ETV Bharat / sports

ନି ଷ୍ଟ୍ରାଇକରେ ରେକର୍ଡ କରିଥିବା ସଚିନଙ୍କୁ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା - ଗିନିଜ ବୁକ୍‌ ଅଫ୍‌ ରେକର୍ଡର ସଚିନ

ନି ଷ୍ଟ୍ରାଇକରେ ଆଉ ଏକ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି ଓଡିଶାର ନୂଆପଡା ଜିଲ୍ଲାର ପୁଅ ସଚିନ ବେହେରା । ପାକିସ୍ତାନୀ ବକ୍ସର ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିଲେ । ଅଧିକ ପଢନ୍ତୁ

ନି ଷ୍ଟ୍ରାଇକରେ ସଚିନଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Feb 4, 2022, 8:52 AM IST

Updated : Feb 4, 2022, 12:14 PM IST

ଭୁବନେଶ୍ବର: ୩ ମିନଟରେ 204ଥର ନି ଷ୍ଟ୍ରାଇକ୍‌ କରିଥିବା ସଚିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ପାଞ୍ଚ କେଜି ଓଜନ ବାନ୍ଧି ତିନି ମିନିଟରେ ସର୍ବାଧିକ ଆଣ୍ଠୁ ପ୍ରାଘାତ କରି ଗିନିଜ ବୁକ୍‌ ଅଫ୍‌ ରେକର୍ଡ କରିଥିବା ସଚିନଙ୍କୁ ପ୍ରଶଂସା କରିବା ସହିତ ଆଗକୁ ଏହି ପରି ବଢିବା ପାଇଁ ଉତ୍ସାହିତ କରିଛନ୍ତି କ୍ରୀଡାମନ୍ତ୍ରୀ ।

ନି ଷ୍ଟ୍ରାଇକରେ ରେକର୍ଡ କରିଥିବା ସଚିନଙ୍କୁ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସଚିନଙ୍କ ଏହି ସଫଳତା ପାଇଁ ଉତ୍ସାହିତ ନିମନ୍ତେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି । କ୍ରୀଡାମନ୍ତ୍ରୀଙ୍କ ଉତ୍ସାହପୂର୍ଣ୍ଣ ବାର୍ତ୍ତା ପାଇଁ ବେଶ ଖୁସି ବ୍ୟକ୍ତ କରିଛନ୍ତି ନି ଷ୍ଟ୍ରାଇକର ସଚିନ ବେହେରା ।

ଏହା ବି ପଢନ୍ତୁ...ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା, ଭାଙ୍ଗିଲେ ପାକିସ୍ତାନୀଙ୍କ ରେକର୍ଡ

ପ୍ରକାଶ ଥାଉ କି, ଜାନୁଆରୀ ୩୦ ତାରିଖରେ ବୁଦ୍ଧମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଡ଼ରେ ୫କେଜି ଓଜନ ବାନ୍ଧି ତିନି ମିନଟରେ ସର୍ବାଧିକ ଆଣ୍ଠୁ ପ୍ରାଘାତ କରିଥିଲେ ସଚିନ । ୩ ମିନିଟରେ 204 ଥର ନି ଷ୍ଟ୍ରାଇକ ମାରି ନି ଷ୍ଟ୍ରାଇକର ଭାବରେ ପରିଚିତ ସଚିନ ବେହେରା ଏକ ନୂଆ ରେକର୍ଡ ସୃଷ୍ଟି କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି । ଏହା ସହିତ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିଛନ୍ତି । ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦ ୩ ମିନିଟରେ 178 ନି ଷ୍ଟ୍ରାଇକ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 4, 2022, 12:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.