ETV Bharat / sports

ସାଉଥ ଏସିଆନ ଗେମ୍ସ: ଭାରତର ଜବରଦସ୍ତ ପ୍ରଦର୍ଶନ, 2ୟ ଦିନରେ 11 ସ୍ବର୍ଣ୍ଣ

author img

By

Published : Dec 3, 2019, 10:42 PM IST

ସାଉଥ ଏସିଆନ ଗେମ୍ସର 2ୟ ଦିନରେ ମୋଟ 27 ପଦକ ହାତେଇଛନ୍ତି ଭାରତୀୟ ଖେଳାଳି । ସେଥିମଧ୍ୟରେ 11ଟି ସ୍ବର୍ଣ୍ଣ ସାମିଲ ରହିଛି।

ସାଉଥ ଏସିଆନ ଗେମ୍ସ
ସାଉଥ ଏସିଆନ ଗେମ୍ସ

କାଠମାଣ୍ଡୁ: ସାଉଥ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ । 2ୟ ଦିନରେ ମୋଟ 27 ପଦକ ହାତେଇଛନ୍ତି ଭାରତୀୟ ଖେଳାଳି । ସେଥିମଧ୍ୟରେ 11ଟି ସ୍ବର୍ଣ୍ଣ ସାମିଲ ରହିଛି । ପ୍ରଥମ ଦିନରେ 4 ସ୍ବର୍ଣ୍ଣ, 4 ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ମୋଟ 10 ପଦକ ହାତେଇଥିଲେ।

ଭାରତର ମୋଟ ପରଦ ସଂଖ୍ୟା 43 ରହିଛି । ତେବେ ଆୟୋଜକ ନେପାଳର ପଦକ ସଂଖ୍ୟା 2ୟ ଦିନ ସୁଦ୍ଧା 44 ରହିଛି । ଆଜି ଭାରତୀୟ ମହିଳା ଭଲିବଲ ଟିମ ନେପାଳକୁ 3-2ରେ ହରାଇ ସ୍ବର୍ଣ୍ଣ ପଦକ ବିଜେତା ହୋଇଛି । ସୁଟିଂରେ ପୁରୁଷ 50 ମିଟର ରାଇଫଲ ଇଭେଣ୍ଟରେ ଅଖିଲ ସୋଓରାନ ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଓ ମହିଳା ଟେବୁଲ ଟେନିସ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ଭାରତୀୟ ଖେଳାଳି ।

ସେହିପରି ଆଥଲେଟିକ୍ସରେ ମହିଳା 100 ମିଟର ଦୌଡ ବର୍ଗରେ ଅର୍ଚ୍ଚନା ସୁସିନ୍ଦ୍ରାନ, ମହିଳା ହାଇଜମ୍ପରେ ଏମ ଜ୍ୟୋସ୍ନା, ପୁରୁଷ ହାଇଜମ୍ପରେ ସର୍ବେଶ ଅନିଲ କୁସରେ ଓ ପୁରୁଷ 1500 ମିଟର ଦୌଡରେ ଅଜୟ କୁମାର ସରୋଜ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.