ETV Bharat / bharat

ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ; ଚାକିରି ମିଳିବା ଖୁସିରେ ପାର୍ଟି ଦେଉଥିଲେ, ସାଙ୍ଗମାନେ ମିଶି ଦୁଷ୍କର୍ମ କଲେ - Techie Raped by Her Friend

author img

By ETV Bharat Odisha Team

Published : Jul 30, 2024, 8:22 PM IST

Techie Raped by Her Friend: ହାଇଦ୍ରାବାଦରେ ଲଜ୍ଜା । ଚାକିରି ପାଇବା ଖୁସିରେ ପିଲାଦିନର ସାଙ୍ଗଙ୍କୁ ଡାକି ପାର୍ଟି ଦେଉଥିଲେ ଯୁବତୀ । ହେଲେ ସାଙ୍ଗମାନେ ମିଶି ତାଙ୍କୁ କଲେ ଗଣଦୁଷ୍କର୍ମ । ପଢନ୍ତୁ ପୂରା ଖବର

Techie Raped by Her Friend
Techie Raped by Her Friend (ETV Bharat Odisha)

ହାଇଦ୍ରାବାଦ: ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ । ପୁଣି ଦୁଷ୍କର୍ମ କରିଛି ପୀଡିତାଙ୍କ ପିଲାଦିନର ସାଙ୍ଗ । ପୀଡିତା ଯୁବତୀ ଚାକିରି ପାଇବା ଖୁସିରେ ନିଜ ପିଲାଦିନର ସାଙ୍ଗ ଓ ଆଉ ଜଣେ କମନ ସାଙ୍ଗକୁ ଡାକି ପାର୍ଟି ଦେଉଥିଲେ । ହେଲେ ଦୁଇ ସାଙ୍ଗ ମିଶି ଯୁବତୀଙ୍କୁ ହୋଟେଲକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ହାଇଦ୍ରାବାଦର ବନସ୍ଥଳୀପୁରମ ଅଞ୍ଚଳରେ । ଅଭିଯୁକ୍ତ ଯୁବକ ପୀଡିତାଙ୍କ ସହ ଦ୍ବିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାଙ୍ଗ ହୋଇ ପଢୁଥିଲା ।

ପାର୍ଟି ଦେବାକୁ ଡାକିଥିଲେ, ଦୁଇ ସାଙ୍ଗ ମିଶି ଦୁଷ୍କର୍ମ କଲେ:-

ପୀଡିତା ସଫ୍ଟୱେୟାର ଇଞ୍ଜିନିୟର ପୋଲିସକୁ କହିଛନ୍ତି ଯେ, ସେ ନୂଆ ଚାକିରି ପାଇଥିଲେ । ଏହି ଖୁସି ସେଲିବ୍ରେଟ କରିବାକୁ ସୋମବାର ସନ୍ଧ୍ୟାରେ ସେ ନିଜ ପିଲାଦିନର ସାଙ୍ଗ ଗୌତମ ରେଡ୍ଡି ଏବଂ ଆଉ ଜଣେ କମନ ଫ୍ରେଣ୍ଡକୁ ଡାକି ବାର୍‌ରେ ପାର୍ଟି ଦେଇଥିଲେ । ତିନି ଜଣ ମିଶି ବନସ୍ଥଳୀପୁରମର ଏକ ବାର୍‌ରେ ପାର୍ଟି କରିଥିଲେ । ହେଲେ ସେଠାରେ ଦୁଇ ସାଙ୍ଗ ମଦ ପିଇ ତାଙ୍କୁ ଏକ ହୋଟେଲ ରୁମକୁ ନେଇଯାଇଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ଦୁହେଁ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।

ବିଶ୍ବାସରେ ବିଷ ଦେଲା ସାଙ୍ଗ:-

ଏନେଇ ପୀଡିତା ସଫ୍ଟୱେୟାର ଇଞ୍ଜିନିୟର ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଯୁବକ ପୀଡିତାଙ୍କ ସହ ଦ୍ବିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିଲା । ଦୁହେଁ ପିଲାଦିନରୁ ଭଲ ସାଙ୍ଗ ଥିଲେ । ହେଲେ ସେହି ସାଙ୍ଗ ଆଜି ବିଶ୍ବାସରେ ବିଷ ଦେଇଛି ।

ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ:-

ଗତକାଲି (ସୋମବାର) ହାଇଦ୍ରାବାଦର ଅନ୍ୟ ଏକ ସ୍ଥାନରେ ମଧ୍ୟ ଏଭଳି ଦୁଷ୍କର୍ମ ଘଟଣା ଘଟିଛି । ଜଣେ ବିବାହିତା ମହିଳାଙ୍କୁ ଚଳନ୍ତା ବସରେ ଦୁଷ୍କର୍ମ କରାଯାଇଛି । ବିଳମ୍ବିତ ରାତିରେ ମହିଳା ଏକ ସ୍ଲିପର ବସ‌ରେ ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶ ଯାଉଥିଲେ । ବାଟରେ ବସ୍ ଡ୍ରାଇଭର ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତା ୧୦୦ ନମ୍ବରକୁ ଡାଏଲ କରି ପୋଲିସକୁ ଜଣାଇଥିଲେ । ଏହାପରେ ବସ୍ ହାଇଦ୍ରାବାଦରେ ପହଞ୍ଚିବା ମାତ୍ରେ ପୋଲିସ ଅଟକାଇଥିଲା । ହେଲେ ପୋଲିସ ଜଣେ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଡ୍ରାଇଭର ଫେରାର୍ ହୋଇଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଗିରଫ ଡ୍ରାଇଭରକୁ ପଚରାଉଚରା କରିବା ସହ ଅନ୍ୟ ଜଣକୁ ଖୋଜାଖୋଜି କରୁଛି ।

ଏହା ବି ପଢନ୍ତୁ- କାମ ବାହାନାରେ ଡାକି ନେଲେ, ହୋଟେଲରେ ରଖି 4ଦିନ ଧରି ଯୁବତୀଙ୍କୁ ଗଣଦୁଷ୍କର୍ମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.