ETV Bharat / state

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନ୍ମମାଟି ରାଇକଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ - CM ON KENDUJHAR VISIT

author img

By ETV Bharat Odisha Team

Published : 2 hours ago

Updated : 1 hours ago

CM On Kendujhar Visit: ନିଜ ଜନ୍ମମାଟି ରାଇକଳା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିନି ଦିନିଆ କେନ୍ଦୁଝର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କର କ'ଣ ସବୁ କାର୍ଯ୍ୟକ୍ରମ ରହିଛି, ଜାଣନ୍ତୁ ।

CM On Kendujhar Visit
CM On Kendujhar Visit (ETV Bharat Odisha)

କେନ୍ଦୁଝର: ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିମାନରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ନିଜ ସଦର ନିର୍ବାଚନୀ ମଣ୍ଡଳୀର ଫୁଟବଲ ଫାଇନାଲ ମ୍ୟାଚ ସହ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ।

କେଉଁ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ୧୦.୪୦ ରେ କେନ୍ଦୁଝର ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ପଡିଆରେ ଅବତରଣ କରିବାର ସମୟ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ହେଲେ ପାଖାପାଖି 11.30ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ ।

CM On Kendujhar Visit (File Photo)
CM On Kendujhar Visit (File Photo) (ETV Bharat Odisha)

କେଉଁଠି ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ?

ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା' ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ । ଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ 'ଚାଏ ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।

ଏହା ବି ପଢନ୍ତୁ...ଜନ୍ମମାଟିରେ ଭାବବିହ୍ବଳ ମୁଖ୍ୟମନ୍ତ୍ରୀ, କହିଲେ ସୁନାର କେନ୍ଦୁଝର ସହ ଓଡିଶାକୁ ନମ୍ବର ଓ୍ବାନ ରାଜ୍ୟରେ ପରିଣତ କରିବି - CM Mohan Majhi gets emotional

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ; ମା'ଙ୍କ ହାତରୁ ଖାଇଲେ ପଖାଳ ସାଙ୍ଗକୁ ଶାଗଭଜା ଓ ବଡ଼ିଚୁରା... - Mohan Majhi Eats Home Cooked Food

ଏହା ବି ପଢନ୍ତୁ...କେନ୍ଦୁଝରରୁ କ୍ୟାପିଟାଲ୍, ରାଇକଳାରୁ ରାଜ୍ୟ ମୁଖିଆ, ସହଜ ନ ଥିଲା ମୋହନଙ୍କ ସଂଘର୍ଷମୟ ଯାତ୍ରା ! - CM MOHAN MAJHI VILLAGE RAIKALA

ଏହା ବି ପଢନ୍ତୁ...ଶରଧାବାଲିରେ ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ.. - Mohan Majhi Govt Report Card

ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦାନ:

ଏହାପରେ ଦିନ ୧୧ ଟାରେ 'ସମ୍ବାଦ' ଦ୍ଵାରା ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ଝାଡ଼ଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫ଟା ୩୦ ରେ ଟାଉନ ହଲଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ରବିବାର ଦିନ ୧୧ ଟାରେ ଧରଣୀଧର ବିଶ୍ଵବିଦ୍ୟାଳୟ ସରକାରର ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସଂଗଠନର କାର୍ଯ୍ୟକର୍ତ୍ତା ସମସ୍ତ ପ୍ରସ୍ତୁତି କରିଛନ୍ତି ।

ସୁରକ୍ଷା କଡ଼ାକଡ଼ି :

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ବେଶ ଖୁସି ଥିବାବେଳେ "ଆଗାମୀ ଦିନରେ ଆହୁରି ସମାଜସେବା କାର୍ଯ୍ୟକୁ ତ୍ଵରାନିତ କରିବ" ବୋଲି ପ୍ରକାଶ କରିଛନ୍ତି ଲାଇଫ ସେଭର୍ସ ଗ୍ରୁପ ସଂଗଠକ ସଞ୍ଜୀବ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗ୍ରସ୍ତ ନେଇ କାର୍ଯ୍ୟକ୍ରମର ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା । ତିନି ଦିନିଆ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ ।

ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଇକଳା ଆସି ମା'ଙ୍କ ହାତରୁ ପଖାଳ ଖାଇବା ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମମାଟି ରାଇକଳା ଗସ୍ତ କରି ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ ସୋ ବେଳେ ରାସ୍ତାର ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ରାଇକଳା ଗ୍ରାମବାସୀ । ଗାଁ ଲୋକ, ଆତ୍ମୀୟସ୍ୱଜନ ମାଟିର ପୁଅ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ଖୁସିରେ ଆତ୍ମହରା ହୋଇପଡିଥିଲେ । ପୁଣିଥରେ ରାଜ୍ୟ ମୁଖିଆଙ୍କୁ ପାଖରେ ପାଇବେ ରାଇକଳାବାସୀ। ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.