ETV Bharat / state

ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ - PADDY DAMAGE

ଅଦିନିଆ ଲଗାଣ ବର୍ଷାରେ କଟା ଯାଇଥିବା ଧାନ ଚାଷ ଜମିରେ ଆଣ୍ଠୁଏ ପାଣି । ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଜେନା ।

PADDY DAMAGE
PADDY DAMAGE (ETV Bharat Odisha)
author img

By ETV Bharat Odisha Team

Published : Dec 22, 2024, 3:38 PM IST

ବ୍ରହ୍ମପୁର: ଅଦିନିଆ ବର୍ଷା ଉଜାଡିଦେଲା ଧାନ । ଚାଷ ଜମିରେ ଏବେ ଆଣ୍ଠୁଏ ଲେଖାଏଁ ପାଣି । କଟା ଯାଇଥିବା ଧାନ ଏବେ ପାଣିରେ ଭାସୁଛି । ଚାଷୀର ବର୍ଷକର ଭରସା ଏବେ ତିନି ଦିନିଆ ଲଗାଣ ବର୍ଷା ଭାଙ୍ଗିଦେଇଛି । ଗଞ୍ଜାମ, ଖୋର୍ଦ୍ଧା ପୁରୀ, କଟକ, ଜଗତସିଂହପୁର, ବାଲେଶ୍ୱର ସବୁଠି ସମାନ ଅବସ୍ଥା । ଏଭଳି ସ୍ଥିତିରେ ଗଞ୍ଜାମର ବିଭିନ୍ନ ଅଞ୍ଚଳ ବୁଲି ଚାଷ ଜମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବର୍ଷା ପାଣିରେ ବୁଡି ରହିଛି ଧାନ

PADDY DAMAGE DUE TO HEAVY RAINFALL (ETV Bharat Odisha)

ଯେଉଁ ସମୟରେ ଚାଷୀ ତାର‌ ଅମଳ ଧାନକୁ କାଟି ମଣ୍ଡିରେ ନେଇ ବିକ୍ରି କରିଥାନ୍ତା ସେହି ସମୟରେ ଧାନ ବିଲରେ ବର୍ଷା ପାଣିରେ ବୁଡି ରହିଛି ଅମଳ ହୋଇଥିବା ଏକର ଏକର ଧାନ । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ଚାଷୀ ଏବେ ଚିନ୍ତାରେ । ଗଞ୍ଜାମ ୨୩ ତାରିଖରୁ ଧାନ ମଣ୍ଡିରେ ବିକ୍ରି ହେବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଧାନ ଅମଳ କିପରି ହେବ ସେନେଇ ଚିନ୍ତାରେ ଚାଷୀ । ସେପଟେ ବର୍ଷା ପାଣିରେ ବୁଡି ରହିବା ଯୋଗୁଁ ଧାନର FAQ ମାନରେ କମିପାରେ । ସରକାର ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଘୋଷଣା କରିଥିବା ବେଳେ FAQ ମାନ କମିଲେ ସେହି ମୂଲ୍ୟରେ ଧାନ ବିକ୍ରି ହେବ କି ନାହିଁ ସେନେଇ ମଧ୍ୟ ଚାଷୀ ଚିନ୍ତାରେ ।

ଧାନ ବିଲ ବୁଲି ସ୍ଥିତି ପରଖିଲେ ମନ୍ତ୍ରୀ

PADDY DAMAGE DUE TO HEAVY RAINFALL

ଆଜି(ରବିବାର) ସକାଳୁ ସକାଳୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା, କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଧାନ ବିଲର ସ୍ଥିତି ଦେଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏଥିସହ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ମନ୍ତ୍ରୀଙ୍କ ସହ କନିଷି ତହସିଲଦାର କବିରାଜ ପ୍ରଧାନ, କୃଷି ଅଧିକାରୀ ଶୁଭଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହି ଚାଷ ଜମି ଅନୁଧ୍ୟାନ କରିଛନ୍ତି । ଏହି ଅଞ୍ଚଳରେ ଚାଷୀମାନଙ୍କର ହୋଇଥିବା କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଆଉମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

FAQ ମାନର ଯାଞ୍ଚ ପାଇଁ ଅଧିକ କଟକଣା ନ ରଖିବା ପାଇଁ ଚାଷୀଙ୍କ ଦାବି

ଏନେଇ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି," ଆମେ ଆଶା କରୁଛି ପାଗ ଖୁବଶୀଘ୍ର ବଦଳିଯାଉ । ଚାଷୀ ତା ଧାନଗୁଡିକୁ ବିକୁ । ଚାଷୀ ଧାନ ଯେପରି ୩୧ ଶହ ଟଙ୍କାରେ ବିକ୍ରି କରିବ ସେନେଇ ଆମେ ସୁନିଶ୍ଚିତ କରୁଛୁ । ଚାଷୀର ପଇସା ଚାଷୀ ପାଇବ । ଧାନର FAQ ମାନର ଯାଞ୍ଚ ପାଇଁ ଅଧିକ କଟକଣା ନ ରଖିବା ପାଇଁ ଚାଷୀମାନେ ଅନୁରୋଧ କରିଛନ୍ତି ଓ ଏହାକୁ ଆମେ ସରକାରଙ୍କୁ ଜଣାଇବୁ । ସରକାର ମଧ୍ୟ ଚାଷୀଙ୍କ ପାଇଁ ସମ୍ବେଦନଶୀଳ ଅଛନ୍ତି ।"

ଉପଯୁକ୍ତ ମୂଲ୍ୟରେ ଧାନ କିଣିବାକୁ ଦାବି

ଅନ୍ୟପଟେ ଜଣେ କ୍ଷତିଗ୍ରସ୍ତ ଚାଷୀ କହିଥନ୍ତି, "ଲଘୁଚାପ ବର୍ଷାରେ କଟାଯାଇଥିବା ଧାନ ବିଲରେ ପାଣି ପଶିଯାଇଛି । କଟା ହୋଇଥିବା ଧାନଗୁଡିକ ପାଣିରେ ପଡିରହିଛି । ସରକାରଙ୍କୁ ଏତିକି ଅନୁରୋଧ କରୁଛୁ ଚାଷୀ ଋଣ ଛାଡ କରାଯାଉ, FAQ ମାନର ଧାନ ଯେଉଁ ଦାମରେ କହୁଥିଲେ ସେହି ଦାମରେ ଏହି ଧାନ ସରକାର ନିଅନ୍ତୁ । ଯାହା ଦ୍ୱାରା ଚାଷୀ ଉପକୃତ ହେବେ ।"

ଏହାମଧ୍ୟ ପଢନ୍ତୁ..

ବିଲରେ ଭାସୁଛି ଧାନ, ବର୍ଷକର ରୋଜଗାର ପାଣିରେ ପକାଇ ଦେଲା ବର୍ଷା

ଲଘୁଚାପ ବର୍ଷାରେ ଭିଜିଲା ଓଡ଼ିଶା, ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ

ଦୂର୍ବଳ ହେଲା ଅବପାତ; ରାଜ୍ୟରେ କମିବ ବର୍ଷା, ବଢିବ ଶୀତ

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.