ETV Bharat / sports

Olympics 2020; ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ଅଭ୍ୟାସ ଆରମ୍ଭ

author img

By

Published : Jul 19, 2021, 9:07 AM IST

ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ ଅଲମ୍ପିକ । ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ଆଜିଠାରୁ ଅଲମ୍ପିକ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ଅଭ୍ୟାସ ଆରମ୍ଭ

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡା ମହାକୁମ୍ଭ ଅଲମ୍ପିକ । ଏନେଇ ସମସ୍ତ ଆଥଲେଟ ଟୋକିଓରେ ପହଞ୍ଚି ସାରିଛନ୍ତି । ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ ଆଜି ଠାରୁ ଅଲମ୍ପିକ ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି ।

ଟୋକିଓରେ ପହଞ୍ଚିଥିବା ପ୍ରାୟ ସମସ୍ତ ଆଥଲେଟ ସେମାନଙ୍କ ଅଭ୍ୟାସ ଆରମ୍ଭ କରିଛନ୍ତି । ଚଳିତ ଟୋକିଓ ଅଲମ୍ପିକରେ ପାଞ୍ଚଟି ଇଭେଣ୍ଟରେ ଆର୍ଚେରୀ ହୋଷ୍ଟ ହେବ । ପୁରୁଷ ଏକକ, ମହିଳା ଏକକ, ପୁରୁଷ ଦଳ, ମହିଳା ଦଳ ଏବଂ ମିଳିତ ଦଳ । ଏହି ଇଭେଣ୍ଟ ୟୁମେନୋସୀମା ଆର୍ଚେରୀ ପଡିଆରେ ଜୁଲାଇ ୨୩ରୁ ୩୧ ପର୍ଯ୍ୟନ୍ତ ଚାଲିବ ।

ତୀରନ୍ଦାଜ ହେଉଛି ଏକ ଇଭେଣ୍ଟ ଯେଉଁଠାରେ ଭାରତ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ ପଦକ ଜିତି ନାହିଁ । ଏଥର ଦେଶ ନିଜର ତୀରନ୍ଦାଜ ଦଳ ଉପରେ ବିଶ୍ବାସ ଥିବାରୁ ସମସ୍ତ ଚାରିଜଣ ଯୋଗ୍ୟ ପ୍ରତିଯୋଗୀ ପୂର୍ବ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ପ୍ରତିଯୋଗିତାରେ ପ୍ରବେଶ କରିଛନ୍ତି ।

ଗତକାଲି ପ୍ରଥମ ପର୍ଯ୍ୟାୟରେ ଭାରତୀୟ ୮୮ଜଣିଆ ଦଳ ନୂଆଦିଲ୍ଲୀରୁ ଟୋକିଓ ଯାତ୍ରା କରିଛନ୍ତି । ନିର୍ଦ୍ଧାରିତ ସମୟ ଅନୁସାରେ ସେମାନ କ୍ରୀଡା ଗ୍ରାମରେ ପହଞ୍ଚିଛନ୍ତି । ସେମାନଙ୍କୁ ସେଠାରେ ଭାରତୀୟ ଚିଫ୍ ଡି ମିଶନ ବିପି ବୈଶ୍ୟା ଓ ଡେପୁଟି ପ୍ରେସ ବର୍ମା ସ୍ବାଗତ କରିଥିଲେ। ମୋଟ ୮ଟି କ୍ରୀଡା ( ହକି, ଆର୍ଚେରୀ, ବ୍ୟାଡମିଣ୍ଟନସ ଟେବୁଲ ଟେନିସ, ଜୁଡୋ, ଜିମ୍ନାଷ୍ଟିକ, ସନ୍ତରଣ ଓ ଭାରଉତ୍ତୋଳନ) 54 କ୍ରୀଡାବିତ ସାମିଲ ଅଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.