ETV Bharat / state

2 ଦିନ ପରେ ହେବ ପାଠପଢ଼ା: ତୁଟିଲା ବିବାଦ, ଖୋଲିଲା ସ୍କୁଲ

author img

By

Published : Feb 1, 2023, 3:52 PM IST

ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଥିଲେ ଛାତ୍ରଛାତ୍ରୀ । ବିବାଦ ତୁଟିବା ପରେ ଖୋଲିଛି ସ୍କୁଲର ତାଲା । ଅଧିକ ପଢ଼ନ୍ତୁ

class to be continue
2 ଦିନ ପରେ ହେବ ପାଠପଢ଼ା
2 ଦିନ ପରେ ହେବ ପାଠପଢ଼ା

ଅନୁଗୋଳ : ପ୍ରଥମେ ଶିକ୍ଷକ ଦାବି, ଆଉ ତା ସାଙ୍ଗକୁ ପ୍ରଧାନଶିକ୍ଷକଙ୍କ ମନମାନି । ଏହାକୁ ନେଇ ଗତ ୨ଦିନ ହେବ ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ । ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଅତିରିକ୍ତ ଶିକ୍ଷା ଜିଲ୍ଲାଅଧିକାରୀ ପ୍ରଧାନଶିକ୍ଷକଙ୍କୁ ତାଗିଦ ସହ ୧୦ଦିନ ଭିତରେ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ପରେ ହଟିଛି ଆନ୍ଦୋଳନ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମରାତିରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨ ଦିନ ପରେ ତାଲା ଖୋଲିଲା ।

ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ସୋମବାରଠାରୁ ସ୍କୁଲରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ଆଜି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୧୦ଦିନ ମଧ୍ୟରେ ସ୍କୁଲରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧରଣାରୁ ଓହରିଥିଲେ । ମରାତିରା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୯ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ସେମାନଙ୍କ ପାଇଁ ପ୍ରଧାନଶିକ୍ଷକଙ୍କ ସମେତ ୬ଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ୬ମାସ ଛୁଟିରେ ଅଛନ୍ତି । ତଥାପି ଏଠାରୁ ଆଉ ଜଣେ ଶିକ୍ଷକଙ୍କୁ ବଦଳି କରି ଦିଆଯାଇଛି। ଅଭିଭାବକମାନେ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କେହି ସେମାନଙ୍କ ଗୁହାରି ଶୁଣି ନାହାଁନ୍ତି । ତେଣୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା ଅଭିଭାବକ କହିଛନ୍ତି । ତେବେ ପ୍ରତିଶ୍ରୁତି ଅନୁସାରେ ଆସନ୍ତା ୧୦ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ନଦେଲେ ପୁଣିଥରେ ସ୍କୁଲରେ ତାଲା ପକାଇବାକୁ ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।

ସୂଚନାନୁସାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ସ୍କୁଲରେ ନାହାଁନ୍ତି ଆବଶ୍ୟକ ଶିକ୍ଷକ । ଯେଉଁ ବି ଶିକ୍ଷକ ଏବେ ସ୍କୁଲରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଉଛି । କିନ୍ତୁ ଏହା ପରିବର୍ତ୍ତେ ମଧ୍ୟ ନୂଆ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ । ତେଣୁ ଶିକ୍ଷକଙ୍କ ବିନା ପିଲା କିପରି ପାଠ ପଢିବେ ସେନେଇ ଚିନ୍ତାରେ ଅଭିଭାବକ । ତେଣୁ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଗତ ୨ ଦିନ ହେବ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

ସ୍କୁଲରେ ତାଲା ପଡିବାପରେ ଭିତରକୁ ଯାଇ ନପାରି ବିଦ୍ୟାଳୟ ଫାଟକ ସମ୍ମୁଖରେ ସମସ୍ତ ଶିକ୍ଷକ ଛିଡା ହୋଇ ରହିଥିଲେ । ଫଳରେ ପାଠପଢ଼ାରେ ଘୋର ସମସ୍ୟା ଉପୁଜୁଛି ବୋଲି କହିଛନ୍ତି ଅଭିଭାବକ ଓ ବିଦ୍ୟାର୍ଥୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.