ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ପାଇଁ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତୁତ

author img

By

Published : Feb 21, 2020, 11:47 PM IST

ଶନିବାର ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମର ହେବ ଉଦ୍‌ଘାଟନ । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫେରନ୍ସ ଜରିଆରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ପାଇଁ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତୁତ
ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ପାଇଁ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତୁତ

କଟକ: ସିଲଭରସିଟିକୁ ଫୁଣି ଫେରିଲା ସ୍ପୋର୍ଟସ ଫିବର । କ୍ରିକେଟ କି ଫୁଟବଲ ନୁହେଁ ବରଂ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । ଯାହାକୁ ବେଶ ଉପଭୋଗ କରିବେ କ୍ରୀଡାପ୍ରେମୀ । ତେବେ ଶନିବାର ଏହି ମେଗା ଇଭେଣ୍ଟର ହେବ ଉଦ୍ଘାଟନ । ଯାହାକୁ ଭିଡିଓ କନଫେରନ୍ସ ଜରିଆରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଉଦ୍ଘାଟନ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । ଏନେଇ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଏକଦମ ପ୍ରସ୍ତୁତ ।

ଖେଳାଳିଙ୍କ ଆସିବା ଠୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସବୁ ଦିଗରେ ଷ୍ଟାଡିୟମ ସମ୍ପୂର୍ଣ ରେଡି । ଏହାସହିତ ଶନିବାର ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିଅମ ମଧ୍ୟ ଯୋଗ ଦେବେ । ତେବେ ଏହି ମେଗା ଇଭେଣ୍ଟ ନିଶ୍ଚୟ ସଫଳ ହେବା ନେଇ କହିଛନ୍ତି ରାଜ୍ୟ କ୍ରୀଡା ନିର୍ଦେଶକ ଆର ଭିନେଲ କ୍ରୀଷ୍ଣା ।

ଅନ୍ୟପଟେ ଏହି ମେଗା ଇଭେଣ୍ଟ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯିବ । ଏହାଛଡା ଷ୍ଟାଡିୟମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲସର କଡାସୁରକ୍ଷା ବଳୟ ରହିବା ସହ ସମୁଦାୟ 16 ରୁ 17 ପ୍ଲାଟୁନ ପୋଲିସ ଫୋର୍ସ ସମୁଦାୟ ମୁତୟନ ରହିବେ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ।

ତେବେ ଇଣ୍ଡୋର ଷ୍ଟାଡିଅମ ରେ 23 ତାରିଖରେ ବ୍ୟାଡମିଣ୍ଟନ ଗେମ ହେବାକୁ ଥିଲା ବେଳେ ଓ 27 ତାରିଖରେ ଟେବୁଲ ଟେନିସ ଗେମ ଆରମ୍ଭ ହେବ ।

କଟକରୁ ପ୍ରଭୁକଲ୍ୟାଣ, ପାଲ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.