ETV Bharat / technology

ମାତ୍ର 10ମିନିଟରେ ଘର ପହଞ୍ଚିବ iPhone 16; ଡେଲିଭରି ସେବା ଆରମ୍ଭ କଲା ଏହି ଆପ୍‌ - iPhone 16 Delivery in 10 Minutes

author img

By ETV Bharat Tech Team

Published : 2 hours ago

iPhone 16 Delivery in 10 Minutes: ଆଇଫୋନ ଲଭର୍ସଙ୍କ ଲାଗି ଟାଟା ଗ୍ରୁପର ଖୁସି ଖବର । ଏଣିକି କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟରେ ମାତ୍ର 10ମିନିଟରେ ଆଇଫୋନ 16 ପଠାଯିବ । ତେବେ ଏହା କେମିତି ଓ କିପରି ସମ୍ଭବ ? ଅଧିକ ପଢନ୍ତୁ...

iPhone 16 Delivery in 10 Minutes
iPhone 16 Delivery in 10 Minutes (ANI)

ହାଇଦ୍ରାବାଦ: ଆପଲ୍‌ ପକ୍ଷରୁ ନିକଟରେ ଆଇଫୋନ 16 ସିରିଜ ଲଞ୍ଚ ହୋଇଥିଲା । ଆଜିଠାରୁ ଭାରତରେ ଏହାର ବିକ୍ରି ଆରମ୍ଭ ହୋଇଛି । ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌ ଷ୍ଟୋରରେ ଆଇଫୋନ 16 କିଣିବା ଲାଗି ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଛି । ହେଲେ ଆପଣ ଯଦି ଘରେ ବସି ହାତରେ ଆଇଫୋନ 16 ଧରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ସେବା ଯୋଗାଇବ ଟାଟା ଗ୍ରୁପ । କମ୍ପାନୀ ଅନ୍ୟ ମୋବାଇଲ ସହିତ ଆଇଫୋନ 16ର ଡେଲିଭରି ସମ୍ପର୍କରେ ସୂଚନା ଦେଇଛି ।

10ମିନିଟରେ ଆଇଫୋନ 16 ଡେଲିଭରି କରୁଛି ସପ୍ଲାଏ ଆପ୍‌ ବିଗ୍‌ ବାସ୍କେଟ । ଏ ନେଇ ବିଗ ବାସ୍କେଟର ସିଇଓ ହରି ମେନନ କହିଛନ୍ତି, "ଇଲେକ୍ଟ୍ରୋନିକ୍ସ ସେଗମେଣ୍ଟରେ ଏହା ଆମର ପ୍ରାରମ୍ଭ । ଉତ୍ପାଦଗୁଡ଼ିକର ଦ୍ରୁତତମ ବିତରଣ ସହିତ ଆମେ ମଧ୍ୟ ଆମର ଗ୍ରାହକମାନଙ୍କୁ କୌଣସି ଅପେକ୍ଷା ଅବଧି ବିନା ଅତ୍ୟାଧୁନିକ ଜ୍ଞାନକୌଶଳ ଉପଭୋଗ କରିବାକୁ ସକ୍ଷମ କରିବୁ । ଆମେ ଶୀଘ୍ର ଉନ୍ନତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ଉପସ୍ଥାପନ କରିବୁ ।"

କେଉଁଠି ଏହି ସେବା ଉପଲବ୍ଧ ?

  • ଟାଟା ଗ୍ରୁପ କିଛି ନିର୍ଦ୍ଦିଷ୍ଟ ସହରରେ 10 ମିନିଟରେ ଆଇଫୋନ 16 ଡେଲିଭରି ସେବା ଆରମ୍ଭ କରିଛି ।
  • ଏହି ସେବା ଏବେ ମୁମ୍ବାଇ, ଦିଲ୍ଲୀ-ଏନସିଆର ଓ ମୁମ୍ବାଇରେ ଆରମ୍ଭ ହୋଇଛି ।
  • ବିଗ୍‌ ବାସ୍କେଟ ଏହି ମଡେଲର ଫୋନ ଉପରେ ରିହାତି ମଧ୍ୟ ଘୋଷଣା କରିଛି ।
Also Read: ଆଜିଠୁ ଭାରତରେ iPhone 16ସିରିଜ ସେଲ୍‌ ଆରମ୍ଭ; ଷ୍ଟୋର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼

Blinkit ବି କରୁଛି ଆଇଫୋନ ଡେଲିଭରି:-

  • ଅନ୍ୟତମ ଡେଲିଭରି ସେବା ଯୋଗାଉଥିବା ଆପ୍‌ ବ୍ଲିଙ୍କଇଟ୍‌ ମଧ୍ୟ ଆଇଫୋନ 16 ଡେଲିଭରି ନେଇ ଘୋଷଣା କରିଛି ।
  • ଏଥିଲାଗି ୟୁନିକର୍ଣ୍ଣ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବ୍ଲିଙ୍କଇଟ୍‌ର ସିଇଓ ଅଲବିନ୍ଦର ଢିଣ୍ଡସା କହିଛନ୍ତି ।
  • ନିକଟରେ ବ୍ଲିଙ୍କଇଟ୍‌ ଇନଷ୍ଟାଣ୍ଟ ଡେଲିଭରି ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲା ।
  • ଗ୍ରାହକ SBI, ICICI ଓ କୋଟୋକ କ୍ରେଡିଟ କାର୍ଡ ଉପରେ 5000ଟଙ୍କା ରିହାତି ପାଇପାରିବେ ।

iPhone 16 Sales: ସୂଚନା ଥାଉ କି ଆଜି ଦେଶରେ ଆଇଫୋନ 16 ସିରିଜର ବିକ୍ରି ଆରମ୍ଭ ହୋଇଛି । ଷ୍ଟକ ସରିବା ପୂର୍ବରୁ ଗ୍ରାହକ ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ଆପଲ୍‌ ଷ୍ଟୋରରେ ଲମ୍ବା ଲାଇନ ଲଗାଇଛନ୍ତି । କେହି କେହି ଗୋଟିଏ ଜାଗାରେ 3-4ଟି ଆଇଫୋନ କିଣି ନେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.