ETV Bharat / sports

Tokyo Olympics: ବଦଳିପାରେ ମୀରାବାଇଙ୍କ ମେଡାଲ ରଙ୍ଗ, ହୋଉଙ୍କ ହେବ ଡୋପ୍‌ ଟେଷ୍ଟ

author img

By

Published : Jul 26, 2021, 3:04 PM IST

Updated : Jul 26, 2021, 3:13 PM IST

ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ, ଡୋପିଂରେ ଫସିଲେ ଚୀନର ସ୍ବର୍ଣ୍ଣ ବିଜେତା ଜିହିୟୁଇ ହୋଉ । ଅଧିକ ପଢନ୍ତୁ...

Tokyo Olympics: Weightlifter Hou to be tested by anti-doping authorities, silver medallist Chanu stands chance to get medal upgrade
Tokyo Olympics: ବଦଳିପାରେ ମୀରାବାଇଙ୍କ ମେଡାଲ ରଙ୍ଗ, ହୋଉଙ୍କ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ: ମହିଳା ଭାରୋତ୍ତୋଳନରେ ଶନିବାର ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନା ଭାରୋତ୍ତୋଳନକାରୀ ଜିହିୟୁଇ ହୋଉଙ୍କୁ ବଡ ଝଟ୍‌କା । ଡୋପିଂ ନିରୋଧ ଅଧିକାରୀଙ୍କ ଦ୍ବାରା ସେ ଡୋପ୍‌ ଟେଷ୍ଟର ସାମ୍ନା କରିବେ ବୋଲି ଜଣାପଡିଛି । ଜିହିୟୁଇ ଯଦି ଟେଷ୍ଟରେ ଫେଲ୍‌ ହୁଅନ୍ତି, ତେବେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କୁ ବିଜେତା ଘୋଷିତ କରାଯିବା ସହ ସ୍ବର୍ଣ୍ଣ ପଦକ ମିଳିବ ।

ଜିହିୟୁଇଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ଓ ଟେଷ୍ଟ ଖୁବଶୀଘ୍ର ହେବ ବୋଲି ଜଣାପଡିଛି । 210 କିଲୋଗ୍ରାମ ଭାର ଉଠାଇ ଚାଇନାର ହୋଉ, ନୂଆ ଅଲମ୍ପିକ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ ।

ଅଲମ୍ପିକ ନିୟମ ଅନୁଯାୟୀ, ଯଦି ଜଣେ ଖେଳାଳି ଡୋପ ଟେଷ୍ଟରେ ଫେଲ୍‌ ହୁଅନ୍ତି ଯେଉଁ ଖେଳାଳି ରୌପ୍ୟ ଜିତିଥିବେ ତାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ ।

ଶନିବାର ଟୋକିଓ ଅଲମ୍ପିକରେ ମୀରାବାଇ ଚାନୁ ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନରେ ରୌପ୍ୟ ପଦକ ଜିତିବା ସହ ଭାରତର ପଦକ ଖାତା ଖୋଲିଥିଲେ । ଚାନୁ ମୋଟ 202 କିଲୋଗ୍ରାମ ଭାର(87 କିଲୋଗ୍ରାମ ସ୍ନାଚ୍‌ ଓ 114 କିଲୋଗ୍ରାମ କ୍ଳିନ ଓ ଜର୍କ) ଉଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.