ETV Bharat / sports

Australian Open: ପ୍ରଥମ ମ୍ୟାଚ୍‌ରେ ୟୁକି ବିଜୟ, ପ୍ରଥମ ରାଉଣ୍ଡରେ ହାରିଲେ ଅଙ୍କିତା ଓ ରାମ

author img

By

Published : Jan 12, 2022, 10:46 PM IST

ଅଷ୍ଟ୍ରେଲିଆନ ଓପନ୍‌ର ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ତାରକା ୟୁକି ଭାଂବରୀ । ପ୍ରଥମ ମ୍ୟାଚ୍‌ରେ ସେ ପର୍ତ୍ତୁଗାଲ ଜୋଓ ଡୋମିନିକ୍‌ଙ୍କୁ ଦୁଇଟି ସେଟ୍‌ରେ ମାତ୍‌ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Australian Open: ପ୍ରଥମ ମ୍ୟାଚ୍‌ରେ ୟୁକି ବିଜୟ, ପ୍ରଥମ ରାଉଣ୍ଡରେ ହାରିଲେ ଅଙ୍କିତା ଓ ରାମ
Australian Open: ପ୍ରଥମ ମ୍ୟାଚ୍‌ରେ ୟୁକି ବିଜୟ, ପ୍ରଥମ ରାଉଣ୍ଡରେ ହାରିଲେ ଅଙ୍କିତା ଓ ରାମ

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ୍‌ର ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ତାରକା ୟୁକି ଭାଂବରୀ । ପ୍ରଥମ ମ୍ୟାଚ୍‌ରେ ସେ ପର୍ତ୍ତୁଗାଲ ଜୋଓ ଡୋମିନିକ୍‌ଙ୍କୁ ଦୁଇଟି ସେଟ୍‌ରେ ମାତ୍‌ ଦେଇଛନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ୮ ମିନିଟ୍‌ ଧରି କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ବିଶ୍ବର ୨୪୮ ଟେନିସ୍‌ ଖେଳାଳି ଜୋଓ ଡୋମିନିକ୍‌ଙ୍କୁ ଦୁଇଟି ସେଟ୍‌ ଯଥା ୬-୪ ଓ ୬-୨ରେ ପରାସ୍ତ କରିଛନ୍ତି ୟୁକି ଭାଂବରୀ । ୨୦୧୮ରେ ମଧ୍ୟ ୟୁକି ଅଷ୍ଟ୍ରେଲିଆନ ଓପନ୍‌ରେ ଭାଗ ନେଇଥିଲେ । ତେବେ ଆଣ୍ଠୁରେ ଆଘାତ ଲାଗିବା ପରେ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଚଳିତ ସିଜିନରେ ସେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛନ୍ତି ।

ଦ୍ବିତୀୟ ରାଉଣ୍ଡରେ ସେ ଚେକ୍‌ ରିପବ୍ଲିକର ଥୋମାସ ମଚାକ୍‌ଙ୍କୁ ଭେଟିବେ । ପ୍ରଥମ ମ୍ୟାଚ୍‌ରେ ସେ କିଛି ଛୋଟଛୋଟ ଭୁଲ୍‌ କରିଥିଲେ । ଏହାପରେ ଏହା ଉପରେ କାବୁ କରି ସିଦ୍ଧା ସେଟ୍‌ରେ ବିଜୟ ହାସଲ କରିଛନ୍ତି ।

ସେପଟେ ଭାରତୀୟ ରାଜକୁମାର ରାମାନାଥନ ଓ ଅଙ୍କିତା ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ରାଜକୁମାର ବିଶ୍ବର ୧୯୭ଶ ଖେଳାଳି ଇଟାଲୀର ଜିୟାନ ମୋରୋନୀଙ୍କ ଠାରୁ ସିଧା ସେଟ୍‌ରେ ୩-୬ ଓ ୫-୭ରେ ପରାଜିତ ହୋଇଛନ୍ତି । ସେପଟେ ମହିଳା ବର୍ଗରେ ଅଙ୍କିତା ରୈନା ବିଶ୍ବର ୧୨୦ଶ ଖେଳାଳି ୟୁକ୍ରେନର ଲେସିଆ ସୁରେଂକୋଙ୍କଠାରୁ ମାତ୍ର ୫୦ ମିନିଟ୍‌ରେ ପରାଜିତ ହୋଇଛନ୍ତି । ସେ ମଧ୍ୟ ଦୁଇଟି ସିଧା ସେଟ୍‌ ୧-୬ ଓ ୦-୬ରେ ପରାଜିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.