ETV Bharat / sports

ଅଲମ୍ପିକ୍ ମେଡାଲ ମରୁଡି: ଟୋକିଓରେ ଶେଷ ହେବ କି ଓଡିଶାର ଲମ୍ବା ଅପେକ୍ଷା ? - ବିରେନ୍ଦ୍ର ଲାକ୍ରା

ହକି, ଆଥଲେଟ୍ସ, କିମ୍ବା ବ୍ୟାଡମିଣ୍ଟନ, ଅଲମ୍ପିକ୍ସରେ ହେଉ କିମ୍ବା ପାରାଅଲମ୍ପିକ୍ସ, ଟୋକିଓରେ ଶେଷ ହେଉ କି ବିଶ୍ବ କ୍ରୀଡାର ମହାକୁମ୍ଭରେ ଓଡିଶାର ପଦକ ବିଜୟର ଲମ୍ବା ପ୍ରତିକ୍ଷା । ଅଧିକ ପଢନ୍ତୁ...

Odisha's Wait For An Olympic Medal Will End at Tokyo ?
ଟୋକିଓରେ ଶେଷ ହେବ କି ଓଡିଶାର ଅଲମ୍ପିକ ପଦକ ଅପେକ୍ଷା !
author img

By

Published : Jul 1, 2021, 9:43 PM IST

Updated : Jul 1, 2021, 11:05 PM IST

ଭୁବନେଶ୍ବର: ଏଥର ପୂରଣ ହେବକି ଓଡିଶାର ଅଲମ୍ପିକ ପଦକ ଆଶା ? ଏହି ଅମୂଲ୍ୟ ପ୍ରଶ୍ନର ଉତ୍ତର ଜୁଲାଇ 23ରୁ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହେବାକୁ ଯାଉଥିବା 2020 ସଂସ୍କରଣରେ ମିଳିଯିବ । ଏହି ପ୍ରଶ୍ନ ଉଠିବା ମଧ୍ୟ ସ୍ବାଭାବିକ । କାରଣ ଆଉ ଏକ ଗ୍ରୀଷ୍ମକାଳୀନ ଅଲମ୍ପିକକୁ ମାତ୍ର କିଛି ଦିନ ବାକିଥିବାବେଳେ ଆରମ୍ଭ ହୋଇସାରିଛି ଅବଗଣନା । ସମୟ ବଦଳିଛି ପୂର୍ବ ଭାରତର ରାଜ୍ୟ ବିଶ୍ବ କ୍ରୀଡାର ନୂଆ ଠିକଣା ହୋଇଥିବାବେଳେ, କ୍ରୀଡା ରାଜଧାନୀର ମାନ୍ୟତା ମଧ୍ୟ ଲାଭ କରିଛି ।

Odisha's Wait For An Olympic Medal Will End at Tokyo ?
ଦୂତୀ ଚାନ୍ଦ

ରାଜ୍ୟକୁ ପ୍ରଥମ ଅଲମ୍ପିକ ପଦକ ମିଳିବାର ସ୍ବପ୍ନ ପୂରଣ ହେବ କିମ୍ବା ଦୀର୍ଘ ପ୍ରତୀକ୍ଷାର ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡିହେବ ତାହା ଆଗାମୀ ଟୋକିଓ ଅଲମ୍ପିକ୍ସରେ ସ୍ପଷ୍ଟ ହେବ । ଅତୀତର ପରିସଂଖ୍ୟାନ କହୁଛି ପ୍ରଥମ ଅଲମ୍ପିକ ପଦକ ଆଶାରେ ଥିବା ଓଡିଶାକୁ ପ୍ରତିଥର ଅପେକ୍ଷା କରିବାକୁ ପଡିଛି । 1896 ପ୍ରଥମ ଅଲମ୍ପିକ୍ସ ଠାରୁ 1996 ଅଲମ୍ପିକ୍ସ ପର୍ଯ୍ୟନ୍ତ ଓ ସେବେଠୁ 2016 ଗ୍ରୀଷ୍ମକାଳୀନ ରିଓ ଅଲମ୍ପିକ ପର୍ଯ୍ୟନ୍ତ ଓଡିଶା ଅଲମ୍ପିକ ପଦକ ଖୋଜ୍‌ରେ ରହିଛି ।

ପ୍ରମୋଜ ଭଗତ

କିଏ ହେବେ ସେହି ସୌଭାଗ୍ୟଶାଳୀ ଓଡିଆ କ୍ରୀଡାବିତ୍‌...? ପ୍ରଭାବୀ ପ୍ରଦର୍ଶନରେ କିଏ ଶେଷ କରିବେ ଓଡିଶାର ପଦକ ବନବାସର ଅବଧି...? ବିଶ୍ବମଞ୍ଚରେ ଓଡିଆ ଅଲମ୍ପିକ ପଦକ ବିଜୟୀ ହେବାର ଐତିହାସିକ ମୂହୂର୍ତ୍ତର ସାକ୍ଷୀ ପାଲଟିବାକୁ ସମସ୍ତେ ବ୍ୟଗ୍ର ।

ଜୟନ୍ତୀ ବେହେରା

1996 ଠାରୁ ପ୍ରାୟ 14ଜଣ ଓଡିଆ କ୍ରୀଡାବିତ ଗ୍ରୀଷ୍ମକାଳୀନ ଅଲମ୍ପିକ ଖେଳରେ ଭାରତକୁ ପ୍ରତିନିଧିତ୍ବ କରିବାର ସମ୍ମାନ ଅର୍ଜନ କରିସାରିଛନ୍ତି । ଏଥିରେ 8ଜଣ ମହିଳା ଖେଳାଳି ମଧ୍ୟ ରହିଛନ୍ତି । 14ଜଣଙ୍କ ମଧ୍ୟରୁ 9ଜଣ ହକି ଖେଳାଳି, 4ଜଣ ଆଥଲେଟ୍‌ସ ଓ ଜଣେ ଭାରଉତ୍ତୋଳନକାରୀ ରହିଛନ୍ତି । 2016 ରିଓ ଅଲମ୍ପିକ୍ସରେ ରେକର୍ଡ ସର୍ବାଧିକ ସଂଖ୍ୟକ 6ଜଣ ଖେଳାଳି ଓଡିଶାରୁ ଅଂଶଗ୍ରହଣ କରିଥିଲେ ।

ବିରେନ୍ଦ୍ର ଲାକ୍ରା

1960ରୁ ଆରମ୍ଭ ହୋଇଥିବା ପାରାଅଲମ୍ପିକ ଖେଳରେ ଏଯାବତ ଓଡିଶାରୁ କେବଳ ଜଣେ ଆଥଲେଟ୍‌ ଅଂଶଗ୍ରହଣ କରିଛନ୍ତି । 2008 ବେଜିଂ ପାରାଅଲମ୍ପିକ୍ସରେ ଏକମାତ୍ର ପାରାଅଲମ୍ପିଆନ ମାର୍କଣ୍ଡ ରେଡ୍ଡି T46 ବର୍ଗରେ ପୁରୁଷ 100 ମିଟର ହିଟ୍‌ସରେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଫଳରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ କିମ୍ବା ପାରାଅଲମ୍ପିକ୍ସରେ ପଦକ ବିଜୟ ସ୍ବପ୍ନ ଏବେବି ପୂର୍ବ ଭାରତର ରାଜ୍ୟ ଓଡିଶା ପାଇଁ ସ୍ବପ୍ନ ହୋଇ ରହିଛି ।

ହଁ, ଏହା ସତ ଯେ କିମ୍ବଦନ୍ତୀ ହକି ଖେଳାଳି ମାଇକେଲ କିଣ୍ଡୋ 1972 ମୁନୀଚ ଅଲମ୍ପିକ ଖେଳରେ କାଂସ୍ୟ ପଦକ ବିଜେତା ଭାରତୀୟ ଟିମର ସଦସ୍ୟ ଥିଲେ । କିଣ୍ଡୋଙ୍କ ନେତୃତ୍ବରେ ସିନିୟର ନ୍ୟାସନାଲ ଚମ୍ପିଆନସିପ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା ଓଡିଶା । ସେ ଓଡିଶାର ପାଣିପବନରେ ବଢିଛନ୍ତି, ରହିଛନ୍ତି ଓ ରାଉରକେଲାକୁ କର୍ମସ୍ଥାନ ବନାଇଛନ୍ତି ସତ, ମାତ୍ର ତାଙ୍କୁ ଓଡିଶା ଅଲମ୍ପିଆନ ଭାବେ ଗ୍ରହଣ କରାଯାଏ ନାହିଁ । ଏହାର କାରଣ ତାଙ୍କର ଜନ୍ମ ବିହାରର ସିମଡେଗାରେ(ବର୍ତ୍ତମାନର ଝାଡଖଣ୍ଡ) । ଭାରତୀୟ ନୌସେନାରେ କାର୍ଯ୍ୟରତ ଥିବା ସମୟରେ ଅଲମ୍ପିକ ପଦକ ବିଜେତା ହୋଇଥିଲେ ପରେ 1977ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଯୋଗ ଦେଇଥିଲେ ।

ଦୀଲିପ ତିର୍କୀ, ବିଶ୍ବର ଅନ୍ୟତମ ସର୍ବକାଳୀନ ମହାନ ହକି ଡିଫେଣ୍ଡର 1996 ଆଟ୍‌ଲାଣ୍ଟ ଖେଳରେ ଓଡିଶାରୁ ପ୍ରଥମ ଖେଳାଳି ଭାବେ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । ଏହାପରେ କ୍ରମାଗତ 3ଟି ଅଲମ୍ପିକ୍ସରେ ଦେଶର ପ୍ରତିନିଧିତ୍ବ କରିଛନ୍ତି ସେ, ମାତ୍ର ପଦକ ବିଜେତା ହୋଇପାରିନାହାନ୍ତି । ପଦ୍ମଶ୍ରୀ ପୁରସ୍କାର ବିଜେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଦିଲୀପ ତିର୍କୀଙ୍କ ଠାରୁ ପ୍ରେରିତ ହୋଇ ଆହୁରି 8ଜଣ ଆଦିବାସୀ ହକି ଖେଳାଳି ରାଜ୍ୟରୁ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସରେ ପ୍ରତିନିଧିତ୍ବ କରିଛନ୍ତି । ଏହା ମଧ୍ୟରେ 4ଜଣ ପୁରୁଷ- ଲାଜାରସ ବାରଲା(2000), ଇଗନେସ ତିର୍କୀ(2004, 2012), ୱିଲିୟମ ଜାଲଜୋ(2004), ବିରେନ୍ଦ୍ର ଲାକ୍ରା(2012) ଓ 4 ମହିଳା - ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ(ସମସ୍ତେ 2016 ଅଲମ୍ପିକ୍ସ ଅଂଶଗ୍ରହଣକାରୀ) ।

ମହିଳା ଆଥଲେଟ ରଚିତା ମିଷ୍ଟ୍ରି ଓ ହର୍ଡଲର ଅନୁରାଧା ବିଶ୍ବାଳ ବ୍ୟକ୍ତିଗତ ବର୍ଗରେ ପ୍ରଥମକରି ଓଡିଶାରୁ ପ୍ରତିନିଧିତ୍ବ କରିବାରେ ଦୁଇ କ୍ରୀଡାବିତ ରହିଛନ୍ତି । 2000 ସିଡନୀ ଖେଳରେ ରଚିତା 100ମିଟର ଦୌଡ ଓ 4x100 ମିଟର ରିଲେ ଦୌଡ ପ୍ରତିଯୋଗିତାରେ ଭାଗନେଇଥିଲେ ମାତ୍ର ସଫଳତା ମିଳିନଥିଲା । ସେ ମୁମ୍ବାଇରେ ରହୁଥିଲେ ଓ ନ୍ୟାସନାଲ ଚମ୍ପିଆନସିପରେ ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ବ କରୁଥିଲେ ।

ଅନ୍ୟପଟେ ଅଲମ୍ପିକ ଡେବ୍ୟୁ କରିଥିବା ଅନୁରାଧା, ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ନ ପାଇ ନିରାଶ ହୋଇଥିଲେ ।

ଭାରତର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ 2016 ଅଲମ୍ପିକ ଗେମ୍ସରେ ନିରାଶ କରିଥିଲେ । 100 ମିଟର ଓ 200 ମିଟର ହିଟ୍‌ସରୁ ବାଦ ପଡିଥିଲେ । 100 ମିଟର ଇଭେଣ୍ଟରେ ଅଂଶଗ୍ରହଣ କରିଥିବା 64 ଜଣ ଧାବିକାଙ୍କ ମଧ୍ୟରୁ ଦୂତୀ 50ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । 11.69 ସେକେଣ୍ଡରେ ଦୂତୀ ପହଞ୍ଚିଥିବାବେଳେ, 200 ମିଟର ଦୌଡରେ ଶ୍ରାବଣୀ 77 ପ୍ରତିଯୋଗୀଙ୍କ ମଧ୍ୟରେ 55ତମ ସ୍ଥାନରେ ରହିଥିଲେ ।

ରେଷମ ସହର ବ୍ରହ୍ମପୁରର ଭାରଉତ୍ତୋଳନକାରୀ ରବି କୁମାର 2012 ଲଣ୍ଡଲ ଅଲମ୍ପିକ୍ସରେ ଓଡିଶାର ଶ୍ରେଷ୍ଠ ପଦକ ଆଶା ରହିଥିଲେ । ମାତ୍ର ପୁରୁଷ 69 କିଲୋଗ୍ରାମ ବର୍ଗରେ ଗ୍ରୁପ ବି'ରେ ଷଷ୍ଠ ଓ ମୋଟ ଭାବେ 15ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

ସମସ୍ତ ପ୍ରକାର ପ୍ରତିବନ୍ଧକକୁ ପାର୍‌ କରି 2020 ସଂସ୍କରଣର ଅଲମ୍ପିକ ଜୁଲାଇ 23ରୁ ଅଗଷ୍ଟ ମଧ୍ୟରେ ହେବାକୁ ଯାଉଛି । ପୁଣି ଏକ ଅଲମ୍ପିକ ଖେଳ ସମୟ ନିକଟତର ହୋଇଥିବାରୁ ପୁଣି ଓଡିଶାର ଅଲମ୍ପିକ ପଦକ ଆଶା ଉଜ୍ଜୀବିତ ହୋଇଛି ।

ଓଡିଶାର ପ୍ରଥମ ଅଲମ୍ପିକ ପଦକ ଆଶା ପୂରଣର ପ୍ରମୁଖ ମାଧ୍ୟମ ସାଜିପାରେ ହକି । ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ହକି ଟିମ ଇଣ୍ଡିଆର ଅଲମ୍ପିକ ଟିମରେ ଅମିତ ରୋହିଦାସ ଉପ-ଅଧିନାୟକ ଓ ବିରେନ୍ଦ୍ର ଲାକ୍ରା ରହିଛନ୍ତି । ମହିଳା ଟିମରେ ମଧ୍ୟ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା ଭାବେ ରହିଛନ୍ତି ।

ଷ୍ଟାର ଧାବିକା ଦୂତୀ ଚାନ୍ଦ ବିଶ୍ବ ମାନ୍ୟତା ଆଧାରରେ 100 ମିଟର ଦୌଡ ପାଇଁ 44ତମ ସ୍ଥାନରେ ଓ 200 ମିଟର ମାନ୍ୟତାରେ 51ତମ ସ୍ଥାନରେ ରହି ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । 2016 ରିଓ ଅଲମ୍ପିକ୍ସରେ ନିରାଶ ହୋଇଥିଲେ ଦୂତୀ ।

ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ତୁଳନାରେ ଟୋକିଓ ପାରାଅଲମ୍ପିକ୍ସରେ ଓଡିଶାର ପଦକ ବିଜୟ ସମ୍ଭାବନା ଅଧିକ ରହିଛି । ପାରା-ସର୍ଟଲର ପ୍ରମୋଦ ଭଗତ ଓ ପାରା-ଅଥଲେଟ ଜୟନ୍ତୀ ବେହେରା ଟୋକିଓ ଟିକେଟ ହାସଲ କରିସାରିଛନ୍ତି । ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହେବ ।

ପୁରୁଷ SL3 ବର୍ଗରେ ବିଶ୍ବ ମାନ୍ୟତାର ନମ୍ବର 1 ସ୍ଥାନରେ ଥିବା ପ୍ରମୋଦ 21 ସ୍ବର୍ଣ୍ଣ ପଦକ ସମେତ ମୋଟ 44ଟି ଅନ୍ତର୍ଜାତୀୟ ପଦକ ନିଜ ନାମରେ କରିସାରିଛନ୍ତି । ଫଳରେ ସ୍ବର୍ଣ୍ଣ ପଦକ ବିଜୟର ପ୍ରବଳ ଦାବିଦାର ରହିଛନ୍ତି ବରଗଡ ଜିଲ୍ଲା ଅତାବିରାର ପୁଅ । ଏକକ ବର୍ଗ ସହ ପୁରୁଷ ଯୁଗଳ ଓ ମିଶ୍ରିତ ଯୁଗଳ ବର୍ଗରେ ମଧ୍ୟ ନଜର ଆସିବେ ପ୍ରମୋଦ ।

ଧାବିକା ଜୟନ୍ତୀ ବେହେରା T47 ବର୍ଗରେ ମହିଳା 400 ମିଟର ଇଭେଣ୍ଟରେ ପଦକ ଆଣିବାର ଦାବିଦାର ରହିଛନ୍ତି । 200 ମିଟର ଇଭେଣ୍ଟ ଅନ୍ତର୍ଜାତୀୟ ପଦକ ମଧ୍ୟ ବିଜୟିନୀ ରହିସାରିଛନ୍ତି ସେ ।

ହୁଅନ୍ତୁ ସେ ହକି ଖେଳାଳି, ଆଥଲେଟ୍‌ସ, କିମ୍ବା ବ୍ୟାଡମିଣ୍ଟନ ଖେଳାଳି, ଅଲମ୍ପିକ୍ସରେ ହେଉ କିମ୍ବା ପାରାଅଲମ୍ପିକ୍ସରେ, ଟୋକିଓରେ ଶେଷ ହେଉ ବିଶ୍ବ କ୍ରୀଡାର ମହାକୁମ୍ଭରେ ଓଡିଶାର ପଦକ ବିଜୟର ଲମ୍ବା ପ୍ରତିକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 1, 2021, 11:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.