୟାର ଦର ଏତେ ମାତ୍ରାରେ ହ୍ରାସ ପାଇଥିବା ଯୋଗୁଁ ବର୍ତ୍ତମାନ ଲୋକଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି । ସେମାନଙ୍କ ଅର୍ଥ ବୁଡିଯିବାର ମଧ୍ୟ ଆଶଙ୍କା ରହିଛି ।

ଏହା ବି ପଢନ୍ତୁ- Adani Row: କେନ୍ଦ୍ର ସରକାରଙ୍କ ବିରୋଧରେ ରାସ୍ତାରେ ଗର୍ଜିଲା କଂଗ୍ରେସ

ଏ ନେଇ ଆଦାନୀ ଗ୍ରୁପ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ସରକାରୀ ରାଜକୋଷରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୁଟ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ନିଜ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଉଜାଡି ଦେଉଥିବା କଂଗ୍ରେସ ଅଭିଯୋଗ କରିଛି । ମାତ୍ରାଧିକ କ୍ଷତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି । ଏହି କ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ କରି ଦେଶର ସମ୍ପତ୍ତି ସୁରକ୍ଷିତ ରଖିବା ଏବଂ ଆଦାନୀ ଭଳି କମ୍ପାନୀର ସମ୍ପତି ବାଜ୍ୟାପ୍ତ କରିବା ପାଇଁ ଦାବି କରିଛି ।

ଏନେଇ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା କହିଛନ୍ତି, "କେନ୍ଦ୍ର ସରକାର ଆଦାନୀକୁ ସୁରକ୍ଷା ଦେଉଛନ୍ତି । ଫଳରେ ଆଜି ଦେଶର ଅଧିକାଂଶ ବ୍ୟାଙ୍କରୁ ଋଣ ଦେଇଛନ୍ତି । କିନ୍ତୁ ଆଜି ହଜାର ହଜାର କୋଟି ଟଙ୍କା ବୁଡିବାକୁ ବସିଲାଣି । ଯାହାକି ସାଧାରଣ ଲୋକଙ୍କ ଟଙ୍କା । କେନ୍ଦ୍ର ସରକାର ଏହି ବୋଝ ଭବିଷ୍ୟତରେ ସାଧାରଣ ଜନତାଙ୍କ ଉପରେ ଲାଦିବାକୁ ଯାଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ଆଦାନୀ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତ ନକଲେ କଂଗ୍ରେସ ବିରାଟ ଆନ୍ଦୋଳନ କରିବ ।" ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.