ETV Bharat / bharat

ଜାଣିଛନ୍ତି କି, ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସ୍ୱାମୀ କିଏ ଏବଂ କ'ଣ କରନ୍ତି ? - Atishi Husband

author img

By ETV Bharat Odisha Team

Published : 3 hours ago

Family Life Of Delhi New CM Atishi: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ପରିବାର କିଏ ସବୁ ଅଛନ୍ତି ? କାହାକୁ ବିବାହ କରିଛନ୍ତି ଆତିଶୀ ? କଣ କରନ୍ତି ଆତିଶୀଙ୍କ ସ୍ୱାମୀ ?

Atishi Husband
Atishi Husband (ETV Bharat)

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ ମାର୍ଲିନା । ଆସନ୍ତାକାଲି (ଶନିବାର ସେପ୍ଟେମ୍ବର ୨୧) ସେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଆପ୍ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ବାଜିଥିଲା ମୋହର । ଆଉ ଦିଲ୍ଲୀର ଏହି ତୃତୀୟ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଆତିଶୀ ମାର୍ଲେନାଙ୍କ ବ୍ୟକ୍ତିଗତ ଜୀବନ କିପରି ? ସେ କାହାକୁ ବିବାହ କରିଛନ୍ତି, ଆସନ୍ତୁ ଜାଣିବା।

Atishi Marlena
Atishi Marlena (Social Media)

କ'ଣ କରନ୍ତି ଆତିଶୀଙ୍କ ସ୍ୱାମୀ:

IIT ଓ IIM ଭଳି ଶିକ୍ଷାନୁଷ୍ଠାନରେ ପଢିଛନ୍ତି ଆତିଶୀଙ୍କ ସ୍ବାମୀ ପ୍ରବୀଣ ସିଂ। ଗାଁରେ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ସେ ବିଭିନ୍ନ ଧରଣର ପ୍ରଚେଷ୍ଟା କରୁଛନ୍ତି । ଆତିଶୀ ମଧ୍ୟ ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ ଗାଁରେ ସୁଧାର ଆଣିବାକୁ ଏନଜିଓ ମାଧ୍ୟମରେ କାମ କରୁଥିଲେ।

Praveen Singh
Praveen Singh (Social Media)

ଆତିଶୀ-ପ୍ରବୀଣଙ୍କ ଲଭ ଷ୍ଟୋରୀ:

ଆତିଶୀ ଓ ପ୍ରବୀଣ ପରସ୍ପରକୁ ଦିଲ୍ଲୀରେ ଭେଟିଥିଲେ । ଗ୍ରାମ ସୁଧାର କାର୍ଯ୍ୟକ୍ରମରେ ଭାଗ ନେଇ ଉଭୟ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଭୟଙ୍କ ମଧ୍ୟରେ ଥିବା ସମାନ ଚିନ୍ତାଧାରା ପରସ୍ପରକୁ ନିକଟତର କରିଥିଲା । ତେଣୁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ ଆତିଶୀ ଓ ପ୍ରବୀଣ । ଏହାପରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ବିବାହର ରୂପ ନେଲା । 2004ରେ ଆତିଶୀ ଏବଂ ପ୍ରବୀଣଙ୍କ ବିବାହ ହୋଇଥିଲା । ପ୍ରବୀଣ ପଞ୍ଜାବ ରାଜପୁତ ପରିବାରର ଅଟନ୍ତି । ଅନ୍ୟପଟେ ଆତିଶୀ ଇଶାଇ ଧର୍ମର ହୋଇଥିବାବେଳେ ବିବାହ ପରେ ସେ ତାଙ୍କ ସାଜ୍ଞା 'ମାର୍ଲିନା' ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି ।

Praveen Singh
Praveen Singh (Social Media)

ବିଭିନ୍ନ ବିଷୟରେ କରିଛନ୍ତି ରିସର୍ଚ୍ଚ:

ସୂଚନା ଅନୁସାରେ, ଆର୍ଥିକ ପ୍ରଣାଳୀ, ଆର୍ଥିକ ଇତିହାସ, ଅର୍ଥଶାସ୍ତ୍ର ଭଳି ବିଷୟରେ ରିସର୍ଚ୍ଚ କରିଛନ୍ତି ପ୍ରବୀଣ । IIT ଦିଲ୍ଲୀ ଏବଂ IIM ଅହମଦାବାଦରେ ପ୍ରବୀଣ ଶିକ୍ଷାଗ୍ରହଣ କରିଛନ୍ତି । ସେ କର୍ପୋରେଟ୍ କ୍ଷେତ୍ରରେ ମଧ୍ୟ ଚାକିରି କରିଛନ୍ତି ।

ଏହା ବି ପଢନ୍ତୁ...ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ .... - Net Worth Of New CM Atishi

ଏହା ବି ପଢନ୍ତୁ...ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ - Atishi New Delhi CM

ଏହା ବି ପଢନ୍ତୁ...ବିଜେପିରେ ଯୋଗ ନଦେଲେ ED ବାନ୍ଧିବ: ଅତିଶୀ - Atishi Big Allegation On Bjp

ଏହା ବି ପଢନ୍ତୁ...ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର ! - Arvind Kejriwal To Resign

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.