ETV Bharat / sports

ନୀରଜଙ୍କ ଓଡିଶା କନେକସନ୍, କଳିଙ୍ଗ ଷ୍ଟାଡିୟମରେ କରିଥିଲେ ଅଲମ୍ପିକ୍ ଟ୍ରେନିଂ - Tokyo Olympic

ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ଓଡିଶା ସହିତ ମଧ୍ୟ ସମ୍ପର୍କ ରହିଛି । 2017 ଏସିଆନ ଗେମ୍ସ ସମୟରେ କଳିଙ୍ଗ ଷ୍ଟାଡିୟମରେ ନିଜ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ପରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ପୂର୍ବ ପ୍ରସ୍ତୁତି କରିଥିଲେ । ଅଧିକ ପଢନ୍ତୁ...

ଗୋଲ୍ଡେନ ବୟଙ୍କ ଓଡିଶା ଲିଙ୍କ
ଗୋଲ୍ଡେନ ବୟଙ୍କ ଓଡିଶା ଲିଙ୍କ
author img

By

Published : Aug 7, 2021, 8:28 PM IST

Updated : Aug 7, 2021, 9:43 PM IST

ଭୁବନେଶ୍ବର : ଅଲମ୍ପିକରେ ଇତିହାସ ରଚିଛି ଭାରତ । ଟୋକିଓ ଅଲମ୍ପିକରେ ଜାଭଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଲେ ଷ୍ଟାର ଅଲମ୍ପିଆନ୍ ନୀରଜ ଚୋପ୍ରା । ୧୨୦ ବର୍ଷ ପରେ ଅଲମ୍ପିକର ଆଥଲେଟିକ୍ସରେ ସ୍ବର୍ଣ୍ଣ ଜିତିଛି ଭାରତ । ଭାରତର ଉଦୀୟମାନ କ୍ରୀଡାବିତ ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଲମ୍ପିକ ଇତିହାସରେ ଭାରତର ଟ୍ରାକ ଏଣ୍ଡ ଫିଲ୍ଡ ଇଭେଣ୍ଟରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ନୀରଜଙ୍କ ଓଡିଶା କନେକସନ୍, କଳିଙ୍ଗ ଷ୍ଟାଡିୟମରେ କରିଥିଲେ ଅଲମ୍ପିକ୍ ଟ୍ରେନିଂ

ଅଲମ୍ପିକରେ ଭାରତ ଜାଭଲିନ ଥ୍ରୋ ଫାଇନାଲର ପହଞ୍ଚିଥିବା ନୀରଜ ଚୋପ୍ରାଙ୍କ ଉପରେ ଥିଲା ଦେଶବାସୀଙ୍କ ନଜର । ସମସ୍ତଙ୍କ ଆଶା ପୂରଣ କରି ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭଲିନକୁ ଫିଙ୍ଗି ଥିଲେ। ଏହାପରେ ଦ୍ବିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ପକ୍କା କରି ନେଇଥିଲେ।

ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରାଙ୍କ ଓଡିଶା ସହିତ ମଧ୍ୟ ସମ୍ପର୍କ ରହିଛି । 2017 ଏସିଆନ ଗେମସ ସମୟରେ କଳିଙ୍ଗ ଷ୍ଟାଡିୟମରେ ନିଜ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ବିଶେଷ କରି ଓଡିଶାର କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ପୂର୍ବ ପ୍ରସ୍ତୁତିର ସେ ଅଭ୍ୟାସ କରିଥିଲେ । ଏହା ପରେ ସେ ନିଜେ ଟ୍ବିଟ୍ କରି କରିଥିଲେ, କଳିଙ୍ଗ ଷ୍ଟାଡିୟମରେ ଜବରଦସ୍ତ ଟ୍ରେନିଂ ହୋଇଥିଲା । କଳିଙ୍ଗ ଷ୍ଟାଡିଅମ ସାଜିଥିଲା ନୀରଜଙ୍କ ଅଲିମ୍ପିକ୍ସ ତାଲିମର ପ୍ରୟୋଗଶାଳା । ସେ ଦେଶର ଜଣେ ଉଦୀୟମାନ କ୍ରୀଡାବିତ ରହିଛନ୍ତି । ଟୋକିଓ ଅଲମ୍ପିକରେ ସେ ଡେବ୍ୟୁ କରିଥିଲେ ।

ଏନେଇ ମଧ୍ୟ ପୂର୍ବତନ କ୍ରୀଡା ସଚିବ ଆର ଭିନିିଲ କ୍ରୀଷ୍ଣା ନିଜ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଅଲମ୍ପିକରେ ବ୍ୟକ୍ତିଗତ କ୍ଷେତ୍ରରେ ପୂର୍ବରୁ ବେଜିଂ ଅଲମ୍ପିକରେ ସୁଟର ଅଭିନବ ବିନ୍ଦ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଆଜି ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରି ଅଲମ୍ପିକରେ ବ୍ୟକ୍ତିଗତ କ୍ଷେତ୍ରରେ ଭାରତ ପାଇଁ ଦ୍ବିତୀୟ ପଦକ ହାସଲ କରିଛନ୍ତି । ନୀରଜ ଚୋପ୍ରା ଭାରତ ପାଇଁ ପଦକ ହାସଲ କରିବା ପରେ ସାରା ଭାରତବାସୀ ଶୁଭେଛା ଜଣାଉଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଛା ଜଣାଉଛନ୍ତି ।

ଭୁବନେଶ୍ବରୁର ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 7, 2021, 9:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.