ETV Bharat / health

କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ - Best Time For Dinner

author img

By ETV Bharat Health Team

Published : 2 hours ago

Updated : 2 hours ago

Best Time For Dinner: ଆଜିକାଲି ପ୍ରତି ଘରେ ଘରେ ଡାଇବେଟିସ୍ ରୋଗୀ । ଖରାପ ଜୀବନଶୈଳୀ ଓ ଖାଦ୍ୟ ଅଭ୍ୟାସ ଯୋଗୁଁ ଏହି ରୋଗ ମାଡିବସୁଛି । ତେଣୁ ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଓ କଣ୍ଟ୍ରୋଲ କରିବାକୁ ଚାହୁଁଥିଲେ ଆମକୁ ନିଜର କିଛି ଅଭ୍ୟାସ ବଦଳାଇବାକୁ ପଡିବ । ଜାଣନ୍ତୁ ଏନେଇ କ'ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ
କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ (Canva)

Best Dinner Time: ଆଜିକାଲିର ଅସ୍ବାସ୍ଥ୍ୟକର ଜୀବନଶୈଳୀ ଲାଗି ଡାଇବେଟିସ୍ ସବୁଠୁ ସାଧାରଣ ରୋଗ ହୋଇଗଲାଣି । ପ୍ରତି ଘରେ କେହି ନା କେହି ସଦସ୍ୟ ଡାଇବେଟିସ୍ ପୀଡିତ । ଏହି ରୋଗୀ ନିଜର ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ବିଶେଷ ଯତ୍ନବାନ ରହିବା ଆବଶ୍ୟକ । ତା'ହେଲେ ଡାଇବେଟିସ୍ ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଅନେକ ଲୋକ କାର୍ଯ୍ୟବ୍ୟସ୍ତତା ଓ ବିଭିନ୍ନ କାରଣ ଯୋଗୁଁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତି ନାହିଁ ଓ ଏହି ରୋଗକୁ ହାଲୁକା ଭାବେ ନିଅନ୍ତି । ଯାହା ପରବର୍ତ୍ତୀ ସମୟରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୁଏ । ଏନେଇ ହେଲ୍‌ଥ ଇନଫ୍ଲୁଏନ୍ସର ତଥା ଆୟୁର୍ବେଦ ଏକ୍ସପର୍ଟ ଦୀକ୍ଷା ଭାସ୍କର କହିଛନ୍ତି, ଡାଇବେଟିସ୍ ଥିବା ଲୋକମାନେ ବିଳମ୍ବରେ ରାତ୍ରିଭୋଜନ କରିବା, ବ୍ୟାୟାମ ନ କରିବା ଏବଂ ଖାଦ୍ୟପେୟ ପ୍ରତି ଅବହେଳା କରିବା ଭଳି ହାନିକାରକ ଅଭ୍ୟାସ ବଦଳାଇବା ଉଚିତ୍ ।

ଡାଇବେଟିସ୍ ରୋଗୀଙ୍କ ପାଇଁ ଜରୁରୀ ପରାମର୍ଶ:

ଖରାପ ଜୀବନଶୈଳୀ ବଦଳାନ୍ତୁ: କେତେକ ଲୋକ ସାରା ଦିନ ଅଫିସ୍ କାର୍ଯ୍ୟରେ ବିତାଇ ଦିଅନ୍ତି । ଘରକୁ ଫେରି ବି ଅଫିସ୍ କାମ କରିଥାନ୍ତି । ଏହାଯୋଗୁଁ ସେମାନେ ଏକ୍ସରସାଇଜ କରିପାରନ୍ତି ନାହିଁ । ଏହିଭଳି ଜୀବନଶୈଳୀ ବଞ୍ଚୁଥିବା ଲୋକଙ୍କୁ ଡାଇବେଟିସ୍ ହେବାର ଆଶଙ୍କା ଅଧିକ ଥାଏ । ଏନେଇ ଆୟୁର୍ବେଦ ବିଶେଷଜ୍ଞ ଦୀକ୍ଷା କୁହନ୍ତି, ଦିନକୁ ଅତିକମ୍‌ରେ 40 ମିନିଟ୍ ଏକ୍ସରସାଇଜ ଏବଂ 20 ମିନିଟ୍ ପ୍ରାଣାୟାମ ପାଇଁ ସମୟ ବାହାର କରିବା ଆବଶ୍ୟକ । ଏକ୍ସରସାଇଜ ଭାବେ ଆପଣ ଚାଲିବା, ସାଇକେଲିଂ କିମ୍ବା ଯୋଗ କରିପାରିବେ । ଏହାଦ୍ବାରା ଶରୀରରେ ଠିକ୍ ଭାବେ ରକ୍ତ ସଞ୍ଚାଳନ ହୁଏ ଓ ପ୍ରତି ସେଲ୍‌ରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ପହଞ୍ଚିପାରେ । ଏଥିସହ ଆବଶ୍ୟକ ମାତ୍ରାରେ ଇନସୁଲିନ ଉତ୍ପାଦନ ହୁଏ ।

କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ
କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ (ETV Bharat)

ଚିନି, ମଇଦା କିମ୍ବା ଗ୍ଲୁଟେନ ସହ ସିଧାସଳଖ ବାଦାମ ଖାଇବା ଅନୁଚିତ୍ । ଏହିସବୁ ପଦାର୍ଥରୁ ଡାଇବେଟିସ୍ ବଢିବାର ସମ୍ଭାବନା ଅଧିକ । ଏହା ବଦଳରେ ମାଣ୍ଡିଆ, ବାଜରା ଭଳି ଶସ୍ୟ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଫାଇଦା ହୁଏ । ବାଦାମକୁ ସେମିତି ସିଧା ଖାଇବା ଅପେକ୍ଷା ପାଣିରେ ଭିଜାଇ ଖାଇଲେ ଅଧିକ ଲାଭ ମିଳେ ।

କେତେବେଳେ ରାତ୍ରିଭୋଜନ କରିବେ ?

ରକ୍ତରେ ଶର୍କରା ସ୍ତର (blood sugar) ବଢିଲେ ଡାଇବେଟିସ୍ ହୁଏ ବୋଲି ସମସ୍ତେ ଜାଣନ୍ତି । ବିଶେଷଜ୍ଞଙ୍କ କହିବା କଥା, ସୁଗାର ସ୍ତର କମ୍ କରିବାକୁ ଚାହୁଁଥିଲେ, ଯେତେ ଶୀଘ୍ର ସମ୍ଭବ ରାତ୍ରିଭୋଜନ କରିବା ଉଚିତ୍ । ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ସ୍ବାସ୍ଥ୍ୟ ପାଇଁ ଭଲ । ଯଦି କାର୍ଯ୍ୟବ୍ୟସ୍ତତା ଯୋଗୁଁ ସୂର୍ଯ୍ୟାସ୍ତ ପୂର୍ବରୁ ଖାଇପାରୁ ନାହାନ୍ତି ତାହେଲେ ରାତି 8 ପୂର୍ବରୁ ରାତ୍ରିଭୋଜନ ସାରିବାକୁ ଚେଷ୍ଟା କରନ୍ତୁ ।

କାହିଁକି ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିବା ଦରକାର ? ବିଶେଷଜ୍ଞ କହିଲେ ବଡ଼ କାରଣ (Etv Bharat)

ଖାଇବା ପରେ ଶୁଅନ୍ତୁନି:

ଅନେକ ଲୋକ ଖାଇ ସାରିବା ମାତ୍ରେ ଶୋଇବାକୁ ଚାଲିଯାଆନ୍ତି ନଚେତ୍ ଟିଭି କିମ୍ବା ମୋବାଇଲ ଦେଖିଥାନ୍ତି । ଏହି ଅଭ୍ୟାସ ଆଦୌ ଠିକ୍ ନୁହେଁ ବୋଲି କୁହନ୍ତି ବିଶେଷଜ୍ଞ । ବିଶେଷ କରି ଡାଇବେଟିସ୍ ପୀଡିତ ଲୋକେ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଶୋଇବା ଅନୁଚିତ୍ । ଏହାଫଳରେ ସେମାନଙ୍କ ସୁଗାର ସ୍ତର ବଢିପାରେ । ତେଣୁ ଖାଇବା ପରେ ତୁରନ୍ତ ନ ଶୋଇବାକୁ ପରାମର୍ଶ ଦିଆଯାଏ । ଖାଇବା ଓ ଶୋଇବା ମଧ୍ୟରେ ଅତିକମରେ 3 ଘଣ୍ଟା ବ୍ୟବଧାନ ରଖିବା ଉଚିତ୍ ।

କେବଳ ଔଷଧ ଯଥେଷ୍ଟ ନୁହେଁ...

କିଛି ଲୋକ ଡାଇବେଟିସ୍‌ ରୋଗକୁ ହାଲୁକା ଭାବେ ନିଅନ୍ତି । କେବଳ ଔଷଧ ଖାଇଦେଲେ ଯେ ଡାଇବେଟିସ୍‌ ନିୟନ୍ତ୍ରଣ ରହିବ ତାହା ଭାବିବା ଭୁଲ୍ । ଏନେଇ ବିଶେଷଜ୍ଞ କୁହନ୍ତି, ଅତ୍ୟଧିକ ମେଡିସିନ ଖାଇବା ଦ୍ବାରା ଭବିଷ୍ୟତରେ ଲିଭର୍ ଓ କିଡନୀ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ । ତେଣୁ ମେଡିସିନ୍ ଖାଇବା ସହ ଉପରୋକ୍ତ ସତର୍କତା ଅବଲମ୍ବନ କରିବାକୁ ଭୁଲନ୍ତୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: ହାର୍ନିଆ କ'ଣ ? ମେଡିସିନ ଦ୍ବାରା ଭଲ ହୋଇପାରିବ କି, ଜାଣନ୍ତୁ - Hernia in children

ଏହା ମଧ୍ୟ ପଢନ୍ତୁ: ଓଜନ ହ୍ରାସଠୁ ନେଇ ଏହି ରୋଗ ଯାଏଁ, ଲେମ୍ବୁ ଖାଇଲେ ମିଳେ ଅନେକ ଫାଇଦା

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହି ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଆଧାରିତ । ହେଲେ ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.