ETV Bharat / health

ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Benefits Of Potato Peel - BENEFITS OF POTATO PEEL

Benefits Of Potato Peel: ରୋଷେଇ ବେଳେ ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହି ଚୋପାରେ ରହିଛି ଅନେକ ଫାଇଦା । ଏଥିରେ ଫାଇବର, ପୋଟାସିୟମ, କ୍ୟାଲେସିୟମ ଭଳି ପୋଷକ ତତ୍ତ୍ବ ଥିବାବେଳେ ଏହା ଆମ ସ୍ବାସ୍ଥ୍ୟଠାରୁ ଆରମ୍ଭ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଉପଯୋଗୀ । ପଢନ୍ତୁ ପୁରା ଖବର

ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ (ETV Bharat)
author img

By ETV Bharat Health Team

Published : Sep 20, 2024, 10:40 AM IST

ହାଇଦ୍ରାବାଦ: ଆଳୁ, ପ୍ରତ୍ୟେକ ରୋଷେଇ ଘରେ ଏକ ଜରୁରୀ ପରିବା । ଆଳୁକୁ ପରିବାର ରାଜା କୁହାଯାଏ । କାରଣ ଭେଜ୍ ହେଉ କି ନନ୍‌ଭେଜ, ଅଧିକାଂଶ ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତିରେ ଆଳୁର ବହୁଳ ବ୍ୟବହାର ହୁଏ । ଛୋଟ ଛୁଆଠାରୁ ବୟସ୍କ ଯାଏଁ ସମସ୍ତଙ୍କୁ ଆଳୁ ଖାଇବା ଭାରି ପସନ୍ଦ । ସାଧାରଣତଃ ଆମେ ଆଳୁକୁ ବ୍ୟବହାର କରିବା ପୂର୍ବରୁ ଏହା ଚୋପା ଛଡାଇ ଫିଙ୍ଗି ଦେଉ । ହେଲେ ଜାଣନ୍ତି କି, ଏହି ଚୋପା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ । ଏଥିରେ ପୋଟାସିୟମ, କ୍ୟାଲେସିୟମ, ଫାଇଭର, ଭିଟାମିନ ଭଳି ଅନେକ ପୋଷକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ । ଏହି ଚୋପାର ଫାଇଦା ବିଷୟରେ ଜାଣିଲେ ଆପଣ ଆଉ ଏହାକୁ ଫିଙ୍ଗିବେ ନାହିଁ ।

ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆଳୁ ଚୋପା ଫିଙ୍ଗି ଦେଉଛନ୍ତି କି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ (ETV Bharat)

ଏଗ୍ରିକଲଚର ଆଣ୍ଡ ଫୁଡ କେମିଷ୍ଟ୍ରି ଜର୍ନାଲ (2018)ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଆଳୁ ଚୋପାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଏହା ଆଖି ତଳେ କଳା ଦାଗ ଦୂରେ କରିବାରେ କାମ କରେ । ଡାକ୍ତରଙ୍କ କହିବା କଥା, ଆଳୁ ଚୋପାରେ ଫାଇବର, ପୋଟାସିୟମ, ଭିଟାମିନ ସି ଓ ଭିଟାମିନ ବି ଭଳି ପୋଷକ ତତ୍ତ୍ବ ରହିଛି । ଆଳୁ ଚୋପା ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ଶରୀରକୁ ଅନେକ ସ୍ବାସ୍ଥ୍ୟପଯୋଗୀ ଲାଭ ମିଳିଥାଏ ।

କଳା ଦାଗ ଦୂର କରେ: ଆଳୁ ଚୋପା ତ୍ବଚା ପାଇଁ ବେଶ୍ ଲାଭଦାୟକ । ଏହି ଚୋପା ମୁହଁରେ ଘଷିବା ଦ୍ବାରା କୁଣ୍ଡେଇ ହେବା ଓ ରାସେସ୍‌ରୁ ଆରାମ ମିଳେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ମୁହଁରେ କଳା ଦାଗ ଦୂର କରିବାରେ ସାହାଯ୍ୟ କରେ।

ଚୋପାରୁ ସ୍ବାଦିଷ୍ଟ ସ୍ନାକ୍ସ: ଏକ୍ସପର୍ଟଙ୍କ କହିବା କଥା, ଆଳୁ ଚୋପାକୁ ସ୍ନାକ୍ସ ଭାବେ ବ୍ୟବହାର କରାଯାଇପାରେ । ଏହି ଚୋପାକୁ ତେଲରେ ଛାଣି କିଛି ମସାଲା ମିଶାଇ କୁରକୁରି ଚିପ୍ସ ରୂପେ ଖାଇପାରିବେ । ଆଳୁ ଚୋପାରେ ପ୍ରଚୁର ମାତ୍ରାରେ ଫାଇବର ଥାଏ, ଯାହା ଆମର ସ୍ବାସ୍ଥ୍ୟ ପାଇଁ ବହୁତ ଭଲ । ଏଥିରେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ ।

ସ୍ବାସ୍ଥ୍ୟ ଉପକାରୀ: ଆଳୁ ଚୋପାରେ ଥିବା ଆଇରନ ଏନିମିଆରୁ ସୁରକ୍ଷା ଦିଏ । ଏଥିରେ ଭିଟାମିନ ବି3 ଓ ନିଆସିନ ମଧ୍ୟ ମିଳେ । ଏହା ଆମ ଶରୀରକୁ ଶକ୍ତି ଯୋଗାଏ । ଆଳୁ ଚୋପାରେ ଭିଟାମିନ କମ୍ପ୍ଲେକ୍ସ ଓ କ୍ୟାଲେସିୟମ ହାଡ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଜୈବିକ ସାର: ଆଳୁ ଚୋପାରେ ନାଇଟ୍ରୋଜେନ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ବ ରହିଥାଏ, ଯାହା ଗଛଲତା ବୃଦ୍ଧି ପାଇଁ ଏକ ଉତ୍ତମ ଖାଦ୍ୟ ରୂପେ ଉପଯୋଗୀ ହୋଇଥାଏ । ଏକ୍ସପର୍ଟଙ୍କ କରିବା କଥା, ଆଳୁ ଚୋପାକୁ ସାର ଭାବେ ବ୍ୟବହାର କରାଯାଇପାରିବ ।

ସଫା କରିବା: ଆଳୁ ଚୋପା ଦ୍ବାରା ଅନେକ ଜିନିଷ ସଫା କରାଯାଇପାରିବ । ଏହି ଚୋପାକୁ ଜଙ୍କ୍ ଲାଗିଥିବା ବାସନ ଓ ରୂପା ପାତ୍ରରେ ରଗଡି ପାଣିରେ ଧୋଇଲେ ବାସନଗୁଡିକ ଭଲ ଭାବେ ସଫା ହୋଇ ଚମକିଥାଏ ।

ଜୋତା ପଲିସି: ଏକ୍ସପର୍ଟଙ୍କ କହିବା କଥା, ଜୋତା ପଲିସି ପାଇଁ ଆଳୁ ଚୋପାକୁ ବ୍ୟବହାର କରାଯାଇପାରିବ । ଏହି ଚୋପାକୁ ଜୋତାରେ ଘସିଲେ ମଇଳା ବାହାରିଯାଏ ଓ ଜୋତା ସଫା ଦିଶେ ।

ଏହା ମଧ୍ୟ ପଢନ୍ତୁ: ମାନସିକ ଅବସାଦର ଶିକାର କି ? ଏସବୁ ଖାଦ୍ୟ ଦୂର କରିପାରେ ସମସ୍ୟା - Best foods for depression

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି: ପାଣି ଭିତରେ କେମିତି ହୁଏ ଶିଶୁ ଜନ୍ମ, ଏହା କେତେ ସୁରକ୍ଷିତ ? - First water delivery in Odisha

ଏହା ମଧ୍ୟ ପଢନ୍ତୁ: ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ; ସତର୍କ କରାଇଲେ ବିଶେଷଜ୍ଞ - Mutton Side Effects

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.