ETV Bharat / bharat

ମମତାଙ୍କ କଥା ମାନିଲେ ଜୁନିୟର ଡାକ୍ତର, ୪୧ ଦିନ ପରେ ଏମରଜେନ୍ସି ଡ୍ୟୁଟିକୁ ଫେରିବେ - RG Kar Case

author img

By ETV Bharat Odisha Team

Published : 3 hours ago

Updated : 2 hours ago

Junior Doctors Strike Calls Off: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାରମ୍ବାର ଅନୁରୋଧ ପରେ ଶାନ୍ତ ପଡ଼ିଲେ ଜୁନିୟର ଡାକ୍ତର । ଏମରଜେନ୍ସି ଡ୍ୟୁଟିକୁ ଫେରିବାକୁ ହୋଇଛନ୍ତି ରାଜି ।

Junior Doctors Strike Calls Off
Junior Doctors Strike Calls Off (ETV Bharat)

କୋଲକାତା: ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା। ଏମରଜେନ୍ସି ଡ୍ୟୁଟିକୁ ଫେରିବେ ଜୁନିୟର ଡାକ୍ତର। ହସ୍ପିଟାଲରେ ଏମରଜେନ୍ସି ସେବା କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ଡାକ୍ତର। ଆଶିଂକ ଭାବେ ବିକ୍ଷୋଭ ଶେଷ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। 41ଦିନ ପରେ ସେମାନେ ପୁଣି ଥରେ କାମରେ ଯୋଗ ଦେବେ।

Junior Doctors Strike Calls Off
Junior Doctors Strike Calls Off (ETV Bharat WB)

ରୋଗୀ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କରିଥିଲେ ଅପିଲ:

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରମାନଙ୍କୁ କର୍ମକ୍ଷେତ୍ରରେ ଯୋଗ ଦେଇ ରୋଗୀସେବାକୁ କରିବାକୁ ବାରମ୍ବାର ଅପିଲ କରିଥିଲେ। ହେଲେ ସେମାନେ ନିଜ ଜିଦରେ ଅଟଳ ରହିଥିଲେ। ବର୍ତ୍ତମାନ ଡାକ୍ତରମାନେ ପୁଣି ଥରେ ରୋଗୀସେବାରେ ଯୋଗ ଦେବା ନେଇ ସୂଚନା ମିଳିଛି। ଆସନ୍ତାକାଲି (ଶନିବାର)ଠାରୁ ଜୁନିୟର ଡାକ୍ତରମାନେ ଏମରଜେନ୍ସି ଡ୍ୟୁଟିରେ ଯୋଗ ଦେବା ନେଇ ସୂଚନା ମିଳିଛି। ଏହାସହ ସେମାନେ ବନ୍ୟାଞ୍ଚଳରେ ମଧ୍ୟ ପ୍ରଭାବିତଙ୍କୁ ସେବା ଯୋଗାଇବେ।

ଆନ୍ଦୋଳନକାରୀ-ମୁଖ୍ୟମନ୍ତ୍ରୀ ଆଲୋଚନା:

ଗତ 26 ତାରିଖରେ ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅଭୟାଙ୍କୁ ନ୍ୟାୟ ପ୍ରତିଶ୍ରୁତି ଡ୍ୟୁଟିରେ ଯୋଗଦେବାକୁ ଅପିଲ କରିଥିଲେ ମମତା।

ଡାକ୍ତରଙ୍କ ମୁଖ୍ୟ 5 ଦାବି:

1. ଏହି ମାମଲା ରାଜ୍ୟ ସରକାରଙ୍କ ସହ ସମ୍ବନ୍ଧିତ ନୁହେଁ। କିନ୍ତୁ CBI ଓ ସର୍ବୋଚ୍ଚ ନ୍ୟାୟାଳୟ କିପରି ମାମଲାକୁ ଗୁରୁତର ସହ ନେବେ ଏବଂ ଅବିଳମ୍ବେ ଦୋଷୀକୁ ଦଣ୍ଡ ଦିଆଯିବ ତାହା ହିଁ ଆମର ଦାବି ବୋଲି କହିଥିଲେ ଡାକ୍ତର।

2.DME, DHS ଏବଂ ସ୍ବାସ୍ଥ୍ୟ ସଚିବଙ୍କୁ ହଟାଇବା ଆବଶ୍ୟକ।

3. ପୋଲିସର ଅପାରଗତା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ପ୍ରଶାସନିକ ବିଫଳତା ପାଇଁ କୋଲକାତା ପୋଲିସ ଆୟୁକ୍ତ ବିନିତ ଗୋଏଲଙ୍କୁ ମଧ୍ୟ ପଦରୁ ହଟାଯିବା ଆବଶ୍ୟକ।

4.ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉ।

5. ସରକାରୀ ସ୍ବାସ୍ଥ୍ୟସେବାରେ ଘଟୁଥିବା ବିଭ୍ରଟାରେ ରୋକ୍ ଲାଗିବା ଦିଗରେ ପଦକ୍ଷେପ ନିଆଯାଉ।

ଏହା ବି ପଢନ୍ତୁ...Kolkata Rape Murder Case: କୋଲକାତା କାଣ୍ଡର ସୁପ୍ରିମ ଶୁଣାଣି, ନୂଆ ଷ୍ଟାଟସ ରିପୋର୍ଟ ପାଇଁ CBIକୁ ନିର୍ଦ୍ଦେଶ, ଆନ୍ଦୋଳନ ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ - Supreme Court Hearing

ଏହା ବି ପଢନ୍ତୁ...କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା - Kolkata RG Kar Case

ଏହା ବି ପଢନ୍ତୁ...kolkata Horror: ଭାଇରାଲ ହେଉଛି ଅଭୟାଙ୍କ ମା'ଙ୍କ ଲୁହଭିଜା ଚିଠି, ନ୍ୟାୟ ମାଗିବ ବିଶ୍ବ ! - Kolkata Rape Case

ଏହା ବି ପଢନ୍ତୁ...Aparajita:ଏଣିକି ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ବିଲ୍ ପାସ୍ - Anti Rape Bill Passed

କାହିଁକି ପ୍ରତିବାଦ କରୁଥିଲେ ଡାକ୍ତର?

ଗତମାସ (ଅଗଷ୍ଟ) ୯ ତାରିଖରେ ଏହି ଘଟଣା ଘଟିଥିଲା । ସେବେଠାରୁ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିଲା । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ପୀଡିତା ପରିବାରକୁ ନ୍ୟାୟ, ଆର.ଜି କର ମେଡିକାଲ କଲେଜରେ ଚାଲିଥିବା ସମସ୍ତ ବେଆଇନ କାର୍ଯ୍ୟର ତଦନ୍ତ କରାଯିବା, ଦେଶବ୍ୟାପୀ କାର୍ଯ୍ୟସ୍ଥଳରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା, ପଶ୍ଚିମବଙ୍ଗ ପୋଲିସ କମିଶନର ଓ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ଏକାଧିକ ଦାବିରେ ଡାକ୍ତରମାନେ ପ୍ରତିବାଦ କରିଆସୁଛନ୍ତି ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.