ETV Bharat / state

୫ ବର୍ଷରେ ୧,୫୦,୦୦୦ ସରକାରୀ ଚାକିରି ଦେବେ ମୋହନ ମାଝୀ ସରକାର, ସଂକଳ୍ପ ଶୁଣାଇଲେ ମୁଖ୍ୟମନ୍ତ୍ରୀ - CM Mohan On Govt Job

author img

By ETV Bharat Odisha Team

Published : 2 hours ago

CM Mohan On Govt Job : ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଂକଳ୍ପ । ଆଗାମୀ ୫ ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ) ଲୋକଙ୍କୁ ସରକାରୀ ଚାକିରି ଦେବେ ରାଜ୍ୟ ସରକାର । ବିଜେପି ସରକାରକୁ ୧୦୦ ଦିନ ପୂର୍ତ୍ତିରେ ପୁଣି ଥରେ ଏହା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Etv Bharat
Etv Bharat (ETV Bharat Odisha)

ପୁରୀ: ରାଜ୍ୟର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ କ୍ଷେତ୍ରରେ ସରକାର ଦେବେ ନିଯୁକ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ୧,୫୦,୦୦୦ (ଦେଢ ଲକ୍ଷ ) ସରକାରୀ ପଦବୀ ପୂରଣ ହେବ । ରାଜ୍ୟରେ ବିଜେପି ସରକାରର 100 ଦିନ ପୂରଣ କରିବା ଅବସରରେ ସରକାରୀ ପଦବୀରେ ନିଯୁକ୍ତି କ୍ଷେତ୍ରରେ ଏପରି ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

MOHAN MAJHI
MOHAN MAJHI (@MohanMOdisha)

5 ବର୍ଷରେ ୧,୫୦,୦୦୦ ସରକାରୀ ଚାକିରି:

ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଯୁବକ ଯୁବତୀଙ୍କୁ ଚାକିରି ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । 2029 ସୁଦ୍ଧା 3 ଲକ୍ଷ 50 ହଜାର ଲୋକଙ୍କୁ ନିଯୁକ୍ତି ଦିଆଯିବା ନେଇ ନିର୍ବାଚନ ସମୟରେ ଘୋଷଣା କରାଯାଇଥିଲା । ଗତକାଲି (ଗୁରୁବାର) ରାଜ୍ୟରେ ବିଜେପି ସରକାରର 100 ଦିନ ପୂର୍ତ୍ତି ଅବସରରେ, ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ନିଯୁକ୍ତି କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା 5 ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୫୦,୦୦୦ (ଦେଢ ଲକ୍ଷ ) ଯୁବକ ଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ଦେବା ନେଇ କହିଥିଲେ ମୁଖ୍ୟମନ୍ତ୍ରୀ ।

MOHAN MAJHI
MOHAN MAJHI (@MohanMOdisha)

ଏହା ମଧ୍ୟ ପଢନ୍ତୁ-ଶରଧାବାଲିରେ ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ.. - Mohan Majhi Govt Report Card

ଏହା ମଧ୍ୟ ପଢନ୍ତୁ-ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ? - 100 days Of Odisha BJP GOVT

ଏହା ମଧ୍ୟ ପଢନ୍ତୁ-ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ - mega employment

ବିଧାନସଭାରେ ଉଠିଥିଲା ସରକାରୀ ଚାକିରି ପ୍ରସଙ୍ଗ:

MOHAN MAJHI
MOHAN MAJHI (@MohanMOdisha)

ଗତ ବିଧାନସଭା ଅଧିବେଶନ ସମୟରେ ସରକାରୀ ଚାକିରିକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ ଯେ, ''ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ 1 ଲକ୍ଷ 50 ହଜାର ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ରାଜ୍ୟରେ ମୋଟ 1 ଲକ୍ଷ 32 ହଜାର 459ଟି ଖାଲି ପଦବୀ ରହିଛି । ଏହା ମଧ୍ୟରୁ 92 ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ 78 ହଜାର 919 ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଆଗାମୀ 2 ବର୍ଷ ମଧ୍ୟରେ 65 ହଜାର ପଦବୀ ପୂରଣ କରାଯିବ । ''ସେପ୍ଟେମ୍ବର 11 ତାରିଖରେ ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା କହିଥିଲେ।

ଦେଶର ବିକାଶ ଯାତ୍ରାରେ ଓଡ଼ିଶା ହେବ ପ୍ରଥମ ବଗି :

ପୁରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, '' ପୂର୍ବୋଦୟର ବିକାଶ ହେଲେ ଦେଶର ବିକାଶ ହୋଇପାରିବ ପ୍ରଧାମନ୍ତ୍ରୀ କହିଥିଲେ । ତେଣୁ ଦେଶର ପୂର୍ବରେ ଥିବା ଓଡ଼ିଶାର ବିକାଶ ପ୍ରଥମ । ବିକାଶ ଯାତ୍ରାରେ ଓଡ଼ିଶା ହେବ ପ୍ରଥମ ବଗି । ସଡକ ପଥ, ଆକାଶ ପଥ, ରେଳପଥ ଓ ଜଳପଥର ବିକାଶ କରି ଏକ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେବ । ''

2036 ସୁଦ୍ଧା ସମୃଦ୍ଧ ଓଡିଶା:

ମୁଖ୍ୟମନ୍ତ୍ରୀ ଆଉ ଏକ ବଡ ଘୋଷଣା କରି କହିଥିଲେ ଯେ, ''ଆସନ୍ତା 5 ବର୍ଷରେ ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପଡିବ । 2036 ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ହୋଇ ସାରିଥିବ । 2047 ମସିହା ସୁଦ୍ଧା ଓଡି଼ଶା ବିକଶିତ ହୋଇସାରିଥିବ । ''

କ୍ରୀଡା କ୍ଷେତ୍ରକୁ ଗୁରୁତ୍ବ:

ସେହିପରି କ୍ରୀଡା କ୍ଷେତ୍ର ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ ମୋହନ ସରକାର । ଆଗକୁ କ୍ରୀଡା କ୍ଷେତ୍ରରେ ବହୁ ଉନ୍ନତି କରାଯିବ । କ୍ରୀଡାର ବିକାଶ ନିମନ୍ତେ 952 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । 100 ଏକର ଜମିରେ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ କ୍ରୀଡା କେନ୍ଦ୍ର ସ୍ଥାପନ କରାଯିବ ।

ରାଜ୍ୟରେ 100 ଦିନ ପୂରଣ କରିଛନ୍ତି ମୋହନ ସରକାର । ଶହେ ଦିନରେ ରାଜ୍ୟବାସୀ ପାଇଁ କଣ କରିଛନ୍ତି ଗତକାଲି(୧୯ ସେପ୍ଟେମ୍ବର) ପୁରୀ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଟି ଗୋଟି କରି ହିସାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥି ସହ ଆଗକୁ କଣ କଣ କରାଯିବ, ସେ ନେଇ ମଧ୍ୟ ସୂଚନା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.