ନୂଆଦିଲ୍ଲୀ/ମୁମ୍ବାଇ: ଆପଲ୍ ଆଇଫୋନ-16 ସିରିଜକୁ ଚଳିତ ମାସ 10 ତାରିଖରେ ଲଞ୍ଚ କରିଥିଲା । ଏହି ନୂଆ ସିରିଜରେ iPhone 16, iPhone 16 Plus, iPhone 16 Pro ଓ iPhone 16 ପ୍ରୋ ମ୍ୟାକ୍ସ ରହିଛି । ଗତ ସପ୍ତାହରେ ଏହା ପ୍ରି-ଅର୍ଡର ଲାଗି ଯାଇଥିଲା । ଏବେ ଦେଶରେ ଏହାର ସେଲ୍ ଆରମ୍ଭ ହୋଇଛି । ଷ୍ଟକ୍ ସରିବା ପୂର୍ବରୁ ଏହି ନୂଆ ମଡେଲକୁ କିଣିବା ଲାଗି ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଆପଲ୍ ଷ୍ଟୋରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । କିଛି ଗ୍ରାହକ ଏକା ଥରେ 2-3ଟି ଆଇଫୋନ କିଣି ନେଉଥିବା ଦେଖିବାକୁ ମିଳିଛି ।
#WATCH | Delhi: A customer Mohammad Shariq says, " i came from saharanpur in up. i have purchased the iphone 16. i am an iphone lover. i was planning to go to the mumbai store, but i got it in delhi itself. earlier i was using the iphone 15 pro max." https://t.co/baQDGVr4KU pic.twitter.com/PHuOqCDUJ1
— ANI (@ANI) September 20, 2024
କେଉଁଠୁ କିଣିବେ ଗ୍ରାହକ ?
ଗ୍ରାହକ ଆଇଫୋନ 16 ସିରିଜକୁ ଉଭୟ ଅନଲାଇନ ଓ ଅଫଲାଇନରେ କିଣିପାରିବେ । ଆମାଜନ, ଫ୍ଲିପକାର୍ଟ, କ୍ରୋମା, ରିଲାଏନ୍ସ ଡିଜିଟାଲ ଓ ଆପଲ୍ ଷ୍ଟୋରରୁ ଅନଲାଇନରେ କିଣିପାରିବେ । ଯଦି ଅଫଲାଇନରେ କିଣିବାକୁ ଚାହୁଁଛନ୍ତି ତେବେ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଆପଲ୍ ଷ୍ଟୋରରୁ ସିଧାସଳଖ କିଣିପାରିବେ ।
#WATCH | Mumbai: People purchase Apple's iPhone as the company began its iPhone 16 series sale in India today
— ANI (@ANI) September 20, 2024
A customer Akshay says, " i came at 6 am. i purchased the iphone 16 pro max. i liked ios 18 and the zoom camera quality has become better now, i came from surat." https://t.co/KZsTgu6wyp pic.twitter.com/93vqlgolQk
ଦାମ କେତେ ରହିଛି ?
ଭାରତରେ ଆଇଫୋନ 16ର ଦାମ Rs 79,900 ଟଙ୍କା ଥିବା ବେଳେ iPhone 1 ପ୍ରୋର ଦାମ 1,34,900 ଟଙ୍କା ରହିଛି । iPhone 16 Plus ଭାରତୀୟ ବଜାରରେ Rs 89,900ରେ ଉପଲବ୍ଧ । iPhone 16 Pro ଭାରତରେ Rs 1,19,900 ପ୍ରାଇସ ଟ୍ୟାଗ ସହିତ ଆସିଛି । ଆଇଫୋନ 16ର ସବୁଠୁ ପ୍ରିମିୟମ ସେଟ୍ iPhone 16 Pro Max ଭାରତରେ Rs 1,44,900ରେ ବିକ୍ରି ହେବାକୁ ଯାଉଛି ।
#WATCH | Maharashtra: A huge crowd gathered outside Apple store at Mumbai's BKC - India's first Apple store.
— ANI (@ANI) September 20, 2024
Apple's iPhone 16 series to go on sale in India from today. pic.twitter.com/RbmfFrR4pI
ଅଫର କେମିତି ଉଠାଇବେ ଫାଇଦା ?
ଯେଉଁ ଗ୍ରାହକ ଆଇଫୋନ 16 କିଣିବାକୁ ଚାହୁଁଛନ୍ତି, ସେମାନେ ଅଫର ସମ୍ପର୍କରେ ଜାଣିନେବା ଉଚିତ । Axis Bank, ICICI ବ୍ୟାଙ୍କ କାର୍ଡରେ 5ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରେ । ଆପଲ୍ ପକ୍ଷରୁ ଟ୍ରେଡ-ଇନ ଅଫର(Trade-in Offer) ଦିଆଯାଉଛି । ଗ୍ରାହକ ନିଜର ପୁରୁଣା ଆଇଫୋନ ଦେଲେ ଏହି ଅଫର ପାଇପାରିବେ । ଏଥିରେ ଗ୍ରାହକଙ୍କୁ 67,500ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରେ । ଯେଉଁମାନେ iPhone 16 କିଣିବେ ସେମାନଙ୍କୁ Apple Music, Apple TV+ ଓ Apple Arcadeରେ 3ମାସ ସବସ୍କ୍ରିପସନ ଦିଆଯିବ ।